ଗର୍ଭାବସ୍ଥାରେ ଗର୍ଭସ୍ଥ ଶିଶୁର ଲିଙ୍ଗ/ଭୃଣ ନିରୂପଣ ଦଣ୍ଡ ବିଧାନଜନିତ(ପିସିପିଏନ୍‌ଡିଟି) ପରାମର୍ଶ ମଣ୍ଡଳୀର ବୈଠକ

ଯାଜପୁର,୧୯/୦୧(ଉ. ନ୍ୟୁଜ୍ ବ୍ୟୁରୋ): ଅଠର ତାରିଖ ଅପରାହ୍ନରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଗର୍ଭାବସ୍ଥାରେ ଗର୍ଭସ୍ଥ ଶିଶୁର ଲିଙ୍ଗ/ଭୃଣ ନିରୂପଣ ଦଣ୍ଡ ବିଧାନଜନିତ(ପି.ସି.ପି.ଏନ୍‌.ଡି.ଟି) ପରାମର୍ଶ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା ଏହି ବୈଠକର ବିଭିନ୍ନ କାର୍ଯ୍ୟସୂଚୀ ସମ୍ୱନ୍ଧରେ କମିଟିର ସଦସ୍ୟା/ସଦସ୍ୟ ଏବଂ ଅଧ୍ୟକ୍ଷ ଜିଲ୍ଳ୍‌ାପାଳ ଶ୍ରୀ ରାଠୋରଙ୍କୁ ଅବଗତ କରାଇଥିଲେ । ବିସ୍ତୃତ ଆଲୋଚନା ପରେ କ୍ରମାନ୍ୱୟରେ ନିର୍ଦ୍ଧିଷ୍ଟ ବ୍ୟବଧାନରେ ଜିଲ୍ଲାରେ ଥିବା ଅଲଟ୍ରାସାଉଣ୍ଡ କ୍ଳିନିକ ଗୁଡିକର କାର୍ଯ୍ୟଧାରାକୁ ପରଖିବା ନିମନ୍ତେ ଗଢାଯାଇଥିବା ଟିମ୍ ଯାଂଚ କରିବାକୁ ଅଧ୍ୟକ୍ଷ ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ମାନ୍ୟତା ଅଲଟ୍ରା ସ୍କାନ କି୍ଳନିକକୁ ଡାକ୍ତର ନିଯୁକ୍ତି ନିମନ୍ତେ ଅନୁମତି ପ୍ରଦାନ କରାଯିବା ସମ୍ୱନ୍ଧରେ ଏନ୍‌.ଓ.ସି. ୩୦ ଦିନ ମଧ୍ୟରେ ସଂପୃକ୍ତ କ୍ଳିନିକ ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଳୟରେ ଦାଖଲ କରିବାକୁ ନୋଟିସ୍ ଜାରି କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ । ପ୍ରକାଶଥାଉ କି, ଜିଲ୍ଲାରେ ମୋଟ ପଂଜୀକୃତ ଅଲଟ୍ରାସାଉଣ୍ଡ ୟୁନିଟ ୩୬ ଗୋଟି ଥିବାବେଳେ ତନ୍ମଧ୍ୟରୁ ୫ ଗୋଟି ସରକାରୀ ୟୁନିଟ ଏବଂ ୩୧ ଗୋଟି ବେସରକାରୀ ୟୁନିଟ ଅନ୍ତର୍ଭୁକ୍ତ । ଏହି ଅଲଟ୍ରାସାଉଣ୍ଡ କ୍ଳିନିକ ମଧ୍ୟରୁ ୩୫ ଗୋଟି ଅଲଟ୍ରାସାଉଣ୍ଡ କ୍ଳିନିକ କାର୍ଯ୍ୟକ୍ଷମ ଥିବାବେଳେ ଅନ୍ୟ ଏକଗୋଟି ଅଲଟ୍ରାସାଉଣ୍ଡ କ୍ଳିନିକ କାର୍ଯ୍ୟକ୍ଷମ ହେବାର ଅଛି ।

ଜିଲ୍ଳ୍‌ାରେ ଭୃଣ ନିରୂପଣ ସମ୍ୱନ୍ଧୀୟ ପି.ସି.ପି.ଏନ୍‌.ଡି.ଟି. ଆକ୍ଟ ଆଇନକୁ କଡାକଡି ପାଳନ କରିବା ସହ ଆଇନ ଉଲଂଘନ କରୁଥିବା ଦମ୍ପତି ଏବଂ ସଂପୃକ୍ତ ଡାକ୍ତର ଓ ଅଲଟ୍ରାସାଉଣ୍ଡ କ୍ଳିନିକ ଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ ଶ୍ରୀ ରାଠୋର ତାଗିଦ କରିଥିଲେ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏଡିପିଏଚ୍‌ଓ(ପରିବାର ମଙ୍ଗଳ) ତଥା ନୋଡାଲ ଅଧିକାରୀ ଡା. ସୁଧାଂଶୁ ଶେଖର ବଳ, କମିଟି ସଦସ୍ୟ/ସଦସ୍ୟା ଡା. ଅନ୍ନଦା ଗୋପାଳ ମହାନ୍ତି, ଡା. ରାଜକିଶୋର ପଣ୍ଡା, ପ୍ରେମଲତା ପଣ୍ଡା, ଗୋପାଳ ଚନ୍ଦ୍ର ନାୟକଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close