କାର୍ଯ୍ୟକ୍ଷେତ୍ରରେ ଯୈାନ ନିିର୍ଜାତନା ପ୍ରତିରୋଧ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ

ଯାଜପୁର,୨୩/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଏକତ୍ରିତ ସେବା ମନୋଭାବ ନେଇ କାର୍ଯ୍ୟ କଲେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବେସରକାରୀ କାର୍ଯ୍ୟାଳୟ, ସ୍ୱେଚ୍ଚ୍ଥାସେବୀ ସଂଗଠନ, ବିଭିନ୍ନ ବୃହତ ଓ କ୍ଷୁଦ୍ର ଶିଳ୍ପ ସଂସ୍ଥା, ବାଣିଜ୍ୟିକ ପ୍ରତିଷ୍ଠାନ ମାନଙ୍କରେ ଏକତ୍ରିତ ହୋଇ ସେବା ପରାୟଣ ମନୋଭାବ ନେଇ କାର୍ଯ୍ୟ କଲେ କାର୍ଯ୍ୟାଳୟ ଗୁଡିକରେ ସୁସ୍ଥ ବାତାବରଣ ବଜାୟ ରହିବା ସହ ସମାଜର ଗତିଧାରା ଶୃଙ୍ଖଳିତ ହୋଇ ସମାଜର ପ୍ରଭୁତ ପ୍ରଗତି ହୋଇଥାଏ ବୋଲି ଆଜି ଅପରାହ୍ନରେ ଜିଲ୍ଳ୍‌ା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଳ୍‌ା ସମାଜ ମଙ୍ଗଳ ଅଧିକାରୀ ସବିତା ଚ୍ୟାଉପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ଷେତ୍ରରେ ଯୈାନ ନିିଜର୍ଯାତନା ପ୍ରତିରୋଧ, ନିଷେଧ ଏବଂ ଦଣ୍ଡ ବିଧାନ ଆଇନ-୨୦୧୩ ତାଲିମ ଏବଂ ଅନ୍ଧ ବିଶ୍ୱାସରେ ବସିକରଣ ହୋଇ ମହିଳା ଓ ଯୁବତୀ ମାନଙ୍କ ବିରୁଦ୍ଧରେ ଅପରାଧ ତଦନ୍ତ ଜନିତ କର୍ମଶାଳା ବୈଠକରେ ମୁଖ୍ୟ ଅତିଥି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ରେକ୍ସୋନା ଜେନା, ସମ୍ମାନିତ ଅତିଥି ଭାବେ ଏଡିପିଏଚ୍‌ଓ, ପରିବାର ମଙ୍ଗଳ ଡା. ପ୍ରଦୀପ୍ତ କୁମାର ସାହୁ, ପ୍ୟାନେଲ ଲୟର ଅଖିଳ ମୋହନ ଦାଶ, ଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଅତିରିକ୍ତ ଜିଲ୍ଳ୍‌ା ସମାଜ ମଙ୍ଗଳ ଅଧିକାରୀ ସୁକାନ୍ତ ମାଧବ ରାଉତ ଯୋଗଦେଇ ମତ ପ୍ରକାଶ କରିଚ୍ଥନ୍ତି । କର୍ମକ୍ଷେତ୍ରରେ ମହିଳା କିମ୍ୱା ଯୁବତୀ ମାନଙ୍କୁ ଅଶ୍ଳିଳ ଭାଷା, ଇଙ୍ଗିତ, ସାମାଜିକ ଗଣମାଧ୍ୟମରେ ଅଶ୍ଳିଳ ବାର୍ତା, ଅଶ୍ଳିଳ ଚ୍ଥୁଆଁ ଭଳି ଅପରାଧକୁ ଯୈାନ ନିର୍ଯ୍ୟାତନା ଅପରାଧ ବୋଲି ଗ୍ରହଣ କରାଯାଇଥାଏ । ଏହାଦ୍ୱାରା ମହିଳା ମାନଙ୍କର ସାମ୍ୱିଧାନିକ ଅଧିକାର କ୍ଷୂର୍ଣ୍ଣ ହେବା ସହ ସେମାନଙ୍କର ଚରିତ୍ର ଉପରେ ପ୍ରତିଘାତ ଓ ଜୀବନ ଜୀବିକା ନିର୍ବାହ କରିବାରେ ପ୍ରତିବନ୍ଧ ସହ ମାନସିକ ଭାରସାମ୍ୟ ହରାଇବା ଏବଂ ସାମାଜିକ ଜୀବନରେ ପ୍ରଭାବ ପକାଇଥାଏ । ଏଥିପାଇଁ ସରକାର ୨୦୧୩ ଆଇନରେ ଏହି ସମସ୍ୟାର ସମାଧାନ ନିମନ୍ତେ ଦଣ୍ଡ ବିଧାନ ଆଣିଚ୍ଥନ୍ତି । ଆମ ପରିବେଶରେ ଓ ସମାଜରେ ଏହି ଆଇନ କିଭଳି କାର୍ଯ୍ୟନ୍ୱୟନ ହେବ ସେଥିପାଇଁ ସାମାଜିକ ସ୍ତର ଠାରୁ ପ୍ରତ୍ୟେକ କାର୍ଯ୍ୟାଳୟ ସ୍ତରରେ ଆଭ୍ୟନ୍ତରୀଣ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଚ୍ଥି । ପୀଡିତା ମାନେ ଉକ୍ତ ଆଭ୍ୟନ୍ତରୀଣ କମିଟିରେ ଅଭିଯୋଗ କରିପାରିବେ ଏବଂ ଏହି ଅଭିଯୋଗର ୩ ମାସ ମଧ୍ୟରେ ସମାଧାନ କରିବା ପାଇଁ ଆଇନରେ ଉଲେ୍‌୍ଳଖ ଅଚ୍ଥି । ସେହିପରି ଜାଗୃତି, ୱାନ ଷ୍ଟପ୍ ସେଣ୍ଟର (ସଖୀ) ଦ୍ୱାରା ମଧ୍ୟ ଏହି ସମସ୍ୟାର ସମାଧାନ କରାଯାଇପାରିବ । ଆଇନରେ ଥିବା ଦଣ୍ଡ ବିଧାନରେ ଭାରତୀୟ ପିଙ୍ଗଳ କୋଡ ଧାରା ୩୫୪, ୨୯୪, ୨୯୨ ଏବଂ ୨୯୩ ରେ ଦୋଷୀଙ୍କୁ କଠୋର ଦଣ୍ଡ ବିଧାନର ବ୍ୟବସ୍ଥା ରହିଚ୍ଥି । ଏହି ଆଇନରେ ଆଭ୍ୟନ୍ତରୀଣ କମିଟି ପୀଡିତାଙ୍କ ଠାରୁ ଅଭିଯୋଗ ପାଇଲା ପରେ ଦୋଷୀକୁ ୭ ଦିନ ମଧ୍ୟରେ କୈପିଂୟତ ଦେବାପାଇଁ ନୋଟିସ୍ ଦିଆଯାଇଥାଏ । ଏହି ଆଇନ ସମ୍ୱନ୍ଧୀୟ ବ୍ୟାପକ ପ୍ରଚାର, ପ୍ରସାର ନିମନ୍ତେ ଏନ୍‌.ଜି.ଓ. କର୍ମକର୍ତା ଏବଂ ସି.ଡି.ପି.ଓ. ମାନେ ବ୍ଳକ ସ୍ତରରେ ଆଇ.ଇ.ସି. କର୍ମଶାଳା ଆୟୋଜନ କରି ମହିଳା ମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଚ୍ଥି । ସେହିପରି ତନ୍ତ୍ର, ମନ୍ତ୍ର, ଗୁଣିଗାରେଡି, ଅନ୍ଧ ବିଶ୍ୱାସ, ଖଟ ବିଦ୍ୟାକୁ ଗ୍ରହଣ କରି ମାନସିକ ବାସନ୍ଦ ଓ ସାମାଜିକ ବାସନ୍ଦ ଆଇନ ବିରୁଦ୍ଧ ଅଟେ । କୈାଣସି ମହିଳା ବା ଯୁବତୀର ରକ୍ତ ସଂଚାଳନରେ ଭାରସାମ୍ୟ କିମ୍ୱା ବିଭିନ୍ନ ରୋଗ ଓ ସର୍ପ ଦଂଶନ ପାଇଁ ଶାରିରୀକ ସମସ୍ୟା ବା ରୋଗୀ ବିପଦରେ ଓ ମୃତ୍ୟୁ ମୁଖରେ ପଡିବା ପରିଲକ୍ଷିତ ହୋଇଥାଏ । ଏହାଦ୍ୱାରା କିଚ୍ଥି ଅଶିକ୍ଷିତ ଲୋକ, ଅନୁସୂଚୀତ ଜନଜାତି ଏବଂ ଅନୁସୂଚୀତ ଜାତି, ଆର୍ଥିକ ସ୍ୱଚ୍ଚ୍ଥଳ ନ ଥିବା ବ୍ୟକ୍ତି ବିଶେଷ ଝଡା ପୁଂଙ୍କାର ଆଶ୍ରୟ ନେଇଥାନ୍ତି, ଯାହା ରୋଗୀକୁ ବିପଦରେ ପକାଇଥାଏ । ଏଣୁ ଏ ସବୁ ଅନ୍ଧ ବିଶ୍ୱାସକୁ ତ୍ୟାଗ କରି ଡାକ୍ତରଙ୍କ ପରାମର୍ଶ ନେଇ ରୋଗୀକୁ ଚିକିତ୍ସା କରିବା ବିଧେୟ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଯେଉଁମାନେ ଅନ୍ଧ ବିଶ୍ୱାସର ପ୍ରଲୋଭନ ଦେଖାଇ ସାମାଜିକ ଜୀବନରେ ବିଶୃଙ୍ଖଳା ସୃଷ୍ଟି କରୁଚ୍ଥନ୍ତି, ସେମାନଙ୍କ ବିରୁଦ୍ଧରେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଳ୍‌ା ସମାଜ ମଙ୍ଗଳ ବିଭାଗ ପ୍ରକଳ୍ପ ଅଧିକାରୀ ସଂଯୁକ୍ତା ଘଡାଇ ଅତିଥି ପରିଚୟ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସମସ୍ତ ବ୍ଳକର ସିଡିପିଓ., ସ୍ୱେଚ୍ଚ୍ଥାସେବୀ ସଂଗଠନ ଓ ଶିଶୁ ସୁରକ୍ଷା ସମିତି କର୍ମକର୍ତାମାନେ ଯୋଗ ଦେଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close