ଆଭାସୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଳ୍‌ାକୁ ଲକ୍ଷ୍ମୀ ବସ୍ ଯୋଜନା ଲୋକାର୍ପଣ କଲେ

ଯାଜପୁର,୧୭/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଳ୍‌ା ପରିଦର୍ଶନ ସମୟରେ ଗ୍ରାମାଂଚଳରେ ମା’ ମାନେ କିଭଳ ଅଧିକରୁ ଅଧିକ ସଂଚୟ କରି ସଶକ୍ତ ହେବେ, ଗ୍ରାମାଂଚଳର ଚ୍ଥାତ୍ରଚ୍ଥାତ୍ରୀମାନେ ବିଦ୍ୟାଳୟକୁ ବିନା ଦ୍ୱିଧାରେ ସହଜ ପରିବହନ ମାଧ୍ୟମରେ ବିଦ୍ୟାଳୟ ଓ ମହାବିଦ୍ୟାଳକୁ ଯାଇପାରିବେ । ଚାଷୀ ଓ କୃଷକ ତାଙ୍କର ବିପଣନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଲାଭବାନ ହେବେ ସେଥିପାଇଁ ଗ୍ରାମ ପଂଚାୟତ ସ୍ତରରୁ ବ୍ଳକ ମୁଖ୍ୟାଳୟ, ଜିଲ୍ଳା ମୁଖ୍ୟାଳୟ, ରାଜଧାନୀ ଓ ଶ୍ରୀ ଜଗନ୍ନାଥ ଧାମ ପୁରୀକୁ ସରଳ ଓ ସହଜ ଯୋଗାଯୋଗ କରିବା ନିମନ୍ତେ ଲକ୍ଷ୍ମୀ ବସ୍ ଯୋଜନାର ଆବିଷ୍କାର କରିଥିଲେ । ଏହି ଯୋଜନାରେ ସମାଜର ମା’ ମାନଙ୍କ ପାଇଁ ୫ ଟଙ୍କା ଟିକଟ ଦାମ୍‌ରେ ଯାତାୟତ ଏବଂ ସର୍ବୋପରି ଗ୍ରାମୀଣ ଜୀବନଧାରାକୁ ସମୃଦ୍ଧ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତକାଲି ଯାଜପୁର ଜିଲ୍ଳ୍‌ା ସହ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ ଓ ନୟାଗଡ ସମେତ ୬ ଗୋଟି ଜିଲ୍ଳ୍‌ାରେ ୧୩୬୩ ଗ୍ରାମ ପଂଚାୟତକୁ ଲକ୍ଷ୍ମୀ ବସ୍ ଯୋଜନାରେ ୧୯୮ ଗୋଟି ବସ୍ ଲୋକାର୍ପଣ କରି ଉପରୋକ୍ତ ବିଷୟ ପ୍ରକାଶ କରିଚ୍ଥନ୍ତି । ଏହାଦ୍ୱାରା ୬ ଗୋଟି ଜିଲ୍ଳ୍‌ାର ପ୍ରାୟ ୭୫ ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ସେମାନଙ୍କ ଦୈନନ୍ଦିନ ଜୀବନ ଶୈଳୀରେ ବ୍ୟାପକ ଉନ୍ନତିର ପରିବର୍ତନ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ରଖିଥିଲେ । ଆଭାସୀରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲକ୍ଷ୍ମୀବସ୍ ଲୋକାର୍ପଣ ଯାଜପୁର ଜିଲ୍ଳ୍‌ା ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର ବାଣିଜ୍ୟ, ପରିବହନ ଏବଂ ଜଳ ସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦେଇ କହିଲେ ଯେ, ପୁରୀ ଜିଲ୍ଳ୍‌ାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍ ପ୍ରକଳ୍ପରେ ୧୯୮ ବସ୍ ଲୋକାର୍ପଣ କରି ମା’ ମାନଙ୍କୁ ଗତିଶୀଳ, ସଶକ୍ତ ଓ ସମୃଦ୍ଧ କରିବା ସହ ଓଡିଶାକୁ ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ଯେଉଁ ପ୍ରୟାସର ଭିଜନ ତାହା ଅଭିନନ୍ଦନୀୟ ବୋଲି ପ୍ରକାଶ କରିଥିଲେ । ଆଭାସୀ ଲକ୍ଷ୍ମୀ ବସ୍ ଲୋକାର୍ପଣ ପ୍ରାରମ୍ଭରେ ଓଡିଶା ସରକାର ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ୬ ଗୋଟି ଜିଲ୍ଳ୍‌ାର ଆଭାସୀରେ ଯୋଡି ହୋଇଥିବା ସଭାର ଅତିଥି ମାନଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ସହ ଲକ୍ଷ୍ମୀ ବସ୍ ଯୋଜନାର ଆଭିମୁଖ୍ୟ ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ବିଧାନସଭାର ମାନ୍ୟବର ବାଚଷ୍ପତି ଶ୍ରୀମତୀ ପ୍ରମିଳା ମଲ୍ଳ୍‌ିକ, ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀଯୁକ୍ତ ପ୍ର୍ରୀତି ରଂଜନ ଘଡାଇ, ବଡ଼ଚଣାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ, ବରୀ ମାନ୍ୟବର ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ଜିଲ୍ଳ୍‌ା ପରିଷଦ ସଭାପତି ନଳିନୀ ପ୍ରଭା ଯେନା ମଂଚାସୀନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍‌ା ପରିଷଦ ଉପ-ସଭାପତି ଗଣେଶ୍ୱର ବରାଳ, ଅତିରିକ୍ତ ଜିଲ୍ଳ୍‌ାପାଳ ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଳ୍‌ାପାଳ ପ୍ରଶାସନ ନବକ୍ରିଷ୍ଣ ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଓ ଜିଲ୍ଳା ପରିଷଦ ଅଶୋକ କୁମାର ବେହୁରିଆ, ଉପଜିଲ୍ଳ୍‌ାପାଳ ଅଂଶୁମାନ ଶତପଥୀ, ଯାଜପୁର ପୈାର ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍‌ି୍ଳକ, ଆଂଚଳିକ ପରିବହନ ଅଧିକାରୀ ନୀଳକଣ୍ଠ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମିଶନ ଶକ୍ତିର ମା’ ମାନେ ଏବଂ ଚ୍ଥାତ୍ରଚ୍ଥାତ୍ରୀ ବୃନ୍ଦ ବହୁଳ ଭାବେ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close