
ପଣ୍ଡିତ ପର୍ଶୁରାମ ରଥଶର୍ମାଙ୍କ ପରଲୋକ
ହରିପୁର,୧୦/୦୨(ଅକ୍ଷୟ ସ୍ରାୁଙ୍କ ଠାରୁ): ଯାଜପୁର ଜିଲ୍ଲାର ବିଶିଷ୍ଠ ପଣ୍ଡିତ ପର୍ଶୁରାମ ରଥଶର୍ମା(୭୧)ଙ୍କ ୫ ତାରିଖ ମଧ୍ୟାହ୍ନରେ ରସୁଲପୁର ବ୍ଲକ ମୁଗପାଳ ପଂଚାୟତ ବରାଂଶ ବାସଭବନରେ ହୃଦ୍ଘାତରେ ପରଲୋକ ହୋଇଯାଇଛି । ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ ରାଉତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶବଧାରରେ ପୁଷ୍ପାଞ୍ଜଳି ଦେଇଥିଲେ । ଶିକ୍ଷାବିତ୍ ଧନେଶ୍ୱର ରଥ, ପ୍ରମୋଦ ଦାସ, ନିତ୍ୟାନନ୍ଦ ରଥ, ଅରୁଣ ସ୍ୱାଇଁ, ପଣ୍ଡିତ ହିମାଂଶୁ ଶେଖର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଶିଶିର ମହାନ୍ତି, ପ୍ରହଲ୍ଲାଦ ପଣ୍ଡା, ନରୋତମ ସାହୁ, ଦୁଷ୍ମନ୍ତ ମଲ୍ଲିକ, ଯୁବ ବିଜେଡି ନେତା, ଦିଲ୍ଲୀପ ଦାସ, ଗ୍ରାମ କମିଟିର ସଭାପତି ପ୍ରସନ୍ନ ରଥ, ସମ୍ପାଦକ କାଳନ୍ଦୀ କଣ୍ଠଙ୍କ ସମେତ ବହୁ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ ।
Live Share Market