ଚଣ୍ଡିଖୋଲ ଠାରେ ଯାଜପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଂଟନ

ଚଣ୍ଡିଖୋଲ,୨୭/୧(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ସ୍ଥାନୀୟ ଚଣ୍ଡିଖୋଲ ଛକ ନିକଟସ୍ଥ ‘କଲ୍ୟାଣ ମଣ୍ଡପ’ଠାରେ ତା.୨୫/୦୧/୨୦୨୪ରେ ଯାଜପୁରରୋଡ଼ ସ୍ଥିତ ଯାଜପୁର ଜିଲ୍ଲା ଶ୍ରମ ଓ ଇଏସଆଇ ବିଭାଗ ତରଫରୁ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ସଂଜୀତ୍ କୁମାର ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ଦେଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ବିକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ମହାନ୍ତି ଆନ୍ତଃ ରାଜ୍ୟ ଶ୍ରମ ଆଇନ, ଶିଶୁ ଶ୍ରମିକ ନିରୋଧ ଆଇନ, ସର୍ବନିମ୍ନ ମଜୁରୀ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଆଦି ଉପରେ ଉପସ୍ଥିତ ଶ୍ରମିକ ଓ ବ୍ୟକ୍ତିବିଶେଷମାନଙ୍କୁ ତଥ୍ୟ ଭିତିକ ସୂଚନା ପ୍ରଦାନ କରି ସଚେତନ କରିଥିଲେ । ଏଥିସହିତ ସେ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ମାଣ ଶ୍ରମିକ ହିତାଧିକାରୀମାନଙ୍କୁ ସହାୟତା ବଂଟନ କରି କହିଥିଲେ ସରକାରଙ୍କ ଏହି ଯୋଜନାରେ ବହୁ ଅଭାବୀ ଶ୍ରମିକ ଖୁବ୍ ଉପକୃତ ହେଉଛନ୍ତି । ତେଣୁ ଏହି ଯୋଜନା ସଂର୍ପକରେ ସମସ୍ତେ ଭଲ ଭାବେ ସଚେତନ ହେବା ଉଚିତ୍ । ନିର୍ମାଣ ଶ୍ରମିକଙ୍କ ଏହି ସହାୟତା ଶିବିରକୁ ସେ ସଚେତନତା ଶିବିର ବୋଲି ଅଭିହିତ କରି ତୃଣମୂଳ ସ୍ତରରେ ଏଥିପ୍ରତି ବ୍ୟାପକ ଜନସଚେତନତା ସୃଷ୍ଟି ଲାଗି ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବଡ଼ଚଣା ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ବ୍ଲକ ଉପାଧ୍ୟକ୍ଷ ବିଭାଷ ନନ୍ଦ, ୧୯ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ୧୬ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ପ୍ରସାଦ ନାୟକ ଓ ଭୂଷଣ୍ଡପୁର ପଂଚାୟତ ସମିତି ସଭ୍ୟ ଜଗନ୍ନାଥ ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କେତେକ ନିର୍ମାଣ ଶ୍ରମିକ ଓ ଅଣ-ସଂଗଠିତ ଶ୍ରମିକମାନଙ୍କୁ ପରିଚୟ ପତ୍ର ବଂଟନ କରାଯାଇଥିଲା । ୭୪ଜଣ ନିର୍ମାଣ ଶ୍ରମିକ ହିତାଧିକାରୀମାନଙ୍କ ପିଲାମାନଙ୍କ ଶିକ୍ଷା ସହାୟତା ବାବଦରେ ମୋଟ ୬ଲକ୍ଷ ୫୩ହଜାର ୮୦୦ଟଙ୍କା, ୩୯ଜଣ ହିତାଧିକାରୀଙ୍କୁ ସେମାନଙ୍କ କନ୍ୟା ସନ୍ତାନଙ୍କ ବିବାହ ସହାୟତା ବାବଦରେ ୧୮ଲକ୍ଷ ଟଙ୍କା, ୪ଜଣଙ୍କୁ ୪୦ ହଜାର ଟଙ୍କା ପ୍ରସୁତିକାଳୀନ ସହାୟତା, ୩୫ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ୭୦ଲକ୍ଷ ଟଙ୍କା ମୃତ୍ୟୁକାଳୀନ ଓ ୩୨ ଜଣଙ୍କୁ ଅନ୍ତେଷ୍ଟିକ୍ରିୟା ସମାପନ ସହାୟତା ବାବଦରେ ୧ଲକ୍ଷ ୬୦ହଜାର ଟଙ୍କା; ଏହିପରି ମୋଟ ୧୮୪ ଜଣ ହିତାଧିକାରୀଙ୍କୁ ସର୍ବମୋଟ ୯୬ଲକ୍ଷ ୫୩ହଜାର ୮୦୦ଟଙ୍କା ଏହି ଶିବିର ଜରିଆରେ ବଂଟନ କରାଯାଇଥିଲା । ପ୍ରଥମେ କଲ୍ୟାଣ ମଣ୍ଡପ ସାମନାରେ ଥିବା ୰ ବିବୁ ବାବୁଙ୍କ ପ୍ରତିମୂର୍ତିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶତପଥି, ଅନ୍ୟ ଅତିଥି, ଶ୍ରମ ବିଭାଗର ଅଧିକାରୀମାନେ ମାଲ୍ୟାର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ଯାଜପୁରରୋଡସ ୍ଥଜିଲ୍ଲା ଶ୍ରମ ଦପ୍ତର ତରଫରୁ ବହୁ ପ୍ରଚେଷ୍ଟା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ଶ୍ରମ ଅଧିକାରୀ ସ୍ମୃତ୍ୟିରଂଜନ ପଣ୍ଡା, ସୈାମ୍ୟସୁନ୍ଦର ରାଉତରାୟ, ସୈାମ୍ୟରଂଜନ ବେହେରା, ରଚନା ସେଠୀ, କର୍ମଚାରୀ ଦେବଶ୍ରୀ ପଣ୍ଡା, ମହେଶ ସୁନାନୀ, ନାରାୟଣ ନନ୍ଦ, କାହ୍ନୁ ଚରଣ ସାହୁ, ପ୍ରକାଶ ଜେନା, ସନ୍ତୋଷ ନାୟକ, ଶଶିକାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସହକାରୀ ଶ୍ରମ ଅଧିକାରିଣୀ ସୁନନ୍ଦା ବିଶ୍ୱାଳ ସମସ୍ତଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସହକାରୀ ଶ୍ରମ ଅଧିକାରିଣୀ ସୁନନ୍ଦା ବିଶ୍ୱାଳ ସମସ୍ତଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ବହୁ ଶ୍ରମିକ ନେତା, ସ୍ଥାନୀୟ ନେତା ଓ ସମାଜସେବୀ ଯଥା- ସଂଜୟ କୁମାର ସ୍ୱାଇଁ, ପ୍ରଦୀପ ନାୟକ, ରମେଶ ଚନ୍ଦ୍ର ଜେନା, ପରମାନନ୍ଦ ସେଠୀ, ଦୁଷ୍ମନ୍ତ କୁମାର ରାଉତ, ଅରୁଣ ଦାସ, ଅଜୟ ସାହୁ, କରୁଣାକର ନାୟକ, ରବୀନ୍ଦ୍ର ମଣ୍ଡଳ, ଭାଗିରଥି ଦାସ, ମନୋଜ ସାହୁ, ସନ୍ତୋଷ କୁମାର ବାଇ, ପ୍ରକାଶ ସାହୁ ପ୍ରମୁଖଙ୍କ ଭୂମିକା ଉଲ୍ଲେଖନୀୟ ଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close