‘ଜୟ ଜଗନ୍ନାଥମହୋତ୍ସବ’କଳସ ଯାତ୍ରାରେଗାଁ ଦୁଲୁକିଲା : ଆଚମ୍ବିତକଲା ପାଇକ ଆଖଡା

ଯାଜପୁର,୧୬/୦୨(ଉ. ନ୍ୟୁଜ୍ ବ୍ୟୁରୋ): ସମସ୍ତ ପ୍ରକାର ଭେଦଭାବ ଭୁଲିଯାଇ ସମସ୍ତେ ନାଚୁଥିଲେ । ସତେ ଯେମିତି ଭଗବାନଙ୍କ ସହ ଭକ୍ତ ଏକାକାର ହୋଇ ଯାଇଥିଲେ । ପ୍ରାୟ ଏକ କିଲୋମିଟର ବ୍ୟାପୀ ଶୋଭାଯାତ୍ରାରେ ସାମିଲ ହୋଇଥିବା ସାଂସ୍କୃତିକ ଦଳ ଏବଂ ସଂକୀର୍ତନରେ ଗାଁ ପ୍ରକମ୍ପିତ ହୋଇଥିଲା । ଏହା ମଧ୍ୟରେ ଥିବା ପାଇକ ଆଖଡା ଦର୍ଶକମହଲଙ୍କୁ ଆଚମ୍ବିତକରିଥିଲା । ଯାଜପୁରଜିଲ୍ଲା ଧର୍ମଶାଳାବ୍ଲକ ମଧୁପୁରଗଡ ପଂଚାୟତ ଭୁବନପୁର ଗ୍ରାମରେ ଅନୁଷ୍ଠିତ ହେଉଥିବା ଜୟ ଜଗନ୍ନାଥ ମହୋତ୍ସବର କଳସ ଯାତ୍ରାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଠାରେ ଶ୍ରୀଶ୍ରୀରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ହେଉଥିବା ଜୟ ଜଗନ୍ନାଥ ମହୋତ୍ସରେ ବୁଧବାରଠାରୁ ଆରମ୍ବ ହୋଇଛି । ବୁଧବାର ସକାଳ ୭ଟାରେ ମହାସମାରୋହରେ କଳସ ଯାତ୍ରା ଅନୁଷ୍ଠିତ ହୋଇଛି ।କଳସ ଯାତ୍ରାରେ ବିଭିନ୍ନ ସ୍ଥାନର ସଂକୀର୍ତନ ମଣ୍ଡଳୀ ଯୋଗ ଦେଇ ସଂକୀର୍ତନ କରିଥିଲେ । ଏହା ସହ ଢେଙ୍କାନାଳର ଗୋପାଳ ଲଉଡି ଖେଳ, କେରାପୁଟର କାଠି ନାଚ, ଚିଲିକାର ପାଇକ ଆଖଡା ସହ ରାଜ୍ୟର ବିଭିନ୍ନ ସ୍ଥାନର ସୁନାମଧନ୍ୟ ବାଦ୍ୟଯନ୍ତ୍ର ସାମିଲ ହୋଇଥିଲେ । ପାଇକ ଆଖଡାର ନିଆଁଖେଳ, ମାଙ୍କଡା ପଥର ଭଙ୍ଗା, ବିଭିନ୍ନ ପ୍ରକାର ପାଇକ ଖେଳ ଦୃଶ୍ୟକୁ ଶହଶହ ସଂଖ୍ୟାରେ ଲୋକେ କଳସ ଯାତ୍ରାରେ ପ୍ରାୟ ୨ ଘଂଟା ଧରି ଦେଖିଥିଲେ । ଏଥିରେ ଉଭୟ ପୁଅ ଏବଂ ଝିଅ ମାନେ ଅତ୍ୟନ୍ତ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସଂସ୍କୃତିକୁ ନେଇ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବରେ ତିନିଦିନ ଧରି ଅନୁଷ୍ଠିତ ହୋଇଥାଏ । ଭାବ ଓ ଭକ୍ତିର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଜୟ ଜଗନ୍ନାଥ ମହୋତ୍ସବରେ ତିନିଦିନ ଧରି ଯଜ୍ଞ, ମଂଚରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭକ୍ତମାନେ ସର୍ବଦା ପ୍ରସାଦ ସେବନ କରିଥାନ୍ତି । ଏଠାରେ ପୂଜା ପାଉଥିବା ଆରାଧ୍ୟ ଦେବ ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୂ ପ୍ରତ୍ୟକ୍ଷ ଠାକୁର ବୋଲି ଭକ୍ତ ମହଲରେ ବିଶ୍ୱାସ ରହିଛି । ପରେ ଗାୟକ ଶ୍ରୀ ବିଜୟ ଓଝା ଓ ସାଥୀ ମାନଙ୍କ ତରଫରୁ ପାଲା ପରିବେଷଣ କରାଯାଇଛି । ପଣ୍ଡିତ ଦାମୋଦର ରଥଶର୍ମା, ପବିତ୍ର ଦାଶ, ସୁଶାନ୍ତ ପାଢୀ, ଅଭିଳାଶ ମିଶ୍ର, ପ୍ରମୋଦ ପଣ୍ଡା ପ୍ରମୁଖ ପଣ୍ଡିତମାନେ ଯଜ୍ଞ ପରିଚାଳନା କରିବା ସହ ବେଦପାଠ କରିଥିଲେ । ସଂଧ୍ୟା ଅଳତୀରେ ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୂଙ୍କ ଦର୍ଶନ କରି ବିଭୂକୃପା ହାସଲ କରିଥିଲେ । ୧୫ ଫେବୃୟାରୀ ସଂଧ୍ୟାରେ ମଂଚରେ ପାଇକ ଆଖଡା ଏବଂ ରାମଲୀଳା ଅନୁଷ୍ଠିତ ହେବ । ୧୬ ତାରିଖ ସଂଧ୍ୟାରେ ଓଡିଶୀ, ଗୋଟିପୁଅ ସମେତ ଘୁମୁରା ଆଦି ନୃତ୍ୟ ସହ ପ୍ରସିଦ୍ଧ ଭଜନ ଗାୟକ ସୁବାଷ ଦାଶଙ୍କ ସମେତ ବହୁ ସୁନାମଧନ୍ୟ ଭଜନ ଗାୟକଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହେବ । ପ୍ରକାଶଥାଉକି ଏଠାରେ ପୂଜା ପାଉଥିବା ମହାପ୍ରଭୂ ରାଧାକୃଷ୍ଣଙ୍କର ମହାତ୍ମ୍ୟ ନେଇ ଭକ୍ତ ମହଲରେ ଦୃଢ ବିଶ୍ୱାସ ରହିଛି । ପ୍ରତ୍ୟେକ ବର୍ଷ ପରିଚଳିତ ବର୍ଷ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ପରିଚାଳନା କମିଟି ତରଫରୁ ପ୍ରକାଶ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close