ପଟ୍ଟା ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ଯାଜପୁର,୨୧/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ କେନ୍ଦ୍ରାପଡା ଜିଲ୍ଳ୍‌ା ଗସ୍ତ ସମୟରେ ସିକିମ ସତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଅଭିଯୋଗ ଆସିଥିଲା । ପରେ ଓଡିଶାର ବିଭିନ୍ନ ଜିଲ୍ଲାରେ ସିକିମ ସତ୍ୱ ଦଖଲକାରୀମାନେ ଜମିଜମା ମାମଲା ସମସ୍ୟା ସମାଧାନ ନ ହୋଇପାରୁ ଥିବାରୁ ସରକାରଙ୍କର ବିଭିନ୍ନ ଯୋଜନାରୁ ସେମାନେ ବାଦ ପଡିଯାଉଥିଲେ । ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସେମାନଙ୍କର ନ୍ୟାର୍ଯ୍ୟଦାବୀ ମାଲିକାନା ପ୍ରଦାନ କରିବା ପାଇଁ ଓଡିଶା ଭୂ ସଂସ୍କାର ଆଇନ ୧୯୬୦ କୁ ଓଡିଶା ରାଜସ୍ୱ ବିଭାଗକୁ ରାଜ୍ୟ ରାଜସ୍ୱ ସେବା ଟାସ୍କପୋଂର୍ସ ଗଠନ କରି ସମଗ୍ର ଓଡିଶାରେ ସର୍ଭେ କରି ଆଇନରେ ସଂଶୋଧନ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଓଡିଶା ସରକାର ରାଜସ୍ୱ ବିଭାଗ ୮୦୧୧୯ ଖାତାରେ ପାଖାପାଖି ୨୧୩ ଏକର ଜମି କିସମ ପରିବର୍ତନ କରି ସିକିମ ସତ୍ୱାଧିକାରୀ ରୟତ ମାନଙ୍କୁ ସିକିମ ଜମିକୁ ଚାଷ ଓ ଗୃହ ପାଇଁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଆଭାସୀରେ ଶୁଭାରମ୍ଭ କରିଚ୍ଥନ୍ତି । ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଆଭାସୀରେ ଯାଜପୁର ସମେତ ୧୯ ଗୋଟି ଜିଲ୍ଳ୍‌ାରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯାଜପୁର ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଳ୍‌ା ପରିଷଦ ଉପ-ସଭାପତି ଗଣେଶ୍ୱର ବରାଳ, ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ ଡା. ଶୁଭଙ୍କର ମହାପାତ୍ର, ଯାଜପୁର ପୈାର ପରିଷଦ ଅଧ୍ୟକ୍ଷା ରଂଜୁଲତା ହୋତା, ଯାଜପୁର ପଂଚାୟତ ସମିତି ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡା, ଯାଜପୁର ପୈାର ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକ ମଂଚାସୀନ ରହି ଜିଲ୍ଳ୍‌ାର ୧୦ ଗୋଟି ବ୍ଳ୍‌କର ୨୫୦ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ । ସମଗ୍ର ଓଡିଶାରେ ଯାଜପୁର ଜିଲ୍ଳ୍‌ାକୁ ନେଇ ମୋଟ ୨ ଲକ୍ଷ ୫୪ ହଜାର ରୟତ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପଟ୍ଟା ବଣ୍ଟନ କରିଚ୍ଥନ୍ତି । ଆଭାସୀ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଓ ଯୋଜନା ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିବା ବେଳେ ଅତିରିକ୍ତ ସଚିବ ଶଶଧର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଯାଜପୁର ଜିଲ୍ଳ୍‌ା ସ୍ତରୀୟ ପଟ୍ଟା ବଣ୍ଟନ ସମାରୋହରେ ଅତିରିକ୍ତ ଜିଲ୍ଳ୍‌ାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଳ୍‌ାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଉପ-ଜିଲ୍ଳ୍‌ାପାଳ ଅଂଶୁମାନ ଶତପଥୀ, ସମସ୍ତ ତହସିଲଦାର, ହିତାଧିକାରୀ ରୟତ ଓ ପରିବାର ବର୍ଗ, ଗଣମାଧ୍ୟମ ପ୍ରତିନିଧି ଏବଂ ଜିଲ୍ଳ୍‌ା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close