ପ୍ରଦକ୍ଷିଣ ମାର୍ଗ ଲୋକାର୍ପିତ; ଶ୍ରୀମନ୍ଦିର ଇତିହାସରେ ଯୋଡ଼ା ହେଲା ସ୍ୱର୍ଣ୍ଣିମ ଅଧ୍ୟାୟ

ପୁରୀ,୨୦/୦୧(ହିମାଂଶୁ ଭୂଷଣ ମହାନ୍ତିଙ୍କ ଠାରୁ): ସମଗ୍ର ବିଶ୍ୱ ଦେଖିଲା ବିଶ୍ୱ ନିୟନ୍ତାଙ୍କ ପ୍ରଦକ୍ଷିଣ ମାର୍ଗ ଲୋକାର୍ପଣ ମହାପର୍ବ । ଶ୍ରୀମନ୍ଦିର ଇତିହାସରେ ଯୋଡ଼ାହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୌଷ ଶୁକ୍ଳ ସପ୍ତମୀ ତିଥିରେ ପରିକ୍ରମା ମାର୍ଗ ଲୋକାର୍ପଣ କରିଛନ୍ତି । ତିନିଦିନ ଧରି ଅନୁଷ୍ଠିତ ବୈଦିକ ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି ଠାକୁର ରାଜା ଶ୍ରୀ ଦିବ୍ୟସିଂହ ଦେବ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଦିବ୍ୟ ଅନୁଭୂତି ଦେଇଛି ଏହି ଅନନ୍ୟ ପ୍ରକଳ୍ପ । ସ୍ୱୟଂ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଏବଂ ତାଙ୍କ ପ୍ରିୟ ଭକ୍ତଙ୍କ ଉଦ୍ଦେଶ୍ୟରେ ଏହି ଐତିହାସିକ ପ୍ରକଳ୍ପ ଉତ୍ସର୍ଗ କରାଯାଇଛି । ଶ୍ରୀଜୀଉଙ୍କ ପବିତ୍ର ଲୀଳାଭୂମିର ଆଧ୍ୟାତ୍ମିକ ପରିବେଶ ବହୁଗୁଣରେ ବୃଦ୍ଧି ପାଇଛି । ବେଦଧ୍ୱନି ଏବଂ ସଂକୀର୍ତନରେ ପ୍ରକମ୍ପିତ ହୋଇଛି ସମଗ୍ର ପୁରୀ ସହର । ଭକ୍ତଙ୍କ ସମାଗମରେ ପୁରି ଉଠିଛି ବଡ଼ଦାଣ୍ଡ । ଜଗନ୍ନାଥମୟ ହୋଇଛି ସମଗ୍ର ଶ୍ରୀକ୍ଷେତ୍ର । ମାନବ ଜାତିକୁ ମହିମା ମଣ୍ଡିତ କରିଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିବା । ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶ୍ରୀମନ୍ଦିର ବାହ୍ୟ ପରିକ୍ରମା ମାର୍ଗ ଭକ୍ତଙ୍କୁ ସମର୍ପିତ କରାଯାଇଛି ।
ଇଚ୍ଛାମୟଙ୍କ ଇଚ୍ଛାରୁ ଲୋକାର୍ପଣ ଉତ୍ସବ ଅତ୍ୟନ୍ତ ବର୍ଣ୍ଣାଢ଼୍ୟ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି । କୋଟିକୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ବିକାଶର ଏହି ମହାନ ପର୍ବକୁ ସଫଳତାର ସହ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶତାଧିକ ସାଦୁସନ୍ଥଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଗଜପତି ମହାରାଜ ଶ୍ରୀ ଦେବ ଏବଂ ୫-ଟି ସଚିବ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ୍ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ପ୍ରକ୍ଷିଣ କରିଛନ୍ତି । ଏହାପରେ ମୁଖ୍ୟମନ୍ଦ୍ରୀ ସଭାମଣ୍ଡପକୁ ଯାଇ ପଟ୍ଟଚିତ୍ର ଶିଳ୍ପୀ ୟୁନିଭର୍ସ ମହାରଣା ନିର୍ମାଣ ଶ୍ରମିକ ଲକ୍ଷ୍ମୀ ପ୍ରଧାନ, ମାଳି ରାଜୁ ଭୋଇ, ଜେସିବି ଚାଳକ ପ୍ରକାଶ ପ୍ରଧାନ, ପଥର ଖୋଦେି କାରିଗର ରବୀନ୍ଦ୍ର ଗୌଡ଼ ଓ କୀର୍ତନ ମହାରଣା, ରାଜମିସ୍ତ୍ରୀ କବିରାଜ ରାଉତ, ସହାୟକ ସୁକାନ୍ତ ପ୍ରଧାନ, ବିଭୁ ରାଉତ ଏବଂ ରାଜ ପେଣ୍ଠୋଇଙ୍କୁ ସମ୍ବର୍ଦ୍ଧିତ କରିଥିଲେଃ ମୁଖ୍ୟମନ୍ତ୍ରୀ ସମଙ୍ଗ ନିକଟସ୍ଥ ଅସ୍ଥାୟୀ ହେଲିପ୍ୟାଡରେ ପହଂଚିବା ପରେ ଶ୍ରୀ ସେତୁ ଏବଂ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ନିକଟକୁ ଯାଇଥିଲେ । ଗଜପତି ମହାରାଜ ତାଙ୍କୁ ଯଜ୍ଞ ମଣ୍ଡପ ନିକଟକୁ ପାଛୋଟି ନେଇ ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯଜ୍ଞରେ ପୂର୍ଣ୍ଣାହୁତି ଏବଂ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ବାଚସ୍ପତି ପମିଳା ମଲ୍ଲିକ, ମନ୍ତ୍ରୀ ଜଗନ୍ନାଥ ସାରକା, ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ, ଅଶ୍ୱିନୀ କୁମାର ପାତ୍ର, ଅଶୋକୁ କୁମାର ପଣ୍ଡା, ସୁଦାମ ମାରାଣ୍ଡି, ବିକ୍ରମ କେଶରୀ ଆରୁଖ, ତୁଷାରକାନ୍ତି ବେହେରା, ସାଂସଦ ପିନାକୀ ମିଶ୍ର, ଡ. ରାଜଶ୍ରୀ ମଲ୍ଲିକ, ପ୍ରମିଳା ବିଷୋୟୀ, ଚନ୍ଦ୍ରାଣୀ ମୁର୍ମୁ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଦେବୀପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଶଶୀଭୂଷଣ ବେହେରା, ଉମାକାନ୍ତ ସାମନ୍ତରାୟ, ରୁଦ୍ରପ୍ରସାଦ ମହାରଥୀ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ କୁମାର ବର୍ମା, ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, କେନ୍ଦ୍ରାଂଚଳ ଆଇଜି ଆଶିଷ କୁମାର ସିଂ ଓ ଆରକ୍ଷୀ ଅଧିକ୍ଷକ କନୱର ବିଶାଲ ସିଂ ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close