Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ସର୍ବସାଧାରଣଙ୍କ ନିରାପତା ଓ ସଡ଼କ ଦୁର୍ଘଟଣା ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ

ଯାଜପୁର,୦୩/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ସର୍ବସାଧାରଣଙ୍କ ସୁରକ୍ଷା, ନିରାପତା ଏବଂ ଦୁର୍ଘଟଣାକୁ ଏଡାଇବା ତଥା ସମସ୍ତ ଯାନର ଗତି କରିବାର ସୁପରିଚାଳନା ପାଇଁ ଜାତୀୟ ରାଜପଥ-୧୬, ୫୩ ଏବଂ ୨୦ରେ ଯାନବାହନ ରହଣୀ ସ୍ଥାନ ମାନଙ୍କରେ ମାଲବାହୀ ଯାନ ଗୁଡିକୁ ନ ରଖିବା ନିମନ୍ତେ ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ଅଧ୍ୟକ୍ଷ, ସଡକ ପରିବହନ କର୍ତୃପକ୍ଷ ଡା. ଶୁଭଙ୍କର ମହାପାତ୍ର ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଳ୍‌ା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ-୧୬ (ସଠିପୁର ରୁ ନେଳିଆ), ଜାତୀୟ ରାଜପଥ-୫୩ (ବାଲିଚନ୍ଦ୍ରପୁରରୁ ଡୁବୁରୀ) ଏବଂ ଜାତୀୟ ରାଜପଥ-୨୦ (ପାଣିକୋଇଲି ଚ୍ଥକରୁ ରଗଡି) ପର୍ଯ୍ୟନ୍ତ ଥିବା ଯାନ ରହଣୀ ସ୍ଥଳରେ କୈାଣସି ଦ୍ରବ୍ୟ ପଦାର୍ଥ ବୋଝେଇ ମାଲବାହୀ ଯାନ ଗୁଡିକ ରହଣି କରିପାରିବେ ନାହିଁ । ଉପରୋକ୍ତ ଜାତୀୟ ରାଜମାର୍ଗ ତଥା ସଡକପଥକୁ ସଂପୂର୍ଣ୍ଣ ଦୁର୍ଘଟଣା ମୁକ୍ତ କରିବା ନିମନ୍ତେ, ସର୍ବସାଧାରଣଙ୍କ ମୁକ୍ତ ଗତିପଥ ନିମନ୍ତେ ଏବଂ ଅତ୍ୟାବଶ୍ୟକ ଯାନ ଗୁଡିକର ସୁଗମ ପରିଚାଳନା ନିମନ୍ତେ ଓଡିଶା ମୋଟର ଯାନ ଅଧିନିମ ୧୯୮୮ ଏବଂ ୧୯୯୩ କୁ ଭିତିକରି କ୍ଷମତା ଧାରା ୧୧୫, ୧୧୭ ବଳରେ ଯାଜପୁର ଜିଲ୍ଳ୍‌ାପାଳ ଏବଂ ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ତଥା ଅଧ୍ୟକ୍ଷ, ସଡକ ପରିବହନ କର୍ତୃପକ୍ଷ ଡା. ଶୁଭଙ୍କର ମହାପାତ୍ର, ଭାପ୍ରସେ ତା ୦୧ା୦୨ା୨୦୨୪ ରିଖ ଠାରୁ ତା ୦୨ା୦୩ା୨୦୨୪ ରିଖ ପର୍ଯ୍ୟନ୍ତ ୧ ମାସ ପାଇଁ ଊକ୍ତ ନିଷେଧ ଜାରି କରିଛନ୍ତି । ଏହା ସମସ୍ତ ଯାନ ଚାଳକ, ଯାନ ମାଲିକ, ଯାଜପୁର ଜିଲ୍ଳ୍‌ାର ସମସ୍ତ ବସ୍‌, ଟ୍ରକ୍ ମାଲିକ ସଂଘ ତଥା ସମସ୍ତ ଯାନ ଚାଳକ ସଂଘ ଏବଂ ଯାଜପୁର ଜିଲ୍ଳ୍‌ାର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଳ୍‌ା ପ୍ରଶାସନ, ଯାଜପୁର ପକ୍ଷରୁ ଅବଗତ କରାଗଲା ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close