
ବି.ଜେ.ପି.ର ଏମ୍.ପି ଆଶାରେ ଏବେ ଟିକି ବେହେରା
ବ୍ୟାସନଗର,୦୧ା୦୩(ବସନ୍ତ କୁମାର ପାତ୍ରଙ୍କ ଠାରୁ ): ଗତକାଲି (ଗୁରୁବାର) ଏଗାର ଘଟିକା ସମୟରେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାମଲଙ୍କ କୋପଣ୍ଡ ବାସ ଭାବନରେ ସକାଳ ୧୦ ଘଟିକାରେ ବି.ଜେ.ପି କାର୍ୟ୍ୟକର୍ତ୍ତାଙ୍କ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବି.ଜେ.ପିର ଏମ୍.ପି ଆଶାୟୀ ପ୍ରାର୍ଥୀ ଶ୍ରୀମତୀ ଟିକି ବେହେରା ଯୋଗ ଦେବା ସହିତ ତାଙ୍କ ସହକର୍ମୀଙ୍କ ମଧ୍ୟରୁ ଅନିରୁଦ୍ଧ ସାହୁ, ଶର୍ମିଳା ଦେଓ, ମହେନ୍ଦ୍ର ଓଝା, ବିରଜା ପ୍ରସାଦ ଦାସ, ବସନ୍ତ ଜେନା, ସୁକାନ୍ତ ରାଉତ, ସଞ୍ଜୟ ସାହୁ, ବି.ଜେ.ପିର ଟାଣୁଆ ନେତା ଅରୁଣ ଦାସ, ନିରଞ୍ଜନ ଭାଟିଆ, ସଦାନନ୍ଦ ଭାଇ, ଜଗନ୍ନାଥ ମଲ୍ଲିକ, ବି.ଜେ.ପିର ଆଗଧାଡିର ବରିଷ୍ଠ ଟାଣୁଆ ନେତା ତଥା ସମାଜ ସେବୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାମଲ, ବିଶ୍ୱନାଥ ସିଂ ପ୍ରମୁଖ ଯୋଗ ଦେଇ କିଭଳି ଶ୍ରୀମତି ବେହେରାଙ୍କୁ ସହଯୋଗ କରିବେ ଓ ଜିଲାରେ ନୂଆ ବାତାବରଣ ସୃଷ୍ଟି କରିବେ ତାହା ଆଲୋଚନା କରିଥିଲେ । ସର୍ବ ଶେଷରେ ବି.ଜେ.ପିର ଛାମୁଆ ନେତା ଶ୍ରୀଯୁକ୍ତ ପଦ୍ମଲୋଚନ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।