ବ୍ୟାସନଗର ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ (ଆରୋହଣ–ଦ୍ୱାଦଶ) ଧୂମ୍‌ଧାମ୍‌ରେ ପାଳିତ

ବ୍ୟାସନଗର: ସ୍ଥାନୀୟ ବ୍ୟାସନଗର ପୌରାଞ୍ଚଳର ହାଉସିଂ ବୋର୍ଡସ୍ଥିତ ବ୍ୟାସନଗର ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ (ଆରୋହଣ–ଦ୍ୱାଦଶ) ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଦୁଇ ଦିନିଆ ବର୍ଣ୍ଣାଢ଼୍ୟ ଉତ୍ସବର ପ୍ରଥମ ଦିନରେ ଅତିଥି ବିଶେଷଗଣଙ୍କ ମଧ୍ୟରେ ଡଃ. ପ୍ରିୟଦର୍ଶିନୀ ନାୟକ, ଚେୟାରମ୍ୟାନ୍‌ ଇଷ୍ଟର୍ଣ୍ଣ ସହୋଦୟ ଓଡିଶା, ଶ୍ରୀଯୁକ୍ତ ଅମିତାଭ ମହାପାତ୍ର, ଏସିପି ଜୋନ୍-୨ କଟକ, ଡଃ. ରଶ୍ମି ରଞ୍ଜନ ପଶାୟତ, ମୋ ସ୍ବାସ୍ଥ୍ୟ ସେବା ଅଧିକାରୀ ବଡଚଣା, ଶ୍ରୀମତୀ ସବିତା ରାଉତ୍, ସଭାପତି ବିଜୁ ମହିଳା ଦଳ ଯାଜପୁର, ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଭାରତ ଭୂଷଣ ଦେଓ ଓ ପରିଚାଳନା ନିର୍ଦେଶକ ତଥା ଅଧ୍ୟକ୍ଷା ଡଃ. ଦେବସ୍ଥିତା ସାହୁ ସମୂହ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ । ଠିକ୍ ସେହିପରି ଦ୍ଵିତୀୟ ଦିନରେ ଓଡିଶାର ଚର୍ଚ୍ଚିତ ଚେହେରା ତଥା ସିନେତାରକା, ପୂର୍ବତନ ବିଧାୟକ କୋରେଇ ଓ ମୋ କଲେଜର ସଭାପତି ଶ୍ରୀଯୁକ୍ତ ଆକାଶ ଦାସ ନାୟକ, ବ୍ଲକ୍ ଶିକ୍ଷା ଅଧିକାରୀ କୋରେଇ ସୁଦର୍ଶନ ମଲ୍ଲିକ, କଳିଙ୍ଗନଗର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ର, ଚେୟାରମ୍ୟାନ୍ ବ୍ୟାସନଗର ମ୍ୟୁନିସିପାଲିଟି ସଙ୍ଗୀତା ପିଙ୍ଗୁଆଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରେସ ମିଡିଆର ସାମ୍ବାଦିକଗଣ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଡଃ. ଦେବସ୍ଥିତା ସାହୁ ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ଶ୍ରୀଯୁକ୍ତ ଭାରତ ଭୂଷଣ ଦେଓ ବିଦ୍ୟାଳୟର ସମୃଦ୍ଧି ଓ ବିକାଶ ପାଇଁ ସମସ୍ତ ଶ୍ରେୟ ଅଭିଭାବକ, ଛାତ୍ର-ଛାତ୍ରୀ ଓ ଶିକ୍ଷକ-ଶିକ୍ଷିକାମାନଙ୍କୁ ପ୍ରଦାନ କରିଥିଲେ । ଭି. ପି. ଏସ୍ କେବଳ ଯାଜପୁର ଜିଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନୁହେଁ ବରଂ “ପ୍ରକୃତରେ ଏକ ମଣିଷ ଗଢା କାରଖାନା” । ପିଲାମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ପରିସ୍ଫୁଟନ ନିମନ୍ତେ ଏକ ପ୍ରକୃଷ୍ଣ ମଞ୍ଚ ବୋଲି ଉଦ୍ ଘାଟକ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଭି. ପି. ଏସ୍ ର ଶିକ୍ଷା ଛାତ୍ର-ଛାତ୍ରୀ ମାନଙ୍କ ଜୀବନକୁ କରିପାରିଛି ଶୃଙ୍ଖଳିତ ବୋଲି ମତ ବ୍ୟକ୍ତ କରିଥିଲେ । ଶିକ୍ଷା ମାଧ୍ୟମରେ ଛାତ୍ର-ଛାତ୍ରୀ ଦେଶର ଏକତା, ଅଖଣ୍ଡତା ଓ ନିରାପତ୍ତା କୁ ବଜାୟ ରଖୁବା ସହିତ ଧର୍ମ, ଭାଷା, ସଂସ୍କୃତି, ପରମ୍ପରା ଓ ବିବିଧତା ମଧ୍ୟରେ ମାନବ ଜୀବନର ଶୃଙ୍ଖଳ ପ୍ରାକରଣ, ଏବଂ ପ୍ରଭୁତା, ସ୍ଥିରତା ଓ ଅନ୍ତ ର୍ନିହିତ ଶକ୍ତିକୁ ପୁନଃରୁଥାନ୍ କରିବାର ସନ୍ଦେଶ ମୁଖ୍ୟ-ବକ୍ତାମାନେ ପ୍ରଦାନ କରିଥିଲେ । ଭି. ପି. ଏସ୍ ଚିରାଚରିତ ଭାବେ ତା’ର ଭିନ୍ନ‌ତା ଓ ଆଦର୍ଶ ପାଇଁ ପ୍ରସିଦ୍ଧ ଓ ଅନନ୍ୟ, କାରଣ ମା’ ବାଗ୍‌ ଦେବୀ ସରସ୍ବତୀ ଓ ବିଘ୍ନ ବିନାଶକ ଗଜାନନଙ୍କ ଅପୂର୍ବ ସମ୍ମନ୍ୱୟର ଏକ ସାରସ୍ବତ ଭଣ୍ଡାର ବୋଲି ଛାତ୍ର-ଛାତ୍ରୀମାନଙ୍କୁ ସମ୍ବୋସ୍ତ କରି ମୁଖ୍ୟ–ଅତିଥ୍ ମାନେ ନିଜ ନିଜ ଅଭିଭାଷଣରେ ମତ ରଖିଥିଲେ । ଏହାର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ଡଃ କଳ୍ପତରୁ ସାହୁ ଜଣେ କର୍ମନିଷ୍ଠ, ସତ୍ୟବାଦୀ ଓ ଆଦର୍ଶବାଦର ଏକ କମନୀୟ ପ୍ରତୀକ ଓ ତାଙ୍କ ଆବର୍ତ୍ତମାନ ପରେ ପରେ ଡଃ. ଦେବସ୍ଥିତା ସାହୁଙ୍କ ଆପ୍ରାଣ ଉଦ୍ୟମ, ଚେଷ୍ଟା ଓ ସାଧନା ବଳରେ ବହୁ ଘାତ ପ୍ରତିଘାତ ଅତିକ୍ରମ କରି ସମୟର ସ୍ରୋତରେ ଆଜି ଏହି ଶିକ୍ଷାନୁଷ୍ଠାନ ସମଗ୍ର ରାଜ୍ୟରେ ସୃଷ୍ଟି କରିପାରିଛି ଏକ ଗୌରବମୟ  ଦିଗ୍‌ଦର୍ଶନ । ଯାହାର ଉଦାହରଣରେ ଏହାର ଏକାଧିକ ଛାତ୍ର-ଛାତ୍ରୀ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରୀୟର ବହୁ ବିଭାଗରେ ହାସଲ କରିଛନ୍ତି ଅନେକ କୃତିତ୍ୱ । ଶେଷ ଦିନରେ ବିଦ୍ୟାଳୟ ତରଫରୁ ବହୁ ପୁରାତନ କର୍ମଚାରୀମାନଙ୍କୁ ମାନପ‌ତ୍ର ଓ ଉପଢୌକନ ଦେଇ ସମ୍ବର୍ଷିତ କରଯାଇଥିଲା । ବିଦ୍ୟାଳୟ ପ୍ରତିଯୋଗିତାରେ ବିଭିନ୍ନ ଶୈକ୍ଷିକ ଓ ଅଣଶୈକ୍ଷିକ ବିଜେତାମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ପୁରଷ୍କାର ବିତରଣ କରଯାଇଥିଲା । ଉଭୟ ସନ୍ଧ୍ୟାରେ ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଭାରତକୁ ପାଥେୟ କରି ପ୍ରସ୍ତୁତ ହୋଇଥିଲା ଉଚ୍ଚକୋଟୀର ସଂସ୍କୃତିକ କାର୍ଯ୍ୟକ୍ରମ । ବିଦ୍ୟା ବିଷୟକ ନିର୍ଦେଶକ ଡଃ ବୈରାଗୀ ଚରଣ ଦ୍ବିବେଦୀ ବାର୍ଷିକ ବିବରଣୀ ପାଠ କରିବା ସହିତ ସମସ୍ତଙ୍କ ସଦୟ ସହ‌ଯୋଗ ପାଇଁ କୃତଜ୍ଞତା ଅର୍ପଣ କରିଥିଲେ । ଏହି ସୁବର୍ଣ୍ଣ ଦିନଟିକୁ ଅପୂର୍ବ ସଫଳ କରିବାରେ ସମସ୍ତ ଶିକ୍ଷକ – ଶିକ୍ଷୟିତ୍ରୀମାନଙ୍କର ବିଶେଷ ସହଯୋଗ ରହିଥିଲା । ସମସ୍ତଙ୍କୁ ଶ୍ରେୟ ପ୍ରଦାନ କରି ପ୍ରଥମ ସନ୍ଧ୍ୟାରେ ଉପାଧ୍ୟକ୍ଷ ନାରାୟଣ ଚନ୍ଦ୍ର ଗାଉଳ ଓ ଦ୍ଵିତୀୟ ସନ୍ଧ୍ୟାରେ ଉପାଧ୍ୟକ୍ଷ ଗଜେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । 
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close