ଯାଜପୁର ଜିଲାରେ ବି.ଜେ.ପି ର ନୂଆ ମୋଡ଼

ବ୍ୟାସନଗର,୨୭/୦୨(ବସନ୍ତ କୁମାର ପାତ୍ର ଙ୍କ ଠାରୁ ): ବି.ଜେ.ପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟରେ ଭେଟ କଲେ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନନ୍ଦ ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାଟିକୁ ଯାଜପୁର ଲୋକସଭା ଓ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାଥୀରୂପେ ସଙ୍ଘ ପରିବାରର କାର୍ଯ୍ୟକର୍ତାଙ୍କୁ ଆଗାମୀ ନିର୍ବାଚନରେ ପ୍ରାଥୀ କରାଗଲେ ଦଳ ବିଜୟ ପ୍ରାପ୍ତ କରିପାରିବ ବୋଲି ଦାବି ଜଣାଇଥିଲେ. । ଉକ୍ତ ବୈଠକରେ ରାଜ୍ୟ ସଭାପତିଙ୍କ ସହ ଯାଜପୁର ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅଶୋକ ସାମଲ, ଶ୍ରୀଯୁକ୍ତ ଅଜୟ ବିଶ୍ୱାଳ, ପୂର୍ବତନ ଜିଲ୍ଲା ଉପ ସଭାନେତ୍ରୀ ଶ୍ରୀମତି ପ୍ରଭାତୀ ସାହୁ, ଯାଜପୁର ଜିଲ୍ଲାର ମୂଳଦୁଆ ସ୍ଥାପନ ତଥା ପୂର୍ବରୁ ପାଞ୍ଚ ପାଞ୍ଚ ଥର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ସମେତ ଦୁଇ ଜଣ ଜିଲ୍ଲା ଯୁବ ମୋର୍ଚା କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଆଲୋଚନା ସହ ପୂର୍ଣ୍ଣ ଏବଂ ପ୍ରଗତିଶୀଳ ଥିଲା ଯାଜପୁର ଜିଲାରେ ହିନ୍ଦୁତ୍ୱ ବାଦୀ ରାଜନୀତିକୁ ଖୋରକ୍ଷତ ଯୋଗାଇବାର ସୂଚନା ମିଳୁଅଛି । ବରିଷ୍ଠ ଆଇନଜୀବୀ ତଥା ସଙ୍ଘ ପରିବାରର ବରିଷ୍ଠ କାର୍ଯ୍ୟକର୍ତା ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନନ୍ଦଙ୍କ ରାଜନୀତିରେ ପ୍ରବେଶକୁ ଯାଜପୁର ଜିଲ୍ଲା ଏବଂ ବିଶେଷ କରି କୋରେଇ ବିଧାନ ସଭା ମଣ୍ଡଳୀରେ ଏକ ଉତ୍ସାହ ପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛି । ଏଥିରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ର ଉତ୍ସାହ ଦୁଇ ଗୁଣ ହୋଇଯାଇଛି । ଦେଖାଯାଉ କୋରେଇରେ ପ୍ରଗତିଶୀଳ ତଥା ହିନ୍ଦୁତ୍ୱ ବାଦୀ ରାଜନୀତି ସହ ଭଣ୍ଡ ଧର୍ମ ନିରପେକ୍ଷ ବାଦୀଙ୍କର ରାଜନୀତିଙ୍କ ଗୋଟି ଚାଳନା କେଉଁ ଦିଗକୁ ଶୁଚି କରୁଛି ।

 

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close