ରାଜିବ ମହାପାତ୍ର ପ୍ରଦେଶ କଂଗ୍ରେସର ନୂତନ ସଂପାଦକ

ଯାଜପୁର, ୨୩/୦୩(ଉ. ନ୍ୟୁଜ୍ ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଆଇନଜୀବୀ ରାଜିବ ମହାପାତ୍ର ନୂତନ ଭାବରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ଭାବେ ମନୋନୀତ ହୋଇଛନ୍ତି । ରାଜିବ ମହାପାତ୍ରଙ୍କ ନୂତନ ନିଯୁକ୍ତିରେ ଯାଜପୁର ଜିଲ୍ଲା କଂଗ୍ରେସ ଓ ଅନ୍ୟ ଜିଲ୍ଲାର କେତେକ ଅଞ୍ଚଳର କଂଗ୍ରେସ ଦଳର ସଂଗଠନ ମଜବୁତ ହେବ । ଏହି ନୂତନ ନିଯୁକ୍ତିରେ ରାଜିବ ମହାପାତ୍ର ପ୍ରଥମେ ପୂର୍ବତନ ଏଆଇସିସି ସଭାପତି ରାହୁଲଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି । ତାଙ୍କର ନୂତନ ନିଯୁକ୍ତିରେ ଯାଜପୁର ବ୍ଲକ କଂଗ୍ରେସ ସଭାପତି ଗଦାଧର ଦାସ, ପୂର୍ବତନ ଟାଉନ କଂଗ୍ରେସ ସଭାପତି ଦିଲ୍ଲୀପ ଦାସ, ଯୁବ କଂଗ୍ରେସ ନେତା ସନ୍ତୋଷ ବେହେରା, ବିଜୟ ମହାପାତ୍ର ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଏହା ସହ ଶ୍ରୀ ମହାପାତ୍ର ପ୍ରେସ୍ ବିଜ୍ଞପ୍ତିରେ ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କୁ କୃତଜ୍ଞତା ଦେବା ସହ ଆଗାମୀ ନିର୍ବାଚନରେ କଂଗ୍ରେସର ବିଜୟସମ୍ପର୍କରେ ଆଲୋଚନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close