ଯାଜପୁର ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ -୨୦୨୪ ନିରାଡମ୍ୱର ଭାବେ ପାଳିତ

ଯାଜପୁର,୦୧/୦୪(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ଜିଲ୍ଲା ସଦର ମହକୁମା ଠାରେ ଯାଜପୁର ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ-୨୦୨୪ ନିରାଡମ୍ୱର ଭାବେ ପାଳିତ ହୋଇଯାଇଅଚ୍ଥି । ଜିଲ୍ଳା ପ୍ରଶାସନ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ଜିଲ୍ଲା ସ୍କୁଲର ମିଳିତ ଆନୁକୂଲ୍ୟରେ ଦିବସରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ, ସମ୍ମାନିତ ଅତିଥି ଭାବେ ଉପଜିଲ୍ଳାପାଳ ଅଂଶୁମାନ ଶତପଥୀ,  ଯାଜପୁର ପୈାର ନିର୍ବାହୀ ଅଧିକାରୀ ଆଲୋକ କୁମାର ମହାନ୍ତି, ଯାଜପୁର ଜିଲ୍ଲା ସ୍କୁଲ ପ୍ରଧାନ ଶିକ୍ଷକ ଆଲୋକ କୁମାର ବନ୍ଧ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳର ବରପୁତ୍ର ଓ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ସକାଳ ୮.୦୦ ଘଟିକା ସମୟରେ ଗାନ୍ଧି ଚ୍ଥକ ସ୍ଥିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମୁଖ୍ୟ ଅତିଥି ଏବଂ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ପରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ଉତ୍କଳ ଗୈାରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର, କବି ମଂଜୁଳ କୃଷ୍ଣ ପ୍ରସାଦ ବସୁ ଓ ସମ୍ୱିଧାନ ପ୍ରଣେତା ବାବା ସାହେବ ଆମ୍ୱେଦକରଙ୍କ ପ୍ରତିମୂର୍ତିରେ ମୁଖ୍ୟ ଅତିଥି ଏବଂ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଏହାପରେ ଜିଲ୍ଲା ସ୍କୁଲ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ, ଡଃ ସର୍ବପଲି ରାଧାକ୍ରିଷ୍ଣନ୍‌, ଶାନ୍ତିଦୂତ ଲାଲ୍‌ବାହାଦୁର ଶାସ୍ତ୍ରୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, କୁଳବୁଦ୍ଧ ଉତ୍କଳ ଗୈାରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ବୃନ୍ଦ ପ୍ରତିମୂର୍ତି ଗୁଡିକରେ ମାଲ୍ୟାର୍ପଣ କରିଥିଲେ । ଯାଜପୁର ଜିଲ୍ଲା ସ୍ତରୀୟ ୮୯ତମ ଉତ୍କଳ ଦିବସ-୨୦୨୪ ପାଳନ ଉପଲକ୍ଷେ ଜିଲ୍ଲା ସ୍କୁଲ ପରିସରରେ ବିଦ୍ୟାଳୟର ସ୍କାଉଟ୍‌, ଗାଇଡ୍‌, ଏନ୍‌ସିସି ଓ ଅନ୍ୟାନ୍ୟ ଚ୍ଥାତ୍ର ଚ୍ଥାତ୍ରୀ, ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ଗହଣରେ ଉତ୍କଳର ବରପୁତ୍ର ଉତ୍କଳ ଗୈାରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ପାରଳା ମହାରାଜା ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ପଂଟୋ ଚିତ୍ରରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିବୃନ୍ଦ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଂଜଳୀ ଜ୍ଞାପନ କରିଥିଲେ । ଚ୍ଥାତ୍ର ଚ୍ଥାତ୍ରୀମାନେ ରାଜ୍ୟ ଜାତୀୟ ଆଂଚଳିକ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ । ଦିବସର କାର୍ଯ୍ୟକ୍ରମ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ସଂଚାଳନ କରିଥିିବା ବେଳେ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଏଠାରେ ଉଲ୍ଳେ୍‌ଖ ଯୋଗ୍ୟ ଯେ, ସାଧାରଣ ନିର୍ବାଚନ ଲୋକସଭା ଓ ରାଜ୍ୟ ବିଧାନ ସଭା ୨୦୨୪ ଆଦର୍ଶ ଆଚରଣବିଧି ଲାଗିଥିବାରୁ ଦିବସକୁ ନିରାଡମ୍ୱର ଭାବେ ପାଳନ କରାଯାଇଥିଲା । ଦିବସରେ ଜିଲ୍ଲା ସ୍କୁଲର ଶିକ୍ଷକ ଜୟୀଋଦ୍ଦିନ ଖାଁଙ୍କ ସମେତ ଜିଲ୍ଲା ସ୍କୁଲ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳର କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ଦିବସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆମ୍ୱୁଲାନ୍ସ ସେବା, ଜନସ୍ୱାସ୍ଥ୍ୟ ବିଭାଗ ତରପଂରୁ ପାନୀୟ ଜଳ ଟାଙ୍କି, ଅଗ୍ନିଶମ ସେବା, ପୋଲିସ ଏସ୍କର୍ଟିଂ ସେବା ବିଭାଗୀୟ ଅଧିକାରୀମାନେ ଜିଲ୍ଲା ସ୍କୁଲ ପରିସରରେ ଯୋଗାଇ ଦେଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close