ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ପକ୍ଷରୁ କଏଦୀମାନଙ୍କୁ ସ୍ୱତନ୍ତ୍ର ଧନ୍ଦାମୂଳକ ପ୍ରଶିକ୍ଷଣ ଶିବିର

ଯାଜପୁର,୦୪/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଜିଲ୍ଲା ଆଇନ ସେବା ପ୍ରାଧିକରଣ ଯାଜପୁର ଆନୁକୂଲ୍ୟରେ ତା-୦୩/୦୨/୨୪ରିଖ ଶନିବାର ଦିନ ଯାଜପୁର ଜିଲ୍ଲାର ରଗଡ଼ି ଉପକାରାଗାରରେ ଏକ ଧନ୍ଦାମୂଳକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଉକ୍ତ ଜେଲର ଅନ୍ତେବାସୀମାନେ କିପରି ବିଭିନ୍ନ ଧନ୍ଦାମୂଳକ ପ୍ରଶିକ୍ଷଣର ସୁବିଧା ସୁଯୋଗ ନେଇ ନିଜକୁ ଆତ୍ମନିର୍ଭରଶୀଳ କରାଇ ପାରିବେ, ସେହି ବିଷୟ ଉପରେ ଉପଦେଶମାନ ଦିଆଯାଇଥିଲା । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜ୍ୟୋତିର୍ମୟୀ ଦାସ, ଉପକାରାଗାରର ଅଧ୍ୟକ୍ଷା ଅନୁସୂୟା ଷଡ଼ଙ୍ଗୀ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତିଆ, ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଯାଜପୁରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ ଏବଂ ପ୍ରଶିକ୍ଷକ ପ୍ରସନ୍ନ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ଜେଲର ଅନ୍ତେବାସୀମାନଙ୍କୁ ବିଭିନ୍ନ ଧନ୍ଦାମୂଳକ ଶିକ୍ଷାର ପ୍ରଶିକ୍ଷଣ ଦେଇଥିଲେ । ଯେପରିକି ବିଭିନ୍ନ ମସଲା, ଉଜାଲା, ଛତୁ ଚାଷ ଓ ଘରସଫା ପାଇଁ ଫିନାଇଲ୍ ଇତ୍ୟାଦି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅନ୍ତେବାସୀମାନଙ୍କୁ ଏହି ପ୍ରଶିକ୍ଷଣ ଶିବିରର ଉପାଦେୟତା ବିଷୟରେ ବୁଝାଇ କିପରି ସେମାନେ ନିଜର ବୌଦ୍ଧିକ ବିକାଶ କରିପାରିବେ ବିସ୍ତୃତ ଭାବେ କହିଥିଲେ ଏବଂ ଅନ୍ତେବାସୀମାନଙ୍କ ପାଇଁ କେଉଁ ପ୍ରକାରର ଆଇନଗତ ସୁବିଧା ସୁଯୋଗ ଅଛି ତାହା ମଧ୍ୟ ଜଣାଇଥିଲେ । ଉପକାରାଗାରର ଅଧ୍ୟକ୍ଷା ବିଭିନ୍ନ ପ୍ରକାରର ସହଯୋଗ ଦେଇ ଏହି ଶିବିରକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close