ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ଶିଶୁମାନଙ୍କ ପ୍ରତି ଅମାନୁସିକତା ଓ ନିଷ୍ଠୁରତା ଓଡ଼ିଶା ସରକାର ୫ଟି ଚେୟାରମ୍ୟାନଙ୍କ ନିକଟରେ ଅଭିଯୋଗ

ଯାଜପୁର,୨୯/୦୧(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗ ୱାର୍ଡ଼ର ବଂଶାନୁକ୍ରମିକ ମାରାତ୍ମକ ରକ୍ତଜନିତ ଥାଲାସେମିଆ, ସିକିଲ୍ ସେ୍‌ଲ ଓ ହିମୋଫେଲିଆ ଶିଶୁମାନେ ୨୦୦୪ ମସିହା ଠାରୁ ଅଦ୍ୟାବଧି ଚିକିତ୍ସିତ ହୋଇ ଆସୁଅଛନ୍ତି । ସେମାନଙ୍କର ଅସ୍ତିମଜ୍ଜାରେ ଲୋହିତ ରକ୍ତ କଣିକା ସୃଷ୍ଟି ହେଉନଥିବାରୁ ଜୀବନ ବଂଚାଇବାକୁ ନିୟମିତ ରକ୍ତ ଗ୍ରହଣ କରି ଆସୁଛନ୍ତି । ଶତକଡ଼ା ୭୫ ଭାଗ ଶିଶୁ ଗରିବ ଶ୍ରେଣୀୟ ହୋଇଥିବାରୁ ରକ୍ତ ନେବା ପାଇଁ ଗୋଟିଏ ରେଡ୍‌କ୍ରସ ରକ୍ତଭଣ୍ଡାରକୁ ୨ ଶହ ଟଙ୍କା ଦେୟ, ମେଡ଼ିକଡାଲ ଯିବା ଆସିବା ଖର୍ଚ୍ଚ ବହନ କରିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନଥିବାରୁ ନିୟମିତ ଭାବେ ରକ୍ତ ଗ୍ରହଣ କରିପାରୁନଥିଲେ । ଫଳରେ ସେମାନଙ୍କର ଜୀବନ ବଞ୍ଚାଇବା ଅସମ୍ଭବ । ଏପରି ସଂକଟାପନ୍ନ ଶିଶୁମାନଙ୍କର ଜୀବନ ବଞ୍ଚାଇବା ପାଇଁ ଯାଜପୁର ଜିଲ୍ଲାର କେତେକ ଅବସରପ୍ରାପ୍ତ ବରିଷ୍ଠ ଶିଶୁ ବିଶେଷଜ୍ଞ ଡାକ୍ତର ଭେସଜ ବିଶେଷଜ୍ଞ, କର୍ଣ୍ଣ, ନାସା, ଗଳା, ଚକ୍ଷୁ ବିଶେଷଜ୍ଞ ଡାକ୍ତର ବୃନ୍ଦ ବରିଷ୍ଠ ସମ୍ବାଦିକ, ସାମଜିକ କର୍ମୀ ଏବଂ ସରକାରୀ ପଦାଧିକାରୀ ଯଥା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରେଡକ୍ରମସ ରକ୍ତଭଣ୍ଡାର ଚିକିତ୍ସାଧିକାରୀ ମୋଟ ୧୫ ଜଣ ସଦସ୍ୟଙ୍କ ଉଦ୍ୟମରେ ୨୦୦୬ ମସିହା ଯାଜପୁର ଜିଲ୍ଲାରେ ଥାଲାସେମିଆ ସିକିଲସେଲ୍ ଏନିମିଆ ୱେଲ୍‌ଫେୟାର ସୋସାଇଟି ଗଠନ କରାଯାଇ ସରକାରୀ ଭାବେ ୨୦୦୫ ମସିହାରେ ପଞ୍ଜିକୃତ ହୋଇ ଗରିବ ଶ୍ରେଣୀୟ ରୋଗୀମାନଙ୍କର ରକ୍ତଗ୍ରହଣ କରିବା ଖର୍ଚ୍ଚ, ରୋଗୀ ଚିହ୍ନଟ, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ମାଗଣା ରକ୍ତ ପରୀକ୍ଷା, ରକ୍ତ ବିଶେଷଜ୍ଞ ଡାକ୍ତରଙ୍କଦ୍ୱାରା ସେମାନଙ୍କର ଚିକିତ୍ସା ବ୍ୟବସ୍ଥା ବାବଦରେ ସମସ୍ତ ଖର୍ଚ୍ଚ ୨୦୦୬ ମସିହା ଠାରୁ ସୋସାଇଟିର ସଦସ୍ୟଙ୍କ ଅନୁଦାନରେ ପରିଚାଳିତ ହୋଇଆସୁଅଛି । ପ୍ରତିବର୍ଷ ବିଶ୍ୱ ଥାଲାସେମିଆ ଦିବସ, ସ୍ୱାଧୀନତା ଦିବସ, ଉତ୍କଳ ଦିବସରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥାଏ । ଅଧିକନ୍ତୁ ସୋସାଇଟିର ସମ୍ପାଦକ ପରମାନନ୍ଦ ନାୟକ ପ୍ରତିଦିନ ରେଡକ୍ରସ ରକ୍ତଭଣ୍ଡାର, ଶିଶୁ ବିଭାଗ ଆଉଟ୍‌ଡୋର ଓ ଇନ୍‌ଡୋର ୱାର୍ଡ଼ରେ ଉପସ୍ଥିତ ହୋଇ ସେମାନଙ୍କର ପିତାମାତାଙ୍କୁ ସାକ୍ଷାତକରି ଅଭାବ ଅସୁବିଧା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଆସୁଅଛନ୍ତି ।
ଭାରତ ସରକାରଙ୍କ ୨୦୧୭ମସିହା ଜୁନ୍ ୧୫ ତାରିଖ ଗେଜେଟ୍ ନୋଟିଫିକେସନ ଅନୁଯାୟୀ ଥାଲାସେମିଆ, ସିକିଲ ସେଲ୍ ଓ ହିମୋଫେଲିଆ ରୋଗୀମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ସୁପାରିସ ନିମିତ୍ତ ଜିଲ୍ଲାମେଡିକାଲ ବୋଡ଼ରେ ଶିଶୁବିଭାଗ କିମ୍ବା ମେଡିସିନ ବିଭାଗ ଡାକ୍ତରଙ୍କୁ ଜଣେ ସଦସ୍ୟଭାବେ ନିୟୋଜିତ କରିପାରିବେ । କିନ୍ତୁ ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଏହାର ବ୍ୟତିକ୍ରମ ଓଲଟପାଲଟ ଶିଶୁ ବିଭାଗ ଡାକ୍ତରଙ୍କୁ ମେଡିକାଲ ବୋଡ଼ରେ ନିୟୋଜିତ କରିବା ପରିବର୍ତ୍ତେ ମେଡିସିନ ବିଭାଗର ଡାକ୍ତରଙ୍କ ନିୟୋଜିତ କରିଅଛନ୍ତି କାରଣ ଦୀର୍ଘ ୧୭ ବର୍ଷ ହେବ ସମସ୍ତ ରକ୍ତଜନୀତ ଶିଶୁ ରୋଗିମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗ ଆଉଟ୍‌ଡୋର ଓ ଇନ୍‌ଡୋର ସ୍ୱତନ୍ତ୍ର ୱାର୍ଡ଼ରେ ଚିକିତ୍ସିତ ହେଉଅଛନ୍ତି । ପ୍ରତ୍ୟେକ ଶିଶୁ ରୋଗୀଙ୍କର ସ୍ୱାସ୍ଥ୍ୟର ଅବସ୍ଥା, ରକ୍ତ ବିଶେଷଜ୍ଞଙ୍କର ପରାମର୍ଶ, ଚିକିତ୍ସା ବ୍ୟବସ୍ଥା ପତ୍ର ଶିଶୁ ବିଭାଗରେ ଗଚ୍ଛିତ ରହିଛି । ଶିଶୁଟି ଜନ୍ମ ହେବାର ୧ ବର୍ଷ ମଧ୍ୟରେ ରୋଗର ଲକ୍ଷ୍ୟ ଦେଖାଯାଇଥାଏ । ତେଣୁ ପ୍ରଥମେ ଶିଶୁ ବିଭାଗରେ ଚିକିତ୍ସିତ ହୋଇ ଆସୁଛନ୍ତି । ମେଡିକାଲ ବୋର୍ଡ଼ରେ ରକ୍ତହୀନତା ଶିଶୁମାନଙ୍କୁ ନିୟେମିତ ଚିକିତ୍ସା କରୁଥିବା ଶିଶୁଡାକ୍ତର ଅଭିଜ୍ଞ । ମେଡିକାଲବୋର୍ଡ଼ରେ ମେଡିସିନ ଡାକ୍ତରଙ୍କୁ ନିୟୋଜିତ କରାଯିବା ଫଳରେ ସଠିକ ଭିନ୍ନକ୍ଷମ ପ୍ରମାଣପତ୍ର ମିଳୁନାହିଁ । ମେଡିକାଲ ବୋର୍ଡ଼ରେ ନିରିହ ଶିଶୁମାନଙ୍କ ପ୍ରତି ନିର୍ଦ୍ଦୟଭାବେ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ଫେରାଇ ଦେଉଅଛନ୍ତି । କେତେକ ଶିଶୁରୋଗିମାନଙ୍କୁ ଅସ୍ଥାୟୀ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଉଅଛି ।
ଗୋଟିଏ ଜ୍ୱଳନ୍ତ ଉଦହାରଣ ଯାଜପୁର ପୌରାଞ୍ଚଳର ଦାଣ୍ଡସୁନ୍ଦରପୁର ଗ୍ରାମର ସୌମ୍ୟଜିତ ସାହୁ ଦୀର୍ଘ ୩ବର୍ଷ ହେବ ଥାଲାସେମିଆ ରୋଗରେ ଆକ୍ରାନ୍ତ ହୋଇ କଟକ ଶିଶୁଭବନ, କଟକ ମେଡିକାଲ ରକ୍ତ ବିଭାଗ ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବିଭାଗରେ ଚିକିତ୍ସାଧିନ ଥାଇ ୩୮ଟି ରକ୍ତ ଗ୍ରହଣ କରିଥିବା ସତ୍ତ୍ୱେ ବାରମ୍ବାର ମେଡିକାଲ ବୋର୍ଡ଼ରୁ ନିରାଶ ହୋଇ ଫେରିଯାଉଛି । ଗତ ବର୍ଷ ସେପ୍ଟେମ୍ବର ୩ ତାରିଖ ଯାଜୁପର ମେଡିକାଲ ବୋର୍ଡ଼ରେ ଉପସ୍ଥିତ ହୋଇଥିଲେ ମଧ୍ୟ ବୋର୍ଡ଼ରେ ମେମ୍ବର ମେଡିସିନ ଡାକ୍ତର ଫେରାଇଦେବାରୁ ଥାଲାସେମିଆ ଆସୋସିଏସନର ସମ୍ପାଦକ ପରମାନନ୍ଦ ନାୟକଙ୍କୁ ଯୋଗଯୋଗ କରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ମିଳିତ ଭାବେ ଅଭିଯୋଗ କରିଥିଲେ । ସେ ଆସନ୍ତା ବୋର୍ଡ଼ରେ ନିଶ୍ଚିତ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିବା ପ୍ରତିଶ୍ରୁତି ଦେଇଥିଲେ । ଏହି ଅଭିଯୋଗ ପ୍ରମେୟ, ସମ୍ବାଦ ପତ୍ର, ଆମ ପ୍ରତିନିଧି ୦୬/୧୦/୨୦୨୩ ରିଖରେ ମୁଖ୍ୟ ଚିକିତ୍ସାଧିକାରିଙ୍କୁ ଯୋଗାଯୋଗ କରିବାରୁ ଏପରି ଅଭିଯୋଗ ପାଇଛି ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ୧୦/୧୦/୨୦୨୩ ରିଖରେ ସମାଜ ସମ୍ବାଦପତ୍ରରେ, ଆମ ପ୍ରତିନିଧି ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଏ ଘଟଣା ମୋ ଦୃଷ୍ଟିକୁ ଆସିଛି ଖୁମ୍ ଶୀଘ୍ର ସମାଧାନ କରାଯିବ । ଇତି ମଧ୍ୟରେ ୩ଟି ମେଡିକାଲ ବୋର୍ଡ଼ ବସିସାରିଛି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ସ୍ୱଳ୍ପାୟୁ ମୃତ୍ୟୁବରଣ ରୁଥିବା ରକ୍ତଜନିତ ନିରିହ ଶିଶୁମାନେ ଅସହାୟ ଅବସ୍ଥାରେ ଆର୍ଥିକ, ମାନସିକ ଓ ଶାରିରୀକ ପୀଡ଼ାରେ ଜର୍ଜ୍ଜରୀତ ହେଉଥିବା ଅବସ୍ଥାରେ ସେମାନଙ୍କ ପ୍ରତି ଯାଜପୁର ଜିଲ୍ଲା ମେଡିକାଲ ବୋର୍ଡ଼ ନିତୀ ନିୟମ ଉଲ୍ଲଙ୍ଘନ କରି ଅମାନୁସିକତା ନିଷ୍ଠୁରତା ପ୍ରଦର୍ଶନକୁ ଲାଘବ କରିବା ପାଇଁ ଜିଲ୍ଲା ଥାଲାସେମିଆ ସୋସାଇଟର ସମ୍ପାଦକ ଗତ ତା୦୩/୧୧/୨୦୨୨ ରିଖରେ ରାଜ୍ୟ ସ୍ୱାସ୍ଥ୍ୟ ଶାସନ ସଚିବଙ୍କୁ ନିବେଦନ କରିଥିଲେ । କୌଣସି ବିଚାର ନ ମିଳବାରୁ ଗତା ୦୫/୦୯/୨୦୨୩ ରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ କାଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ନିରାଶ ହୋଇ ଯଥୋଚିତ ବିଚାର ଓ ନ୍ୟାୟ ମିଳିବା ଆଶାରେ ପୁନରାୟ ଗତ ୦୫/୦୧/୦୨୪ରେ ୫ଟି ଚେୟାରମ୍ୟାନ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଅଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close