
ଯାଜପୁର ଜିଲ୍ଲା ଦଶାଶ୍ୱମେଧ ଘାଟରେ ମହାବାରୁଣୀ ସ୍ନାନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯାଜପୁର,୧୬/୦୩(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ଚଳିତ ବର୍ଷ ଏପ୍ରିଲ ୬ ତାରିଖ ଶନିବାର ଦିନ ପାରମ୍ପରିକ ରୀତିନିତି ଅନୁଯାୟୀ କେବଳ ପବିତ୍ର ମହାବାରୁଣୀ ସ୍ନାନ ନିମନ୍ତେ ଜିଲ୍ଳ୍ାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡା. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଅପରାହ୍ନରେ ଜିଲ୍ଲା ପରିଷଦ
ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଚ୍ଥି । ବୈଠକରେ ସର୍ବସମ୍ମତି କ୍ରମେ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ଓ ଯାଜପୁର ପୈାର ପ୍ରଶାସନ ପକ୍ଷରୁ କେବଳ ମହାବାରୁଣୀ ସ୍ନାନ ପାଇଁ ନିଷ୍ପତି ନିଆଯାଇଅଚ୍ଥି । ପ୍ରଶାସନ ତରପଂରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସ୍ନାନ ନିମନ୍ତେ ନିର୍ଦ୍ଧିଷ୍ଟ ସ୍ଥାନ ନିରୂପଣ, ସ୍ନାନ ସ୍ଥାନକୁ ଜଳ ଯୋଗାଣ, ସ୍ନାନ ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଶାନ୍ତି ଶୃଙ୍ଖଳାର ସହ ଦିଅଁ ଦର୍ଶନ, ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ ଏବଂ ସୁଗମ ଯାତାୟତର ସୁବିଧା ପାଇଁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ବାରିକେଡିଂ ନିର୍ମାଣ, ବିଜୁଳି ଆଲୋକ, ପାନୀୟ ଜଳ ଯୋଗାଣ, ଦୁଇଗୋଟି ଅଗ୍ନିଶମ ସେବା ଦଳ ଦୁଇପଟ ସ୍ନାନ କୂଳରେ ମୁତୟନ କରିବା, ଯାନ ରହଣୀ ସ୍ଥାନ ନିରୂପଣ କରିବା, ଅସ୍ଥାୟୀ ଶୈାଚାଳୟ ନିର୍ମାଣ, ଅସ୍ଥାୟୀ ଆଶୁ ଚିକିତ୍ସା ବ୍ୟବସ୍ଥା ଓ ଦୁଇଗୋଟି ଆମ୍ୱୁଲାନ୍ସ ସେବା, ହଜିଲା ଖୋଜିଲା ଡାକବାଜି ଯନ୍ତ୍ର ବ୍ୟବସ୍ଥା ଓ ପରିଷ୍କାର ପରିଚ୍ଚ୍ଥନ୍ନତା ନିମନ୍ତେ ଜିଲ୍ଳ୍ାପାଳ ତଥା ଜିଲ୍ଳ୍ା ମାଜିଷ୍ଟ୍ରେଟ୍ ଡା. ମହାପାତ୍ର ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଓ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ବୈଠକ ପ୍ରାରମ୍ଭରେ ଯାଜପୁର ପୈାର ପରିଷଦ ଅଧ୍ୟକ୍ଷା ରଂଜୁଲତା ହୋତା ଏବଂ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ି୍ଳକ ଚଳିତ ୨୦୨୪ ମହାବାରୁଣୀ ସ୍ନାନର ପାରମ୍ପରିକ ରିତି ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସତ୍ୟବ୍ରତ ଲେଙ୍କା, ନିର୍ବାହୀ ଅଧିକାରୀ ଅନିଲ କୁମାର ମହାନ୍ତି ମଂଚାସୀନ ଥିବାବେଳେ ପାଣିକୋଇଲି ଅଧିକ୍ଷଣ ଯନ୍ତ୍ରୀ ଇଂ ପୂଣ୍ଣଚନ୍ଦ୍ର ଦଳାଇ, ଜଳ ସମ୍ପଦ ଅଧିକ୍ଷଣ ଯନ୍ତ୍ରୀ ଇଂ ଶରତ ଚନ୍ଦ୍ର ଘଡାଇ, ଏଡିପିଏଚ୍ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଡା. ରମେଶ ଚନ୍ଦ୍ର ମଲ୍ଳ୍ିକ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଇଂ ବିକ୍ରମାଦିତ୍ୟ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ, ଯାଜପୁର ଇଂ କ୍ଷୀରୋଦ ଚନ୍ଦ୍ର ବେହେରା, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା, ସହକାରୀ ଅଗ୍ନିଶମସେବା ଅଧିକାରୀ ଦାଶରଥି ନାୟକଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।