‘ଫେରୋକ୍ରୋମ ପ୍ଲାଂଟ’ରେ ୭୫ତମ ଜନରାଜ୍ୟ ଦିବସ ପାଳିତ

ବ୍ୟାସନଗର,୨୯/୧(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦ (ଯାଜପୁରରୋଡ଼) ସ୍ଥିତ ଓଡ଼ିଶା ଖଣି ନିଗମ (ଓଏମସି) ଅଧିକୃତ “ଫେରୋକ୍ରୋମ କାରଖାନା”ରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ କାରଖାନା ମୁଖ୍ୟ (ୟୁନିଟ୍ ହେଡ଼) ଇଂ. ରଶ୍ମିରଂଜନ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଚ.ଆର ବିଭାଗ ମୁଖ୍ୟ ବି. ଏନ ପ୍ରଧାନ, ସୁକୁରିଟି ମ୍ୟାନେଜର ରବୀନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । କାରଖାନାର ଉନ୍ନତି ପାଇଁ ସମସ୍ତେ ଐକ୍ୟବଦ୍ଧ ହୋଇ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ କାରଖାନା ମୁଖ୍ୟ ଶ୍ରୀ ପରିଡ଼ା ଆହ୍ୱାନ ଦେଇଥିଲେ । ଏଥିରେ ସ୍ଥାନୀୟ କ୍ରୋମନଗର ବିଦ୍ୟାମନ୍ଦିର ଓ କ୍ରୋମନଗର ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ଭାଗ ନେଇ ପ୍ୟାରେଡ଼ କରିଥିଲେ ଓ ସମ୍ମିଳିତ ପ୍ୟାରେଡ଼ରେ ଶ୍ରୀ ପରିଡ଼ା ଓ ଅନ୍ୟ ଅତିଥିମାନେ ଅଭିବାଦନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଆଦିମାନେ ଅଂଶଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close