ଜିଲ୍ଲାସ୍ତରୀୟ ୧୪ ତମ ଜାତୀୟ ମତଦାତା ଦିବସ-୨୦୨୪ ପାଳିତ

ଯାଜପୁର,୨୫ା୦୧(ଉ. ନ୍ୟୁଜ ବ୍ୟୁରୋ): ଯାଜପୁର ପୌର ପରିଷଦ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ୧୪ ତମ ଜାତୀୟ ମତଦାତା ଦିବସ-୨୦୨୪ ପାଳିତ ହୋଇଯାଇଛି । ଏହି ସମ୍ମିଳନୀରେ ଉପଜିଲ୍ଲାପାଳ ତଥା ଭୋଟର ପଂଜିକରଣ ଅଧିକାରୀ ଗୋପୀନାଥ କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ନବକ୍ରିିଷ୍ଣ ଜେନା, ଯାଜପୁର ପୈାର ପରିଷଦ ଅଧ୍ୟକ୍ଷା ରଂଜୁଲତା ହୋତା, ଡେପୁଟୀ କଲେକ୍ଟର କ୍ଷୀରୋଦ କୁମାର ଦାସ, ଡେପୁଟୀ କଲେକ୍ଟର ପ୍ରଦ୍ୟୁମ୍ନ କୁମାର ଦାସ ମଂଚାସୀନ ହୋଇଥିଲେ । ପ୍ରାରମ୍ଭରେ ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ସ୍ୱାଗତ ଭାଷଣ ଦେବା ସହିତ ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ । ପରେ ବୈଠକର ଅଧ୍ୟକ୍ଷ ଗୋପୀନାଥ କୁଅଁର ମତଦାତାଙ୍କ ନିମନ୍ତେ ଉଦ୍ଦିଷ୍ଟ ମତଦାତାଙ୍କ ସଂକଳ୍ପ ପାଠ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ନିଜ ଅଭିଭାଷଣରେ କହିଲେ ଯେ, ‘ଗଣତନ୍ତ୍ର ଆମର ଆତ୍ମା’ । ପ୍ରତ୍ୟେକ ନାଗରିକ ଗଣତନ୍ତ୍ରକୁ ସୁଦୃଢ କରିବା ନିମନ୍ତେ ମତଦାନ ସାବ୍ୟସ୍ତ କରିବା ବିଧେୟ । ଏହି ଅବସରରେ ସେ ଚଳିତ ବର୍ଷ ନିର୍ବାଚନରେ ପ୍ରତ୍ୟେକ ନାଗରିକ ନିଜ ନିଜ ମତଦାନ କେନ୍ଦ୍ରକୁ ଆସି ନିଜର ମତଦାନ ସାବ୍ୟସ୍ତ କରି ମତଦାନର ହାର ବୃଦ୍ଧି କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ନିଜ ଅଭିଭାଷଣରେ କହିଲେ ଯେ, ‘ପ୍ରତ୍ୟେକ ନାଗରିକ ମତଦାନ କେନ୍ଦ୍ରକୁ ଆସି ନିଜର ମତଦାନ ଅଧିକାର ସାବ୍ୟସ୍ତ କରନ୍ତୁ, ନାଗରିକତାର କର୍ତବ୍ୟ ପାଳନ କରନ୍ତୁ’ । ଚଳିତ ନିର୍ବାଚନ ବର୍ଷରେ ସମସ୍ତ ଭୋଟର ନିଜର ମତଦାନ ସାବ୍ୟସ୍ତ କରି ମନୋନୀତ ପ୍ରାର୍ଥୀଙ୍କୁ ବାଛନ୍ତୁ । ସଭାପତି ଅଭିଭାଷଣରେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର କହିଲେ ଯେ, ଭାରତ ତାର ଅସ୍ତିତ୍ୱ ବହନ କରେ ଗଣତନ୍ତ୍ର ଉପରେ । ଏହା ଏକ ସ୍ୱତନ୍ତ୍ର ପରିଚୟ, ଗଣତନ୍ତ୍ର ପାଇଁ ଭାରତ ମାଟି ଗର୍ବିତ । ଏଣୁ ସମସ୍ତ ନାଗରିକ ଏପରି ମହାନ କର୍ତବ୍ୟ ଓ ଦାୟୀତ୍ୱ ପଥରୁ ବିଚ୍ୟୁତି ନ ହୋଇ ନିଜର ମତଦାନ ସାବ୍ୟସ୍ତ କରି ନିଜର ଭବିଷ୍ୟତ ଉଜ୍ୱଳ କରିବା ସହ ଗଣତନ୍ତ୍ରକୁ ସୁଦୃଢ ଓ ଉଜ୍ୱଳ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଶ୍ରୀ କୁଅଁର ଚଳିତ ବର୍ଷର ବାର୍ତା “ମୁଁ ବି ଭୋଟ ଦେବି, ରାଷ୍ଟ୍ର ଗଠନରେ ମୋ ଭୋଟ ସବୁଠାରୁ ମୂଲ୍ୟବାନ” ଏବଂ ଜିଲ୍ଳାରେ ଜାନୁୟାରୀ ୫ ତାରିଖ ୨୦୨୪ ରେ ପ୍ରକାଶ ପାଇଥିବା ଚୁଡାନ୍ତ ଭୋଟର ତାଲିକାରେ ଭୋଟରଙ୍କ ସଂଖ୍ୟା ୧୫ ଲକ୍ଷ ୩୦ ହଜାର ୨୪୦ ବୋଲି ବାର୍ତା ସୂଚନା ପ୍ରଦାନ କରିଥିଲେ । ଜାତୀୟ ମତଦାତା ଦିବସ-୨୦୨୪ ପାଳନ ଉପଲକ୍ଷେ ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜର ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା, କୁଇଜ୍ ଓ ରଙ୍ଗୋଲି ଆଦି କୃତି ପ୍ରତିଯୋୀଙ୍କୁ ସଭାପତି ଓ ଅତିଥି ବୃନ୍ଦ ପ୍ରମାଣପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଦିବସ ପାଳନ ଅବସରରେ ମହାବିଦ୍ୟାଳୟର ଛାତ୍ରଛତ୍ରୀ, ବୁଥ ସ୍ତରୀୟ ଅଧିକାରୀ, ପୈାର ପରିଷଦ ପାରିଷଦମାନଙ୍କୁ ନେଇ ଜିଲ୍ଲା ପରିଷଦ ପରିସରରୁ ମେଡିକାଲ ଚ୍ଥକ ପର୍ଯ୍ୟନ୍ତ ସଚେତନତା ରାଲିକୁ ପୂର୍ବାହ୍ନ ୮ ଘଟିକା ସମୟରେ ଉପଜିଲ୍ଳ୍‌ା ଜିଲ୍ଲାପାଳ ଗୋପୀନାଥ କୁଅଁର ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଓ ପୈାର ପରିଷଦ କାର୍ଯ୍ୟାଳୟ ଓ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ, ଅଧ୍ୟକ୍ଷ/ଅଧ୍ୟକ୍ଷା ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close