ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ୨୦୨୪ ପାଳନ ଉପଲକ୍ଷେ ରାଜ୍ୟ ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ”କୁ ଭବ୍ୟ ସମ୍ୱର୍ଦ୍ଧନା

ଯାଜପୁର,୦୩/୦୨(ଉ. ନ୍ୟୁଜ୍ ବ୍ୟୁରୋ): ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ଆଜି ଠାରୁ ଆସନ୍ତା ପେଂବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଓଡିଆ ଭାଷାକୁ ବିଶ୍ୱ ଦରବାରରେ ପହଂଚାଇବା ଉଦ୍ଦେଶ୍ୟରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉଅଚ୍ଥି । ଏହି ଉପଲକ୍ଷେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ଯାଜପୁର ଜିଲ୍ଳ୍‌ା ପ୍ରଶାସନ ଓ ଯାଜପୁର ପୈାର ପରିଷଦ ମିଳିତ ଆନୁକୃୂଲ୍ୟରେ ଯାଜପୁର ପୈାର ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଂଚଳିକ ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ”କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯାଜପୁର ପୈାର ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ୱର୍ଦ୍ଧନା କମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ଡା. ଶୁଭଙ୍କର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଳ୍‌ାପାଳ ଓ ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଳ୍‌ାପାଳ ନବକ୍ରିଷ୍ଣ ଜେନା, ଯାଜପୁର ପୈାର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବାହ୍ନ ଠିକ୍ ୧୧ ଘଟିକା ସମୟରେ ରାଜ୍ୟ ସରକାରଙ୍କ ପ୍ରଦତ ଆଂଚଳିକ ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ”କୁ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ନିକ୍ଷେପକ ଶାନ୍ତନୁ କୁମାର ସାହୁ ଡାକବାଜି ଯନ୍ତ୍ର ଦ୍ୱାରା ପରିବେଷଣ ପୂର୍ବକ ସମସ୍ତେ ଦଣ୍ଡାୟମାନ ସମ୍ମାନ ପ୍ରଦର୍ଶନ କରିଥିଲେ । ଯାଜପୁର ପୈାର ପରିଷଦ ଆନୁକୂଲ୍ୟରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ୨୦୨୪ ସଚେତନତା ରଥକୁ ଜିଲ୍ଳ୍‌ାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆଜିର ଏହି ପବିତ୍ର ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ପୈାର ପରିଷଦର ସମସ୍ତ ପାରିଷଦ ବୃନ୍ଦ, ଜିଲ୍ଳ୍‌ା କାର୍ଯ୍ୟାଳୟ ଓ ପୈାର ପରିଷଦ କାର୍ଯ୍ୟାଳର ସମସ୍ତ କର୍ମଚାରୀ ବୃନ୍ଦ, ଜିଲ୍ଳ୍‌ା ସ୍କୁଲର ଚ୍ଥାତ୍ରଚ୍ଥାତ୍ରୀ ଏବଂ ଶିକ୍ଷକ/ଶିକ୍ଷୟତ୍ରୀ, ମିଶନ ଶକ୍ତିର କର୍ମକର୍ତା ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close