ତଣ୍ଡରାରେ ହାତୀ ଆକ୍ରମଣରେ ଜଣେ ମୃତ

ଯାଜପୁର,୧୯ା୦୮(ଉ. ନ୍ୟୁଜ ବ୍ୟୁରୋ): ବୁଧବାର ସକାଳେ ଧର୍ମଶାଳାର ରସୁଲପୁର ବ୍ଲକ ଅଂଚଳରେ ଆତଙ୍କ ଖେଳାଇବା ପରେ ଆଜି କୋରାଇ ବ୍ଲକର କିଛି ଅଂଚଳରେ ଆତଙ୍କ ଖେଳାଇଛି ବଣୁଆ ହାତୀ । ଗୋଠଭାଙ୍ଗି ଚାଲି ଆସିଥିବା ହାତୀକୁ ଘଉଡ଼ାଇବାକୁ ବନ ବିଭାଗ/ ସକ୍ଷମ ହୋଇପାରିନଥିବା ବେଳେ ଆଜି ସକାଳେ କୁଜିବର ଦେଇ କୋରେଇ ବ୍ଲକର ତଣ୍ଡରାକୁ ପଶି ଆସିଥିବା ହାତୀ ଶୌଚ ହେବାକୁ ଯାଇଥିବା ବେଳେ ଜଣେ ବୃଦ୍ଧଙ୍କୁ ଦଳିଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ତଣ୍ଡରା ଗ୍ରାମ ବ୍ରାହ୍ମଣ ସାହିର ଉପେନ୍ଦ୍ର କର(୬୨) ହୋଇଥିବା ବେଳେ ଗାଁ ମୁଣ୍ଡ ଖରସ୍ରୋତା ନଦୀ ପଠାକୁ ଶୌଚ ହେବାକୁ ଯାଇଥିବା ହାତୀଟି ଛାତିରେ ଚଢ଼ି ଯାଇଥିଲା । ମୃତକ ପରିବାରକୁ କ୍ଷତିପୂରଣ ବାବଦକୁ  ୬ଲକ୍ଷ ଟଙ୍କା ପ୍ରଦାନ ଘୋଷଣା କରିଛନ୍ତି । ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ଘଟିବା ପରେ ତଣ୍ଡରା ଗ୍ରାମରେ ଆତଙ୍କ ଖେଳି ଯାଇଥିଲା । ଗାଁ ଲୋକେ ମେଳି ହୋଇ ଗୋଡ଼ାଇବା ପରେ ହାତୀଟି ବିଲେବିଲେ ଶଙ୍ଖଚିଲାର ନୂଆପାଟଣା ଆଡ଼େ ଚାଲିଆସିଥିଲା । ନୂଆପାଟଣା ଆଖପାଖରେ ଲାଗିଥିବା ପନିପରିବା ବିଲରେ ପଶି ବ୍ୟାପକ ପନିପରିବା ନଷ୍ଟ କରିଥିଲା । ହାତୀକୁ ଦେଖିବାକୁ ଲୋକେ ରୁଣ୍ଡ ହୋଇଥିବା ବେଳେ ବନ ବିଭାଗ କର୍ମଚାରୀ ଘଉଡ଼ାଇବାକୁ ଯାଇ ସୁଦ୍ଧା ବିଫଳ ହୋଇଥିଲେ । ହାତୀ ଭୟରେ ଶଙ୍ଖଚିଲାରେ ତାଟି କବାଟ ପଡ଼ିଥିବା ବେଳେ ଲୋକେ ଭୟରେ ଘରୁ ବାହାରୁନାହାନ୍ତି । ପ୍ରଥମେ ପୋଲିସକୁ ଫୋନ କରି ଜଣାଇଥିଲେ । ଏହାପରେ ବନ ବିଭାଗକୁ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ ପୋଲିସ୍ କହିଥିଲା । ବନ ବିଭାଗ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିଥିଲେ ମଧ୍ୟ ତାହା କାମ କରୁ ନ ଥିବା ଜଣାଯାଇଛି । ଫଳରେ ବନ ବିଭାଗ ବିଳମ୍ବରେ ପହଂଚିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ତେବେ ରାତି ହେବା ପରେ ହାତୀଟି ପାଟରୁ ବାହାରି ଯାଇଥିବା ବନ ବିଭାଗର ଜଣେ କର୍ମଚାରୀଙ୍କଠାରୁ ସୂଚନା ମିଳିଛି । ସୁକିନ୍ଦା ରେଞ୍ଜର ବିପିନ୍ ବିହାରୀ ରାଉତରାୟଙ୍କ ସହ ଫରେଷ୍ଟର ନରେଶ ଟୁଡୁ ଏକ ଟିମ୍ ନେଇ ହାତୀ ପଲଙ୍କ ଉପରେ ନଜର ରଖିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close