ଯାଜପୁରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଯାଜପୁର,୨୭/୦୧(ଉ. ନ୍ୟୁଜ୍ ବ୍ୟୁରୋ): ସମ୍ୱିଧାନ ଗୋଟିଏ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ ଓ ଶ୍ରେଷ୍ଠ କିର୍ତୀ ବୋଲି ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଅଶୋକ କୁମାର ବେହୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ ବ୍ୟକ୍ତ କରିଛନ୍ତି । ଶୁକ୍ରବାର ଯାଜପୁର ଜିଲ୍ଳ୍‌ା କାର୍ଯ୍ୟାଳୟ ସମ୍ମୁଖ ରାଜରାସ୍ତା ରେ ୭୫ ତମ ଜିଲ୍ଳ୍‌ା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ ଓ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରି ଶ୍ରୀ ବେହୁରିଆ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟାନ୍ୟ ବୀର ସ୍ୱାଧୀନତା ସଂଗ୍ରାମୀ, ସମ୍ୱିଧାନ ପ୍ରଣେତା ଡଃ ଭୀମରାଓ ଆମ୍ୱେଦକର ଓ ଅନ୍ୟାନ୍ୟ ବୀର ସହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭାରତ ବିଶ୍ୱର ଏକ ବୃହତତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ନେଇ ଏହାର ସମ୍ୱିଧାନ ସର୍ବ ଜାତି, ଧର୍ମ, ବର୍ଣ୍ଣ ଭାଷା ଓ ବିବିଧତାରେ ଏକତା ମନ୍ତ୍ର ନେଇ ସମସ୍ତଙ୍କ ସାମାଜିକ, ରାଜନୈତିକ ଏବଂ ଅର୍ଥ ନୈତିକ ବିକାଶ ଦିଗରେ ସମ୍ୱିଧାନର ମୁଖପତ୍ର ବାର୍ତା ବହନ କରେ । ଏଣୁ ପ୍ରତ୍ୟେକ ନାଗରିକ ଗଣତନ୍ତ୍ରର ସୁରକ୍ଷା ଓ ସାମ୍ୱିଧାନିକ ନୈତିକ ମୂଲ୍ୟବୋଧକୁ ବଜାୟ ରଖିବା ସହ ରାଷ୍ଟ୍ରର ଏକତା ଓ ସଂହତିକୁ ଅକ୍ଷୁର୍ଣ୍ଣ ରଖିବାକୁ ମୁଖ୍ୟ ଅତିଥି ଶ୍ରୀ ବେହୁରିଆ ୭୫ ତମ ଜିଲ୍ଳ୍‌ା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଉପରୋକ୍ତ ବିଷୟ ପ୍ରକାଶ କରି ଜିଲ୍ଳ୍‌ାବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ସମାଜର ପ୍ରତ୍ୟେକ ନାଗରିକ ସାମ୍ୱିଧାନିକ ରୀତିନୀତି ଅନୁଯାୟୀ ନିଜର ଅଧିକାର ଓ କର୍ତବ୍ୟ ପାଳନ କଲେ ରାଷ୍ଟ୍ରର ଦ୍ରୁତ ବିକାଶ ହୋଇପାରିବ ବୋଲି ସେ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ । ପରେ ମୁଖ୍ୟ ଅତିଥି ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ଶ୍ରେଷ୍ଠ ସେବିକା ଭାବେ ଝରଣା ପ୍ରଧାନ ଜିଲ୍ଳ୍‌ା ପ୍ରଶାସନ ଟ୍ରପିଂ, ଶ୍ରେଷ୍ଠ ଉଦ୍ୟାନ କୃଷି ଭାବେ ଶ୍ରୀ ଭାଗ୍ୟଧର ଦାଶ ପ୍ରାଣକୃଷ୍ଣ କର ଟ୍ରପିଂ ସହିତ ଟ.୧୦୦୦ଙ୍କା ଅର୍ଥରାଶି, ଶ୍ରେଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ, ସୌରଭ ଚକ୍ରବର୍ତୀଙ୍କୁ ପ୍ରିୟମ୍ୱଦା ଦେବୀ ସ୍ମାରକୀ ଟ୍ରପିଂ, ଉତରୀୟ ଓ ମାନପତ୍ର ସହ ଗୋଟିଏ ଗୋଟିଏ ପଂଳ ଚାରା ବଂଟନ କରିଥିଲେ । ସମ୍ମିଳିତ ପ୍ୟାରେଡ୍‌ରେ୍ ସଶସ୍ତ୍ର ବାହିନୀ, ପୋଲିସ ବ୍ୟାଣ୍ଡ ପାର୍ଟି, ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଏନ୍‌.ସି.ସି. ସ୍କାଉଟ୍ ଓ ଗାଇଡ, ସିଭିଲିଅୟାନ ଦଳଙ୍କୁ ନେଇ ମୋଟ ୪୫ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ୟାରେଡ ପରିଚାଳନା ଆରକ୍ଷିତ ଆରକ୍ଷୀ ନିରୀକ୍ଷକ ଦୀନେଶ କୁମାର ସାହୁ ଓ ବିରଂଚିି ନାରାୟଣ ସାହୁ ପ୍ୟାରେଡ୍ ପରିଚାଳନା କରିଥିଲେ । ଏଥିରେ ଏନ.ସି.ସି. ସ୍ତରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗାଇଡ ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଲେଜ ଛକ ସ୍କାଉଟ ଦି୍ୱତୀୟ, ଚିତାଳୋ ମହାବିଦ୍ୟାଳୟ, ଏନ୍‌.ସି.ସି. ତୃତୀୟ, ମହା ବିଦ୍ୟାଳୟ ସ୍ତରରେ ଜବାହର ନବୋଦୟ ବିଦ୍ୟାଳୟ, ବାଳକ ଗ୍ରୁପ ପ୍ରଥମ, ବିଦ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ଗ୍ରୁପ ଦ୍ୱିତୀୟ, କ୍ରାନିୟମ +୨ ବିଜ୍ଞାନ ଆବାସିକ ମହାବିଦ୍ୟାଳୟର ବାଳିକା ଗ୍ôରପ ତୃତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସିନିୟର ସିଭିଲ ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନଗର ସିନିୟର ସିଭିଲ ବାଳକ ଗ୍ରୁପ ଦ୍ୱିତୀୟ ଓ ମୁନିସିପାଲ ଉଚ୍ଚ ବିଦ୍ୟାଳୟ, ବାଳିକା ସିଭିଲ ତୃତୀୟ, ମାଧ୍ୟମିକ ସ୍ତରରେ ବୈଦ୍ୟରାଜପୁର ନୋଡାଲ ୟୁ.ପି. ସ୍କୁଲ, ସିଭିଲ ପ୍ରଥମ, ଆପେକ୍ସ ଇଂଲିସ୍ ମିଡିୟମ ସ୍କୁଲ, ବାଳିକା ସିଭିଲ ଦ୍ୱିତୀୟ ଓ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଦେବୀଗଡା ବାଳକ ଓ ବାଳିକା ସିଭିଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଶ୍ରେଷ୍ଠ ପ୍ଳାଟୁନ କମାଣ୍ଡର ଭାବେ ବିଦ୍ୱାନ ଆବାସିକ ମହାବିଦ୍ୟାଳୟର ଚ୍ଥାତ୍ର ଜ୍ୟୋତି ପ୍ରକାଶ ପାଣିଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିସହ ପ୍ୟାରେଡ୍ ଇନ୍ କମାଣ୍ଡ ରିଜର୍ଭ ଇନିସ୍‌ପେକ୍ଟର ଅପଂ୍ ପୋଲିସ ଦୀନେଶ କୁମାର ସାହୁ ଏବଂ ସେକେଣ୍ଡ ଇନ୍ କମାଣ୍ଡ ବିରଂଚି ନାରାୟଣ ସାହୁଙ୍କୁ ଜିଲ୍ଳ୍‌ା ପ୍ରଶାସନ ପ୍ରଦତ ଟ୍ରପିଂ ପ୍ରଦାନ କରାଯାଇଥିଲା । ପରେ ଯାଜପୁର ଜିଲ୍ଳ୍‌ା ସ୍କୁଲ, ବିରଜା ଉଚ୍ଚ ବିଦ୍ୟାଳୟ, କ୍ରାନିୟମ +୨ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ, ଆପେକ୍ସ ଇଂଲିସ୍ ମିଡିୟମ ସ୍କଲ, ଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମ ଓ ଡି.ଏ.ଭି. ପବ୍ଳିକ ସ୍କୁଲର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପରେ ପରେ ମୁଖ୍ୟ ଅତିଥି ବାଳାଶ୍ରମ, କୁଷ୍ଠାଶ୍ରମ ଓ ଜେଲର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ, ବସ୍ତ୍ର ଇତ୍ୟାଦି ବଣ୍ଟନ କରିବା ସହ ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ପଂଳ ବଣ୍ଟନ କରିଥିଲେ । ପୂର୍ବରୁ ମୁଖ୍ୟ ଅତିଥି ଗାନ୍ଧି ଚ୍ଥକ ସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତି ଓ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପ୍ରତ୍ୟୁଷ ଘ.୪.୩୦ମିନିଟ୍ ସମୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପ୍ରଭାତପେଂରୀ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଳ୍‌ାପରିଷଦ ସଭାପତି ନଳିନୀ ପ୍ରଭା ଜେନା, ଜିଲ୍ଳ୍‌ାପରିଷଦ ଉପସଭାପତି ଗଣେଶ୍ୱର ବରାଳ, ଜିଲ୍ଳ୍‌ା ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ, ଯାଜପୁର ଅତିରିକ୍ତ ଜିଲ୍ଳ୍‌ାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଳ୍‌ାପାଳ ନବକ୍ରୀଷ୍ଣ ଜେନା, ଉପଜିଲ୍ଳ୍‌ାପାଳ ଗୋପିନାଥ କୁଅଁର, ଜିଲ୍ଳ୍‌ାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକ, ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ଲୋକ ପ୍ରତିନିଧି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଯାଜପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସତ୍ୟବ୍ରତ ଲେଙ୍କା, ଟାଉନ ଥାନା ଆଇ.ଆଇ.ସି. ବିଲ୍ୱମଙ୍ଗଳ ସେଠୀ ଉପସ୍ଥିତ ଥିଲେ । ଦିବସର ସମସ୍ତ କାର୍ଯ୍ୟକ୍ରମ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ସଂଯୋଜନା କରିଥିବା ବେଳେ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close