ଭୟଙ୍କର ରେଳ ଦୁର୍ଘଟଣା, ଟ୍ରାକ୍ ପାର୍‌ ହେଉଥିବା ବେଳେ ଚଢିଗଲା ଟ୍ରେନ୍, ୧୨ ଜଣଙ୍କ ମୃତ୍ୟୁ ସୂଚନା

ଝାଡଖଣ୍ଡ;୨୮/୦୨(ବ୍ୟୁରୋ): ଝାଡଖଣ୍ଡରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଟ୍ରାକ୍ ପାର୍‌ ହେଉଥିବା ବେଳେ ଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରେନ୍ । ଘଟଣାସ୍ଥଳରେ ହିଁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୋଟିଏ ଟ୍ରାକ୍‌ରୁ ଆରପଟ ଟ୍ରାକ୍‌କୁ ଯାଉଥିବା ବେଳେ ମାଡିଯାଇଛି ଟ୍ରେନ୍ । ବୁଧବାର ସନ୍ଧ୍ୟାରେ ଝାଡଖଣ୍ଡର ଜମତାରା ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।ଜମ୍‌ତାରାର କରମାଟାଣ୍ଡ ଷ୍ଟେସନ୍‌ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରେନ୍ ଚଢିଯିବା ଫଳରେ ଏକାଧିକ ଆହତ ମଧ୍ୟ ହୋଇଛି ।ମିଳିଥିବା ସୂଚନା ଅନୁସାରେ, ଡାଉନ୍ ଲାଇନ୍‌ରେ ବାଙ୍ଗଲୁରୁ-ଯଶବନ୍ତପୁର ଏକ୍ସପ୍ରେସ୍ ଯାଉଥିଲା । ଲାଇନ୍‌ କଡରେ ରଖାଯାଇଥିବା କିଛି ଡଷ୍ଟ ଉଡୁଥିଲା । ତେଣୁ ପାଇଲଟ୍‌ଙ୍କୁ ଲାଗିଥିଲା କି, ଟ୍ରେନ୍‌ରେ ହୁଏତ ନିଆଁ ଲାଗି ଯାଇଛି । ତେଣୁ ସେ ବାଧ୍ୟ ହୋଇ ଟ୍ରେନ୍‌କୁ ରୋକି ଦେଇଥିଲେ । ଆଉ ଭୟଭୀତ ଯାତ୍ରୀ ହଠାତ୍ ନିଆଁ ଲାଗିଥିବା ଭାବି ଟ୍ରେନ୍‌ରୁ ଓହ୍ଲାଇ ଧାଇଁଥିଲେ । ଟ୍ରାକ୍ ପାର୍‌ ହୋଇ ଯାଉଥିବା ବେଳେ ଅପର ପକ୍ଷରେ ଆସୁଥିବା ଟ୍ରେନ୍ ଯାତ୍ରୀଙ୍କ ଉପରେ ଚଢିଯାଇଥିଲା ।ଆଉ ଆହତଙ୍କ ସଂଖ୍ୟା ବି ବଢିବା ସମ୍ଭାବନା ରହିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close