ଯାଜପୁର ରୋଡ -ଧାମରା ରେଳପଥ ଓ ଡିଭିଜନ ପ୍ରତିଷ୍ଠା ଦାବିକରି ରେଳରୋକ ଆନ୍ଦୋଳନ ୨୦୦ରୁ ଉର୍ଦ୍ଧ ସତ୍ୟାଗ୍ରହୀ ଗିରଫ

ବ୍ୟାସନଗର,୧୦/୦୨(ପରମାନନ୍ଦ ସେଠୀଙ୍କ ଠାରୁ): ଚଳିତ ମାସ ୪ ତାରିଖରେ ସଂପ୍ରତି ସଂସଦ ରେ ଆଗତ କାମଚଳା ବଜେଟ ରେ ଯାଜପୁର ରୋଡ -ଧାମରା ରେଳପଥ ନିର୍ମାଣ ପାଇଁ ଵ୍ୟୟବରାଦ ହୋଇ ନଥିବାରୁ ତାହାର ପ୍ରତିବାଦ ଜଣାଇ ଯାଜପୁର ରୋଡ ରେଳଷ୍ଟେସନରେ ପୂର୍ବାହ୍ନ ରେ ରେଳରୋକ ଆନ୍ଦୋଳନ କରାଯାଇଛି! ସହସ୍ରାଧିକ ସତ୍ୟଗ୍ରହୀ ଛକରୁ ଏକ ପଟୁଆର ରେ ଆସି ରେଳଷ୍ଟେସନ ମଧ୍ୟକୁ ପ୍ରବେଶ କରିବାକୁ ହେବା ସମୟରେ ସେଠାରେ ମୃତୟନ ହୋଇଥିବା ପୋଲିସବାହିନୀ ପକ୍ଷରୁ ସେମାନଙ୍କର ପଥରୋଧ କରାଯାଇଥିଲା ପୋଲିସ ୨୦୦ରୁ ଉର୍ଦ୍ଧ ସତ୍ୟାଗ୍ରହୀ ଙ୍କୁ ଗିରଫ କରିଥିଲା ସେହିପରି ଅନୁରୂପଭାବେ ଭଦ୍ରକ ଓ ଧାମରା ରେ ମଧ୍ୟ ରେଳରୋକ ଆନ୍ଦୋଳନ କରାଯାଇଛି! ଯାଜପୁର ରୋଡ -ଧାମରା ରେଳପଥ ସଂଗ୍ରାମ ସମିତି ଆହ୍ୱାନ ରେ ସଂଗଠିତ ଏହି ଆନ୍ଦୋଳନ ରେ ଯାଜପୁର ରୋଡ ସମସ୍ତ ଛୋଟରାୟପୂର, ଶଙ୍ଖଚିଲା, ରାମପୁର -ଶଗଡି, ପାଣିକୋଇଲି, ଭୁବନେଶ୍ୱରପୁର, ବାହାବଳପୁର, ଯାଜପୁର, ଜଳେଶ୍ୱରପୁର, ଅକରପଡା, ନନ୍ଦିପୁର, ଶିପୁରା, ତଳିହା, ରାମବାଗ, ଝୁମ୍ପୁରୀ, କାଟିଆ, ବୋଉଳାଙ୍ଗ, ମଙ୍ଗଳପୁର, ଅର୍ଦ୍ଧାଳୁଆ, ଦୁର୍ଦୁରାଅଣ୍ଟା ଓ କୈଆଁଗଲା ଆଦି ଅଞ୍ଚଳରୁ ସତ୍ୟାଗ୍ରହୀ ମାନେ ସାମିଲ ହୋଇଥିଲେ!କାମଚଳା ବଜେଟ ରେ ଏହି ନୂତନ ରେଳପଥ ପାଇଁ ବ୍ୟୟବରାଦ କରାନଯିବା ସହ ଏହାର ଚୂଡାନ୍ତ ସର୍ଭେ ଓ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ରେ ହୋଇଥିବା ବିଳମ୍ବକୁ ସତ୍ୟାଗ୍ରହୀମାନେ ବିରୋଧ କରିଥିଲେ! ରେଳମନ୍ତ୍ରୀ ସଦ୍ୟସମାପ୍ତ ଓଡିଶାଗ୍ରସ୍ତ ଅବସରରେ ପୂର୍ଣ୍ଣାଙ୍ଗ ବଜେଟରେ ଏହି ପ୍ରକଳ୍ପ ପାଇଁ ବ୍ୟୟବରାଦ କରାଯିବବୋଲି ଯେଉଁ ପ୍ରତିଶୃତି ଦେଇଛନ୍ତି, ତାକୁ କାର‌୍ୟ୍ୟକାରୀ କରିବାପାଇଁ ଆନ୍ଦୋଳନକାରି ଙ୍କ ପକ୍ଷରୁ ଦାବି କରାଯାଇଥିଲା! ଏଠାରେ ଉଲେଖ କରାଯାଇପାରେ ଯେ ୨୦୧୨-୧୩ରେ ଗୃହୀତ ରେଳ ବଜେଟ ର ନିଷ୍ପତିକ୍ରମେ ଏହି ପ୍ରସ୍ତାବିତ ପ୍ରକଳ୍ପ ର ପ୍ରାଥମିକ ସର୍ଭେ କରାଯାଇ ୨୦୧୫ଏପ୍ରିଲ ମାସରୁ ତାହା ରେଳବାଇ ବୋର୍ଡ ର ମଞ୍ଜୁରୀ ପାଇଁ ପ୍ରେରିତ ହୋଇଥିଲେ ମଧ୍ୟ ପ୍ରସ୍ତାବ କୁ ଶୀତଳ ଭଣ୍ଡାର ରେ ସାଇତି ଦିଆଯାଇଥିଲା!୨୦୧୬ଡିସେମ୍ବର ରେ ଯାଜପୁର ରୋଡ -ଧାମରା ରେଳପଥ ସଂଗ୍ରାମ ସମିତି ଗଠନ ହେବା ପରଠାରୁ ଲଗାତାର ଆନ୍ଦୋଳନ କରାଯିବା ଫଳରେ ଓ ବିଶେଷକରି ୨୦୨୩ ଅଗଷ୍ଟ ମାସରେ ଦିଲ୍ଲୀ ବିକ୍ଷୋଭ ତଥା ରେଳମନ୍ତ୍ରୀ ଙ୍କ ସହ ଆଲୋଚନା ପରେ ଚୂଡାନ୍ତ ସର୍ଭେ ପାଇଁ ମଞ୍ଜୁରୀ ମିଳିଥିଲା! ଏହା ପରେ ସାଡେ ୪ ମାସ ବିତିଗଲେ ମଧ୍ୟ ସର୍ଭେ ଓ ପ୍ରକଳ୍ପ ରିପୋର୍ଟ ବିଳମ୍ବିତ ହେଉଥିବାରୁ ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ ଅସନ୍ତୋଷ ବ୍ୟାପିବାରେ ଲାଗିଛି!୯୬କିଲୋମିଟର ର ଦର୍ଘ୍ୟ ବିଶିଷ୍ଟ ଏହି ରେଳପଥ ନିର୍ମାଣ କରାଗଲେ ରେଳବାଇ ୨୭.୪୩ସତାଂଶ ଲାଭ ଉପାର୍ଜନ କରିବବୋଲି ପ୍ରାଥମିକ ସର୍ଭେ ରେ ସ୍ପଷ୍ଟ ହୋଇଯାଇଛି!ବ୍ୟାସନଗର ର ବ୍ୟାସସରୋବର, ଯାଜପୁର ର ବିରଜାକ୍ଷେତ୍ର, ଆରଡ଼ି ର ଶୈବପିଠ, ଧାମରା ର ଧାମରାଇ ମନ୍ଦିର ଓ ଭିତର କନିକା ର କୁମ୍ଭୀର ଅଭୟରଣ୍ୟ ରେଳପଥ ଦ୍ୱାରା ସଂଯୁକ୍ତ ହେବା ଫଳରେ ପର‌୍ୟ୍ୟଟନ ଶିଳ୍ପ ରେ ବିକାଶ ଘଟିବ, ଯାଜପୁର, ଅନୁଗୁଳ ଓ କେଉଁଝର ଜିଲ୍ଲାର ଖଣିଜ ସମ୍ପଦ ସମେତ କଳିଙ୍ଗନଗର ତଥା ନାଲକୋ ର ଶିଳ୍ପଯାତ ସାମଗ୍ରୀ ର ସରବରାହ ତ୍ୱରାନ୍ୱିତ ହେବ!ବୈତରଣୀ, ଖରସ୍ରୋତା ଓ ଶାଳନ୍ଦୀ ର ଅବବାହିକା ଅଞ୍ଚଳର କୃଷିଜାତ ଦ୍ରବ୍ୟ ସମେତ ନଦୀ ଓ ସମୁଦ୍ର ର ମୈଶ୍ଚୟ ସମ୍ପଦ ର ବ୍ୟବସାୟ ବୃଦ୍ଧିପାଈ ଚାଷୀ ଓ ମଶ୍ଚୟଜୀବି ମାନେ ଲାଭବାନ ହେବେ!କର୍ମନିଯୁକ୍ତି ଓ ଆତ୍ମନିଯୁକ୍ତି ର ସୁଯୋଗ ସମ୍ପ୍ରସାରିତ ହେବ!ଅଧିକ କାଳବିଳମ୍ବ ନକରି ନିର୍ମାଣକାର‌୍ୟ୍ୟ ଆରମ୍ବ ପାଇଁ ତୁରନ୍ୟ ପ୍ରକଳ୍ପ କୁ ମଞ୍ଜୁରୀ ପ୍ରଦାନ କରିବାକୁ ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଇଛି!ଆଜିର ରେଳରୋକ ଆନ୍ଦୋଳନ ରେ ଯାଜପୁର ରୋଡ଼ -ଧାମରା ରେଳପଥ ସଂଗ୍ରାମ ସମିତି ର ଆବାହକ ଶ୍ରୀ ସନ୍ତୋଷ ଦାସ ଙ୍କ ସମେତ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଶ୍ରୀ ଦେବେନ୍ଦ୍ର ପଣ୍ଡା, ଯୁଗ୍ମ ଆବାହକ ସର୍ବଶ୍ରୀ ମଳୟ ପଣ୍ଡା, ପ୍ରଫୁଲ୍ଲ ନାୟକ, ବିଜୟ ନାୟକ, ସୁରେନ୍ଦ୍ର ରାୟ, ଲଳିତ ମୋହନ ରାୟ, ବିଜୟ ପରିଡା, ହରିଶ୍ଚନ୍ଦ୍ର ପଣ୍ଡା, ଆଲୋକ ମହାନ୍ତି,ଦେବେନ୍ଦ୍ର ନାୟକ, ଦିଲ୍ଲୀପ ଦଳାଇ, ତ୍ରିଲୋଚନ ରାଉତ, ରବୀନ୍ଦ୍ର ପହି, ଡ଼ଃ ନିର୍ମଳ ରଥ, ଗଣେଶ ସାହୁ, ଅମୁଲ୍ୟ ସାମଲ, ରମେଶ ରାଉତ, ବେବିନା ଯେନା, ସୁରେଶ ସାହୁ, ପ୍ରତ୍ୟୁଷ ସାହୁ, ସୁବ୍ରତ ଯେନା, ସୁରେନ୍ଦ୍ର ମହାପାତ୍ର, ସନ୍ତୋଷ ବରାଳ, ଗଣେଶ ମଲ୍ଲିକ, ଶରତ ସ୍ୱାଇଁ, କୀର୍ତ୍ତନ ବିହାରୀ ସାମଲ, ବ୍ରହ୍ମ୍ଛା ନନ୍ଦ ବାରିକ, ସନ୍ତୋଷ କୁମାର ପୃଷ୍ଟି, ଚିତ୍ତରଞ୍ଜନ ସାହୁ, ପିତାମ୍ବର ନନ୍ଦ, ଚନ୍ଦ୍ରଶେଖର ନାୟକ ରାଜେନ୍ଦ୍ର ସ୍ୱାଇଁ, ସୀତା ସୋରେନ, କୃଷ୍ଣ ଚନ୍ଦ୍ର ରାଉତ ଓ ବିକ୍ରମ ରାଉତ ପ୍ରମୁଖ ଏହି ଆନ୍ଦୋଳନ ର ନେତୃତ୍ୱ ମଣ୍ଡନ ନେଇଥିଲେ ଏବଂ ସତ୍ୟାଗ୍ରହୀଙ୍କୁ ଗିରଫ ପୂର୍ବରୁ ଷ୍ଟେସନ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା!ଉକ୍ତ ସଭାରେ ସମସ୍ତ ନେତୃତ୍ୱ ବକ୍ତବ୍ୟ ଉପସ୍ଥାପନ କରିଥିଲେ ବୋଲି ଯୁଗ୍ମ ଆବାହକ ପ୍ରଫୁଲ୍ଲ ନାୟକ ପ୍ରକାଶ କରିଛନ୍ତି!

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close