ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ହୃଦ୍ ରୋଗ ଓ ସ୍ନାୟୁ ବର୍ହିବିଭାଗ ସେବା ଦିବସ ପରିବର୍ତନ
ଯାଜପୁର,୧୩/୦୩ା୨୦୨୪(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ସଦର ମହକୁମା ହସ୍ପିଟାଲ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦ୍ ରୋଗ ଓ ସ୍ନାୟୁ ବର୍ହିବିଭାଗ ସେବା ଦିବସ ପରିବର୍ତନ କରାଯାଇଅଚ୍ଥି । ଏହିକ୍ରମେ ହୃଦ୍ରୋଗ ବର୍ହିବିଭାଗ ସେବା ସପ୍ତାହର ମଙ୍ଗଳବାର ଏବଂ ଶୁକ୍ରବାରରେ ଯୋଗାଇ ଦିଆଯିବା ବେଳେ ସ୍ନାୟୁ ବର୍ହିବିଭାଗ ସେବା ସପ୍ତାହର ସୋମବାର ଏବଂ ଗୁରୁବାର ଦିବସରେ ରୋଗୀ ମାନଙ୍କୁ ଯୋଗାଇ ଦିଆଯିବ । ପ୍ରକାଶ ଥାଉ କି, ପୂର୍ବରୁ ହୃଦ୍ ରୋଗ ବର୍ହିବିଭାଗ ଓ ସ୍ନାୟୁ ବର୍ହିବିଭାଗ ସପ୍ତାହରେ ଗୋଟିଏ ଦିବସ କେବଳ ସୋମବାର ହେଉଥିଲା । କିନ୍ତୁ ଏବେ ହୃଦ୍ରୋଗ ବର୍ହିବିଭାଗ ଓ ସ୍ନାୟୁ ବର୍ହିବିଭାଗ ସେବା ସପ୍ତାହରେ ଦୁଇଦିନ ଲେଖାଏଁ ଯଥାକ୍ରମେ ମଙ୍ଗଳବାର, ଶୁକ୍ରବାର ଏବଂ ସୋମବାର, ଗୁରୁବାର ଦିବସରେ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା ପ୍ରକାଶ କରିଚ୍ଥନ୍ତି । ଏହା ସର୍ବସାଧାରଣଙ୍କ ଅବଗତି ନିମିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ, ଯାଜପୁରଙ୍କ ପକ୍ଷରୁ ଜଣାଇ ଦିଆଗଲା ।