ଏ.ଆଇ.ୟୁ.ଟି.ୟୁ.ସି ତରଫରୁ ଦେଶବ୍ୟାପୀ ଶ୍ରମିକ ଧର୍ମଘଟ ଓ ଗ୍ରାମୀଣ ବନ୍ଦ

ବ୍ୟାସନଗର,୧୬/୦୨(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଏ.ଆଇ.ୟୁ.ଟି.ୟୁ.ସି ସଂଘ ପକ୍ଷରୁ ଆଜି ସକାଳ୧୦ ଘଟିକା ସମୟରେ ବ୍ୟାସନଗର ସହର ପରିକ୍ରମା କରି ଗୋପବନ୍ଧୁ ଛକ ଠାରେ ଏକତ୍ରିତ ହୋଇ ଏକ ସଭାର ଆୟୋଜନ କରାଯାଇଥିଲା । ସଂଘ ପକ୍ଷରୁ କର୍ମୀମାନେ ନିଜ ନିଜର ଅଭିଭାଷଣରେ କହିଥିଲେ ଯେ, କୃଷକ ବିରୋଧୀ ଏକ ଚାଟିଆ ପୁଞ୍ଜିପତି ଶ୍ରେଣୀ ସପକ୍ଷ ନୀତି ଓ ଲଗାତାର କଠୋର ପଦକ୍ଷେପ ଜନବିରୋଧୀ ଏ.ଆଇ.ୟୁ.ଟି.ୟୁ.ସି ସମେତ ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁିନିୟନଙ୍କ ମିଳିତ ମଂଚ ଏବଂ ଏ.ଆଇ.କେ.କେ.ଏମ୍‌.ଏସ୍ ଅଂଶୀଦାର ଥିବା ସଂଯୁକ୍ତ କିଶାନ ମୋର୍ଚ୍ଚାର ମିଳିତ ଆହ୍ୱାନରେ ୧୬ ଫେବୃଆରୀ ୨୦୨୪ରେ ଦେଶବ୍ୟାପୀ ଶ୍ରମିକ ଧର୍ମଘଟ ଓ ଗ୍ରାମୀଣ ବନ୍ଦ ସଂଗଠିତ କରିବାକୁ ନିଷ୍ପତି କରାଯାଇଛି । ଗତ ଶତାବ୍ଦୀର ୯୦ ଦଶକର ପ୍ରାରମ୍ଭ ତତ୍କାଳୀନ ଜାତୀୟ ଓ ଆନ୍ତର୍ଜାତିକ ପରିସ୍ଥିତିରେ ଭାରତୀୟ ଏକ ଚାଟିଆ ପୁଞ୍ଜିପୁତିଙ୍କ ସ୍ୱାର୍ଥରେ ସାମ୍ରାଜ୍ୟବାଦୀ ଜଗତିକରଣ ଶାସକଦଳର ଜଣାଶୁଣା ନେତାମାନେ ମଧ୍ୟ ଏଭଳି ଅପରାଧମୂଳକ ଘଟଣାରେ ଖୋଲାଖୋଲି ସମ୍ପୃକ୍ତ ଅଛନ୍ତି । ସେଥିପାଇଁ ଗଣତାନ୍ତ୍ରିକ ଆନ୍ଦୋଳନ ହିଁ କ୍ଷମତାସୀନ ସରକାରଙ୍କ ଘୃଣ୍ୟ ପରିକଳ୍ପନା ଓ ଯୋଜନାକୁ ବିଫଳ କରି ପାରିବ । ଶ୍ରମିକ ଓ କୃଷକମାନଙ୍କ ଜୀବନର ଜ୍ୱଳନ୍ତ ସମସ୍ୟାକୁ ନେଇ ଲଗାତାର ଐକ୍ୟବଦ୍ଧ ଶକ୍ତୀଶାଳୀ ଆନ୍ଦୋଳନ ସଂଗଠିତ କରିବା ଉଦ୍ଦେଶ୍ୟରେ ଗରିବ ଚାଷୀମାନଙ୍କ ସହିତ ନିବିଡ଼ ଭାବେ ଐକ୍ୟ ଗଢ଼ି ତୋଳିବାକୁ ଶ୍ରମିକ ଶ୍ରେଣୀ ଜରୁରୀ ପ୍ରୟୋଜନ ବୋଲି କହିଛନ୍ତି । ୧୬ ଫେବୃଆରୀ ୨୦୨୪ ଦେଶବ୍ୟାପୀ ଶ୍ରମିକ ଧର୍ମଘଟ ବନ୍ଦ ଦିଗରେ ସଂଗଠିତ ହୋଇଥିଲେ । ତେଣୁ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ପ୍ରସ୍ତୁତି କରିବା ପାଇଁ ଏହି ଆନ୍ଦୋଳନ ପରିଚାଳିତ ହେବାର ଆବଶ୍ୟକତା ରହିଛି । ଏହାଦ୍ୱାରା ଶ୍ରମିକ ଓ କୃଷକମାନଙ୍କର ଐକ୍ୟ ଆହୁରି ଦୃଢ଼ୀଭୂତ ହେବ ଓ ଜନସାଧାରଣଙ୍କୁ ବିଶେଷକରି କୃଷକ ଓ ଶ୍ରମିକମାନଙ୍କୁ ସବୁ ପ୍ରକାର ସହାୟତା ବା ବ୍ୟବସ୍ଥା କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଥିଲା । ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଏ.ଆଇ.ୟୁ.ଟି.ୟୁ.ସି ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନ, ରାଜ୍ୟ କମିଟିର ସଭ୍ୟ ବିଜୟାନନ୍ଦ ମଲ୍ଲିକ ଓ କେଦାରନାଥ ସାହୁ, ଦାନଗଦି ଲୋକାଲ କମିଟିର ସମ୍ପାଦକ ବିଜୟ ଜେନା, କୋରେଇ ଲୋକାଲ କମିଟିର ସମ୍ପାଦକ ମେଘନାଦ ମୁଦୁଲି, ଜିଲ୍ଲା କମିଟିର ସଭ୍ୟ ନୃସିଂହ ମହାନ୍ତ ଓ ନିରୁପମା ବେହେରାଙ୍କ ସମେତ ଶରତ ଜେନା, ହୃଷିକେଶ ସିଂହ, ରାଜକିଶୋର ମହାନ୍ତ, କାର୍ତିକ ହାଲଦାର, ରାମଚନ୍ଦ୍ର ମଲ୍ଲିକ, ବିଶ୍ୱନାଥ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close