ମା’ ବିରଜାଙ୍କ ସ୍ୱନକ୍ଷତ୍ରୋତ୍ସବ ପେଂବୃୟାରୀ ୯ରେ

ଯାଜପୁର,୦୭/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ପବିତ୍ର ସ୍ୱ ନକ୍ଷତ୍ର ଦିବସ ପାଳିତ ହୁଏ ପ୍ରତ୍ୟେକ ବର୍ଷ ମାଘ ମାସ ଅମାବାସ୍ୟା ତିଥିରେ । ଚଳିତ ବର୍ଷ ଏହି ତିଥି ପେଂବୃୟାରୀ ୯ ତାରିଖରେ ପଡୁଥିବାରୁ ମା’ ଙ୍କର ଜନ୍ମ ଦିନ ପାଳନ ପାଇଁ ରୀତିନୀତି ଅନୁସାରେ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଚ୍ଥି । ୯ ତାରିଖ ଦିନ ବ୍ରାହ୍ମମୁହୁର୍ତରେ ନିତ୍ୟସ୍ନାନ, ସ୍ନାନାନ୍ତେ ବେଶଲାଗି ଓ ପିଷ୍ଟକାଦି ନୈବେଦ୍ୟ ସମର୍ପଣ ଅନୁଷ୍ଠିତ ହେବ । ପ୍ରାତଃ ସୂର୍ଯ୍ୟୋଦୟ ଠାରୁ ଘ. ୭.୫୭ ମିନିଟ ମଧ୍ୟେ ଦେବୀଙ୍କ ସ୍ୱ ନକ୍ଷତ୍ର ବିହିତ ମହାସ୍ନାନ ଏବଂ ମହାସ୍ନାନ ପରେ ଚନ୍ଦନଲାଗି, ସାବିତ୍ରୀ ବେଶ, ଅଳଙ୍କାର ଲାଗି ବେଶ ଅନୁଷ୍ଠିତ ହେବ । ବେଶ ଅନ୍ତେ ସିଂହାସନେ ଷୋଡଶୋପଚାର ପୂଜା ବିଧି ଓ ସ୍ୱନକ୍ଷତ୍ର ପୂଜା, ପୂଜାନ୍ତେ ଯଜ୍ଞାରମ୍ଭ, ନବରତ୍ନ ମଣ୍ଡପେ ଯଜ୍ଞବେଦୀରେ ଯଜ୍ଞାନୁଷ୍ଠାନ ଓ ଯଜ୍ଞାନ୍ତେ ପୂର୍ଣ୍ଣାହୁତି, ଆରତୀ ଦର୍ଶନ, ଘଟ ବିସର୍ଜନାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିରଜା ମନ୍ଦିରର ମୁଖ୍ୟ ପରିଚାଳକ ତଥା ଉପ-ଜିଲ୍ଳ୍‌ାପାଳ ଗୋପିନାଥ କୁଅଁର ଓ ବିରଜା ମନ୍ଦିରର ମୁଖ୍ୟ ପୁରୋଧା ହିମାଂଶୁ ଶେଖର ପତି ମିଶ୍ର ଅବଗତ କରାଇଚ୍ଥନ୍ତି । ମା’ ଙ୍କର ଏହି ପବିତ୍ର ଓ ଦୁର୍ଲଭ ବେଶକୁ ଦର୍ଶନ କରିବା ସହ ଆଶିଷ ପ୍ରାପ୍ତ ହେବାକୁ ଉପଜିଲ୍ଳ୍‌ାପାଳ ଶ୍ରୀ କୁଅଁର ଅନୁରୋଧ କରିଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close