ବ୍ୟାସନଗର ସେଂଟ୍ରାଲ ୱେୟାର ହାଉସ ଛକରୁ ସାଇ ମନ୍ଦିର ପୂର୍ତ ବିଭାଗ ରାସ୍ତାର ଶିଳାନ୍ୟାସ

ଏହି ପ୍ରଶସ୍ତି କରଣ ରାସ୍ତାକାର୍ଯ୍ୟ ୨ କିମି ୮ ସହ ମିଟର ହେବା ସହିତ ରାସ୍ତା ଦୁଇ ପଟଉନ୍ନତି କରଣ ଏବଂ ଡ୍ରେନଜ ବ୍ୟବସ୍ଥା କାର୍ଯ୍ୟ ହେବ । ବ୍ୟାସନଗର ଅଧିନସ୍ଥ ପୌରାଞ୍ଚଳର ପୂର୍ତ୍ତ ବିଭାଗ ତରଫରୁ ଯେତେ ରାସ୍ତା ରହିଛି ତାର ଉନ୍ନତି କରଣ ଲାଗି ପଦକ୍ଷପ ନିଆଯାଇଛି ବୋଲି ବିଧାୟକ କହିଥିଲେ । ଏହି ରାସ୍ତାକାର୍ଯ୍ୟର ବ୍ୟୟ ଅଟକଳ ପରିମାଣ ୪ କୋଟି ୫୬ ଲକ୍ଷ୍ୟ ୬୧ ହଜାର ଟଙ୍କା ରହିଛି ଏବଂ ଏହି କାର୍ଯ୍ୟ ଦୀର୍ଘ ୯ ମାସ ଭିତରେ ଶେଷ ହେବ ବୋଲି ପୂର୍ତ୍ତ ବିଭାଗର ଆସିଷ୍ଟାଣ୍ଟ ଏକଜୁଟିଭ ଇଞ୍ଜିନିୟର ଘୋଷଣା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୂର୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ତାପସ କୁମାର ପୃଷ୍ଟି, ବ୍ୟାସନଗର ପୌରପରିଷଦର ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ପୂର୍ବତନ ନଗରପାଳିକା ସବିତା ରାଉତ, ବରିଷ୍ଠ ବିଜେଡ଼ି ନେତା ଅମୂଲ୍ୟ କୁମାର ନାୟକ, ଶରତ ସାମଲ, ମନୋଜ କୁମାର ପରିଡ଼ା, ବ୍ୟାସନଗର ବିଜେଡି ସାଧାରଣ ସମ୍ପାଦକ ମହେଶ ଧଳଙ୍କ ସମେତ କାଉନସିଲର ପାର୍ଥସାରଥି ନାୟକ, ଅଶୋକ କୁମାର ରାଉତ, ଶିବାନନ୍ଦ ନାୟକ, ଦିଲୀପ ସେଠୀ, ଯୁବ ବିଜେଡ଼ି ନେତା ପ୍ରଶାନ୍ତ କୁମାର ଖୁଂଟିଆ ପ୍ରମୁଖ ଯୋଗଦେଇଥିଲେ ।

Live Share Market