‘ଫେରୋକ୍ରୋମ ପ୍ଲାଂଟ’ର ପୂର୍ବତନ ଏମ.ଡି ବାବାଜୀ ଚରଣ ସାହୁଙ୍କ ପରଲୋକ

ବ୍ୟାସନଗର,୧୯/୨(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦ (ଯାଜପୁରରୋଡ଼) ସ୍ଥିତ ଓଡ଼ିଶା ଖଣି ନିଗମ (ଓଏମସି) ଅଧିକୃତ “ଫେରୋକ୍ରୋମ କାରଖାନା” ତଥା ତତ୍‌କାଳୀନ ‘ଇଡ଼କଲ ଫେରୋକ୍ରୋମ ଆଣ୍ଡ ଆଲୟେଜ୍‌’, ଇଫ୍‌କାଲର ଅବସରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ(ଏମ.ଡି) ଇଂ. ବାବାଜୀ ଚରଣ ସାହୁଙ୍କ ଭୁବନେଶ୍ୱରେ ପରଲୋକ ଘଟିଛି । ଜଣେ ଦକ୍ଷ ଏମ.ଡି ଭାବରେ ତାଙ୍କର ଖ୍ୟାତି ରହିଥିଲା । ଫେରୋକ୍ରୋମ କାରଖାନା ସହ ସେ ବଡ଼ବିଲ ସ୍ଥିତ ‘କଳିଙ୍ଗ ଆଇରନ ୱାର୍କ୍ସ’ କାରଖାନାରେ ସେ ଦକ୍ଷତାର ସହ ଏମ.ଡ଼ି ଦାୟିତ୍ୱ ତୁଲାଇଥିଲେ । ତାଙ୍କର ୦୨ ପୁଅଙ୍କ ମଧ୍ୟରୁ ଜଣେ କାନସର ରୋଗରେ ଦେହତ୍ୟାଗ କରିଥିଲେ ଯାହା ତାଙ୍କୁ ବଡ଼ ବ୍ୟଥିତ କରିଥିଲା । ତାଙ୍କର ପରଲୋକ ଖବର ବିଭିନ୍ନ ମହଲରେ ଶୋକ ଖେଳାଇ ଦେଇଛି । ଫେରୋକ୍ରୋମ କାରଖାନାର ବହୁ ଅଧିକାରୀ, କର୍ମଚାରୀଙ୍କ ସହ କାରଖାନା ମୁଖ୍ୟ ଇଂ. ରଶ୍ମିରଂଜନ ପରିଡ଼ା, କାରଖାନାର ବରିଷ୍ଠ ଶ୍ରମିକ ନେତା କମଳାକାନ୍ତ ନାୟକ, ତାଙ୍କ ବଡ଼ ପୁଅଙ୍କ ସହପାଠୀ ତଥା ଯାଜପୁର ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ସଂଜୀତ୍ କୁମାର ଦେଓ, ତାଙ୍କ ପରିବାରର ଶୁଭେଚ୍ଛୁ ତଥା ରାଜ୍ୟସ୍ତରୀୟ ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ତାଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ୰ ଇଂ. ସାହୁ ‘ଉଦୟବଟ’ର ଜଣେ ଶୁଭେଚ୍ଛୁ ଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close