
ବରିଷ୍ଠ କଳାକାର ଜାକିର ଭାଇଙ୍କ ବିୟୋଗରେ କ୍ୟାଲେଣ୍ଡର ଶୋଭାଯାତ୍ରା
ଯାଜପୁର,୨୮/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପ୍ ପକ୍ଷରୁ ଯାଜପୁରର ସୁନାମଧନ୍ୟ କଳାକାର ଉଦ୍ଘୋଷକ ସ୍ୱର୍ଗତ ଜାକିର ଖାନ୍ଙ୍କ ବିୟୋଗରେ ମେଡିକାଲ ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ସମସ୍ତ ସଦସ୍ୟ ଓ ସଦସ୍ୟମାନେ ଏକତ୍ରିତ ହୋଇ ମହମବତୀ ଶୋଭାଯାତ୍ରା କରିଥିଲେ । ଗାନ୍ଧୀ ଛକ ଠାରେ ସମସ୍ତ ସଦସ୍ୟସଦସ୍ୟା ଉପସ୍ଥିତ ରହି ମହାନ୍ କଳାକାରଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ମହମବତୀ ଶୋଭାଯାତ୍ରାରେ ଅନୁଷ୍ଠାନର ସଭାପତି ବୃନ୍ଦାବନ ମିଶ୍ର, ଉପସଭାପତି ଉପେନ୍ଦ୍ର କୁମାର ଜେନା, କୋର କମିଟିର ଅଧ୍ୟକ୍ଷ ସେକ୍ ଅବଦୁଲ୍ ସାଜିଦ୍, କୋର କମିଟିର ସଦସ୍ୟ ସମରଜିତ ମହାନ୍ତି, ଭରତ ଚନ୍ଦ୍ର ବେହେରା, ଅନୀଲ କୁମାର ଯେନା, ବରିଷ୍ଠ ସଦସ୍ୟ କିଶୋର କୁମାର ଦାଶ, ଅଶୋକ କୁମାର ପାଣିଗ୍ରାହୀ, ଅଚ୍ୟୁତାନନ୍ଦ ସ୍ୱାଇଁ, ପ୍ରଭୁ ତାରାକାନ୍ତ ମଲ୍ଲିକ, ଶିଶିର କୁମାର ମହାପାତ୍ର, ଅଜିତ୍ କୁମାର ସାହୁ, ବରିଷ୍ଠ ସଦସ୍ୟା ଶକୁନ୍ତଳା ବେହେରା, ମୋନାଲିସା ବେହେରା, ସାଇସନ୍ତୋଷିନି ଯେନା, ଯମୁନା ସାହୁ, ସାଇସ୍ମିତା ବେହେରା, ସମ୍ପାଦକ ଅଭିମନ୍ୟୁ ମିଶ୍ର ଉପସ୍ଥିତ ଥିଲେ ।