ଆକାଶ ଦାସ ନାୟକଙ୍କ ବି.ଜେ.ଡିରୁ ଇସ୍ତଫା, ବିଜେପିରେ ଯୋଗ ଦେବାର ସମ୍ଭାବନା

ବ୍ୟାସନଗର,୩୦/୩(ଉ.ନ୍ୟୁଜ୍ ବ୍ୟୁରୋ): ପୂର୍ବତନ ବିଧାୟକ, ଓଡ଼ିଆ ଚଳଚିତ୍ର ତାରକା ତଥା ମୋ’ କଲେଜର ରାଜ୍ୟ ଅଧ୍ୟକ୍ଷ ଆକାଶ ଦାସ ନାୟକ ଆଜି ବିଜୁ ଜନତା ଦଳ (ବିଜେଡ଼ି)ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ସେ ବିଜେଡି ଟିକେଟରେ କୋରେଇରୁ ଲଢ଼ିବାକୁ ଇଚ୍ଛାପ୍ରକଟ କରିଥିଲେ । ହେଲେ ତାଙ୍କୁ ବିଜେଡିରୁ ଟିକେଟ ନ ମିଳିବାର ପକ୍କା ହେବା ପରେ ସେ ଦଳ ଛାଡିଥିବାର ଚର୍ଚ୍ଚା ହେଉଛି । ଏପଟେ ଖୁବ୍ ଶୀଘ୍ର ସେ ପଦ୍ମ ଧରିବାର ଶୁଣାଯାଉଛି ଏବଂ ବିଜେପି ମଧ୍ୟ ତାଙ୍କୁ କୋରେଇ ଆସନରେ ଲଢ଼ିବା ପାଇଁ କୁଆଡ଼େ ନିର୍ଭର ପ୍ରତିଶୃତି ଦେଇଛନ୍ତି । ଖୁବ୍ ଶୀଘ୍ର ଏହା ସ୍ପଷ୍ଟ ହେବ ।
      ସୂଚନାଯୋଗ୍ୟ, ଆଜି ଶନିବାର ଆକାଶ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି (ଚିଠି ସଂଖ୍ୟା ୪୯/୨୪; ତା: ୩୦.୦୩.୨୦୨୪)ରେ ସେ ତାଙ୍କ ଇସ୍ତଫାର କାରଣ ଦର୍ଶାଇଛନ୍ତି । ତାଙ୍କ ତ୍ୟାଗ, ନିଷ୍ଠା ଓ କର୍ତବ୍ୟର ମୂଲ୍ୟକୁ ଦଳ ଠିକ୍ ଭାବେ ବୁଝି ପାରି ନାହିଁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏ କଥା ଜଣାପଡ଼ିବା ପରେ ବ୍ୟାସନଗର ପୈାରାଂଚଳ ସମେତ କୋରେଇର ବିଭିନ୍ନ ଗାଁ ଏବଂ କୁଆଖିଆ ବଜାରରେ ଆଲୋଡ଼ନ ସୃଷ୍ଟି ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close