ବ୍ୟାସ ସରୋବର ମେଳାରେ ଶିଶୁ ସାହିତ୍ୟ ଆଲୋଚନା ଚକ୍ର

ବ୍ୟାସନଗର,୨୭/୦୨(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସ ସରୋବର ମେଳାର ୭ମ ସନ୍ଧ୍ୟାରେ ‘ବଉଳ ଫୁଲ’ ଶିଶୁ ସାହିତ୍ୟ ସଂସଦ ତରଫରୁ ଏକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ ଶିଶୁ ସାହିତ୍ୟ ଭବିଷ୍ୟତ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଡ. ଅକ୍ଷୟ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରକୁ ବ୍ୟାସନଗର ପୌର ପରିଷଦର ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଉଦ୍‌ଘାଟନ କରିଥିଲେ । ଏଥିରେ ବିଶିଷ୍ଟ ଅତିଥି ଭାବେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର, ସୁକିନ୍ଦା ମହାବିଦ୍ୟାଳୟର ପ୍ରାଧ୍ୟାପକ ହିମାଂଶୁ ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇ ଶିଶୁ ସାହିତ୍ୟିକମାନେ ବାସ୍ତବଧର୍ମୀ ଓ ଯୁଗୋପଯୋଗୀ ଶିଶୁ ସାହିତ୍ୟ ସୃଷ୍ଟି କରିବା ଦରକାର ବୋଲି ମତବ୍ୟକ୍ତ କରି ଶିଶୁ ସାହିତ୍ୟର ଭବିଷ୍ୟତ ଉଜ୍ୱଳ ବୋଲି ମତ ଦେଇଥିଲେ । ‘ବଉଳ ଫୁଲ’ ପତ୍ରିକାର ସମ୍ପାଦିକା ବ୍ରଜେଶ୍ୱରୀ ସିଂହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଝୁମୁକା ଡ୍ୟାନ୍ସ ଏକାଡେମୀର କଳାକାର ସାଇଜାନୀ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିଶୁ ସାହିତ୍ୟିକ ଡ. ରାଜକିଶୋର ପାଢ଼ୀଙ୍କୁ ବ୍ୟାସ ଭାରତୀ ସମ୍ମାନ, ଧରିତ୍ରୀର ଜିଲ୍ଲା ପ୍ରତିନିଧି ହର୍ଷବର୍ଦ୍ଧର୍ନ ବେହେରା, ଜାତୀୟ କ୍ରିକେଟ ଉଦ୍‌ଘୋଷକ ତ୍ରିଲୋଚନ ଖିଲାର, ବ୍ୟଙ୍ଗକବି ବାଇଧର ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ପ୍ରାଧ୍ୟାପକ ହିମାଂଶୁ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ୩୫ରୁ ଉର୍ଦ୍ଧ୍ୱ କବି ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସହ ସମ୍ପାଦକ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close