ମା’ବିରଜାଙ୍କ ସ୍ୱନକ୍ଷତ୍ରରେ ଶ୍ରୀବିରଜା ସେବା ସମିତିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ


ଯାଜପୁର,୧୦/୦୨(ହେମନ୍ତ ସାହୁଙ୍କ ଠାରୁ): ମା’ ବିରଜାଙ୍କ ସ୍ୱନକ୍ଷତ୍ର ଉତ୍ସବରେ ଶ୍ରୀ ବିରଜା ସେବାସମିତିର ଏକ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଭାପତି ବିଶ୍ୱମ୍ଭର ମିଶ୍ରଙ୍କ ଅଧ୍ୟକ୍ଷତାରେ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବରେ ଯାଜପୁରର ଆଇ.ଆଇ.ସି. ବିଲ୍ୱମଙ୍ଗଳ ସେଠୀ ମାନପତ୍ର ଓ ପ୍ରମାଣପତ୍ର ଦସ୍ତଖତ କରିଥିଲେ । ମନ୍ଦିର ପୂଜକ ଦେବୀପ୍ରସାଦ ପାଣି ମା’ଙ୍କ ସ୍ତବ ପାଠ କରିଥିଲେ । ଯାଜପୁରର ଗୌରବ, ଗବେଷକ, ସଂସ୍କୃତ ବିତ୍ ମା’ବିରଜା ଓ ବରିଜାକ୍ଷେତ୍ରର ପ୍ରଚାର ପ୍ରସାରରେ ଯାହାଙ୍କର ଅତୁଳନୀୟ ଅବଦାନ ରହିଛି ସେ ବକ୍ତିତ୍ୱ ଡଃ ଜ୍ଞାନରଂଜନ ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତାଙ୍କର ରଚିତ ‘ବିରଜା ଶତକମ୍‌’ ସ୍ତୁତିମାଳା ମା’ଙ୍କ ଭକ୍ତମାନଙ୍କ ପାଇଁ ଅନନ୍ୟ ଅବଦାନ । ସଂପାଦକ କ୍ଷୀରୋଦଚନ୍ଦ୍ର ପାଠୀ ସଭା ପରିଚାଳନା କରିଥିଲେ ଓ ଉପସଭାପତି ପ୍ରମୋଦ କୁମାର ଦ୍ୱିବେଦୀ ମାନପତ୍ର ପାଠ କରିଥିଲେ । ତାପରେ ପ୍ରବନ୍ଧ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିଚରଣ କରାଯାଇଥିଲା । ଏଥିରେ ଯୁଗ୍ମସଂପାଦକ ବୃନ୍ଦାବନ ମିଶ୍ର ଓ ଭ୍ୟ ମଧୁସୂଦନ ମହାନ୍ତି ପୁରସ୍କାର ବିତରଣରେ ସହାଯ୍ୟ କରିଥିଲେ । ସମସ୍ତ ପୁରସ୍କାର ବରିଷ୍ଠ ସଭ୍ୟ ଜଗନ୍ନାଥ ସାହୁଙ୍କର ସୁପୁତ୍ର ଧରଣୀଧର ସାହୁ ଓ ଭରତଚନ୍ଦ୍ର ସାହୁ ପ୍ରଦାନ କରିଥିଲେ । ପ୍ରଥମ ଦଶଜଣ କୃତୀ ପ୍ରତିଯୋଗୀ ହେଲେ – ଶ୍ରୀୟା ମହାନ୍ତି, ଅମିତ୍ରା ନାୟକ, ମାତୃକା ସୁଭଦର୍ଶିନୀ ପାତ୍ର, ଶୁଭଲକ୍ଷ୍ମୀ ପୃଷ୍ଟି, ବିଜୟ ଲକ୍ଷ୍ମୀକର, ବର୍ଷାପ୍ରିୟଦର୍ଶିନୀ ସାହୁ, ଖୁସି ଭୂତିଆ, ଏସ୍‌.ସୌରୀ ରଞ୍ଜିା, ଜୟଶ୍ରୀ କର, ଦେବାଙ୍ଗୀ ଧଳ କାର୍ଯ୍ୟକ୍ରମରେ ସଭ୍ୟ ସୁବାସ ଚନ୍ଦ୍ର ପାଣି, ବନବିହାରୀ ମହାପାତ୍ର, ମହେନ୍ଦ୍ର କୁମାର ଦାସ, ବସନ୍ତ କୁମାର ଦାଶ, ଗଦାଧର ରାଉତ, ରମେଶ ଚନ୍ଦ୍ର ରାଉତ, ହରିହର ବେହେରା, ସୁବାଷ ଚନ୍ଦ୍ର ମହାନ୍ତି, ବ୍ରଜକିଶୋର ମହାନ୍ତି, ଧିରେନ୍ଦ୍ର କୁମାର ପରିଡ଼ା, ଚିତ୍ତରଂଜନ ରାଉତରାୟ, ଜଗତ ନାୟକ, ବିଷ୍ଣୁ ଚରଣ ଲେଙ୍କା, ନିଶୀଥ କୁମାର ଦାସ, ବ୍ରହ୍ମାନନ୍ଦ ସ୍ୱାଇଁ, ପ୍ରବୋଧ କୁମାର ନାୟକ, ଭରତଚନ୍ଦ୍ର ସାହୁ, ଲକ୍ଷ୍ମୀନାରାୟଣ ପତି, ସେବତୀ ବିଶ୍ୱାଳ, ଶ୍ରୀନାଥ ମହାନ୍ତି, ଅଶୋକ କୁମାର ପାଣି, ଅଧିକାରୀ ନବକିଶୋର ଦାସ, ବିବେକାନନ୍ଦ ବିଶ୍ୱାଳ, ନିର୍ମଳାବାଳା ଶତପଥୀ, ଶ୍ରୀନାଥ ମହାନ୍ତି, ସୁଧାରଂଜନ ପଣ୍ଡା, ମଳୟ କୁମାର ପଣ୍ଡା, ପ୍ରଦୀପ କୁମାର ଦାସ, ଶିବନାରାୟଣ ସାହୁ, ନୃସିଂହ ଚରଣ ଜେନା, ଚିତ୍ତରଂଜନ ନାୟକ, ଗୋପିନାଥ ସେଠୀ, ଅଭିଜିତ୍ କୁମାର ନାୟକ, ନାରାୟଣ ଚନ୍ଦ୍ର ଦାଶ, ସେବତୀ ବିଶ୍ୱାଳ, ରାମକୃଷ୍ଣ ବେହୁରିଆ, କୈଳାସ ଚନ୍ଦ୍ର ମଲ୍ଲିକ, ଅମିୟ କୁମାର ପତି, ସାମ୍ବାଦିକ ବିରଜାପ୍ରସାଦ ପାଣି, ଅଜୟ କୁମାର ରାଉତ, ତପନ ମହାନ୍ତି, ମା’ଟିଭିର ରାଜା ରାଉତରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ସଭ୍ୟ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close