୰ ଆଦିକନ୍ଦ ବୈଶାଖଙ୍କ ଏକାଦଶାହ କ୍ରିୟା ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ବ୍ୟାସନଗର,୧୨/୦୨(ବସନ୍ତ କୁମାର ପାତ୍ରଙ୍କ ଠାରୁ): ସ୍ୱର୍ଗତ ଆଦିକନ୍ଦ ବୈଶାଖଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ସନ୍ତରା ସ୍ଥିତ ବାସଭବନରେ ମହେଶ ତ୍ରିପାଠୀଙ୍କ ସଭପତିତ୍ୱରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ବୈଶାଖ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପରିବାରର ଜଣେ ସକ୍ରିୟ କାର୍ଯ୍ୟକର୍ତା ଥିଲେ । ସଭାରେ ଉପସ୍ଥିତ ଥିବା ସାଂଗଠନିକ ଭାଇ, ପରିବାରର ସଦସ୍ୟ ତଥା ତାଙ୍କ ପ୍ରିୟଜନମାନେ ତାଙ୍କର ଗୁଣଗାଇ ସ୍ମୃତି ଚାରଣ କରିଥିଲେ । ସେଥିରେ ଉପସ୍ଥିତ ଥିବା ସ୍ମୃତିଚାରକ ମାନେ ସ୍ୱର୍ଗତ ବୈଶାଖଙ୍କ ଜୀବିତ ଥିବା ଅବସ୍ଥାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଜଣେ ପରମ ଭକ୍ତ ଭାବେ ଖୁବ୍ ଜଣାଶୁଣା ଥିଲେ । ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠାର ଉତ୍ସବ ଖବର ଶୁଣି ସେ ଅତି ମାତ୍ରାରେ ମ୍ରିୟମାଣ ହୋଇ ଯାଇଥିଲେ । ପ୍ରାଣ ପ୍ରତିଷ୍ଠାର ଖୁବ୍ କମ୍ ସମୟ ବ୍ୟବଧାନରେ ତାଙ୍କର ଦେହାନ୍ତ ହୋଇଥିବାରୁ ଉପସ୍ଥିତ ଥିବା ସମସ୍ତ ଅତିଥି କହିଥିଲେ କି ସେ ବୋଧେ ଖୁବ୍ ଖୁସିରେ ଆତ୍ମହରା ହୋଇ ଦେହାନ୍ତ ହୋଇଥିବା ଆଲୋଚନା ହେଉଛି । ଏହି ସ୍ମୃତି ସଭାରେ ପୂର୍ବ ଓଡ଼ିଶା ପ୍ରାନ୍ତ ପ୍ରଚାରକ ମାନନୀୟ ବିପିନ ବିହାରୀ ନନ୍ଦ, କୃଷ୍ଣଚନ୍ଦ୍ର ଲେଙ୍କା, ଅଗଣୀ ମିଶ୍ର, ବିନୟ କୁମାର ଭୁୟାଁ, ବରିଷ୍ଠ ଆଇନଜୀବୀ ସୁବାଷ ଚନ୍ଦ୍ର ନନ୍ଦ, ଜିଲ୍ଲା ପ୍ରଚାରକ ରଶ୍ମିରଞ୍ଜନ ମହାକୁଡ଼, ଜୟ ଗୋପାଲ ବୈଶାଖ, ନାରଣ ନାୟକ, ଧର୍ଯ୍ୟଧର ଦାସ, ଦିଲ୍ଲୀପ ଓଝା, ଜ୍ଞାନରଞ୍ଜନ ରାଉତ, ଦିଲ୍ଲୀପ ଜେନା, ବସନ୍ତ କୁମାର ପାତ୍ର, ବିଜୟ ପଣ୍ଡା, ପ୍ରଶାନ୍ତ ପୋଥାଳ, ଦେବେନ୍ଦ୍ର ପାଣିଗ୍ରାହୀ, ସତ୍ୟ ନାରାୟଣ ମହାନ୍ତି, ମହେଶ୍ୱର ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ସୁଜିତ ମଲ୍ଲିକ, ସାନ୍ତନୁ କମୁାର ସାହୁ, ସୁବାସ ଜେନା, ବିଷ୍ଣୁ ଭଗବାନ ଦାସ ପ୍ରମୁଖ ଯୋଗ ଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close