ଜିଲ୍ଲା ପ୍ରଶାସନ ପକ୍ଷରୁ ରସୁଲପୁର ବ୍ଳକ କାର୍ଯ୍ୟାଳୟଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଯାଜପୁର, ତା ୧୭ା୦୧(ଉ. ନ୍ୟୁଜ୍ ବ୍ୟୁରୋ): ପ୍ରଶାସନ ଜନସାଧାରଣଙ୍କ ନିକଟରେ ପହଂଚି ସେମାନଙ୍କ ବିଭିନ୍ନଣାଣୀ ଅନୁଷ୍ଠିତ ଆପତି ଅଭିଯୋଗ ଗୁଡିକର ସମାଧାନ କରିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠର ପ୍ରଧାନ ଲକ୍ଷ୍ୟ ଅଟେ । ଏଣୁ ଅଭିଯୋଗ ପ୍ରକୋଷ୍ଠରେ ଯୋଗ ଦେଉଥିବା ଜିଲ୍ଲାର ସମସ୍ତ ଅଧିକାରୀମାନେ ନିଷ୍ଠା ଓ ସହୃଦୟତାର ସହ କାର୍ଯ୍ୟ ସଂପାଦନ କଲେ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଜନସାଧାରଣମାନେ ଅଧିକରୁ ଅଧିକ ଅଭିଯୋଗ ପ୍ରକୋଷ୍ଠରୁ ଲାଭବାନ ହୋଇପାରିବେ ବୋଲି ଆଜି ପୂର୍ବାହ୍ନରେ କୋରାଇ ବ୍ଳକ ସମ୍ମିଳନୀ କକ୍ଷଠାରେ ମିଳିତ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଚକ୍ରୱର୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରି ଉପରୋକ୍ତ ବିଷୟ ପ୍ରକାଶ କରିଚ୍ଥନ୍ତି । ଏହି ମିଳିତ ଅଭିଯୋଗ ôଶଣାଣି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ଚ  ଚକ୍ରୱର୍ତୀ ସିଂହ ରାଠୋର ଏବଂ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ଅଧ୍ୟକ୍ଷତା ଓ ସହଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଜିର ଜନ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଅଶୋକ କୁମାର ବେହୁରିଆ, ଡେପୁଟୀ କଲେକ୍ଟର, ସାଧାରଣ ଓ ବିବିଧ, ଶାଶ୍ୱତୀ ସୁଡୁଆଲ, ବି.ଡି.ଓ. ରସୁଲପୁର, ଅବନିକାନ୍ତ ସାହୁ ତହସିଲଦାର, ରସୁଲପୁର ନିରଂଜନ ସାହୁ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଯାଜପୁର ଇଂ.କ୍ଷେତ୍ରମୋହନ ସାହୁ, ଅଧିକ୍ଷଣ ଯନ୍ତ୍ରୀ, ଜଳସେଚନ, ଜାରକା ଖଣ୍ଡ ଇଂ କାମଦେବ ଦାସ, ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି, ପାଣିକୋଇଲି ଇଂ ପୂର୍ଣ୍ଣ ଚନ୍ଦ୍ର
ଦଳାଇ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ, ଖଣ୍ଡ-୨, ଯାଜପୁର ଅବିନାଶ ବାରିକ, ଏସ୍‌ଡିଓ, ଜଳ ନିଷ୍କାସନ ଉପଖଣ୍ଡ ପୂର୍ଣ୍ଣ ଚନ୍ଦ୍ର ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଚ୍ଥାୟା
ପ୍ରଦୀପ କୁମାର ପଟ୍ଟନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଯାଜପୁର ଉଦିପ୍ତ କୁମାର ତ୍ରିପାଠୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଶ୍ରୀନିବାସ କର, ଜିଲ୍ଲା ଶିକ୍ଷା ଅଧକାରୀ ନିବେଦିତା ପାଣି, ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି ରାଧାଶ୍ୟାମ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର
ବେହେରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଯାଜପୁର ମଂଜୁଲତା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୋଦ କୁମାର ରାଉତ, ଉପ-ପରିଚାଳକ, ଟିପିଏନ୍‌ଓଡିଏଲ୍‌, କୁଆଖିଆ ସୀତାଂଶୁ ଶେଖର ଶତପଥୀ, ଅଗ୍ରଣୀ ବ୍ୟାଙ୍କ ପରିଚାଳକ, ଯାଜପୁର ଦିଲିପ କୁମାର ଭୂୟାଁ, ବ୍ଳକ ଶିଶା ଅଧିକାରୀ, ରସୁଲପୁର ନୀଳାମ୍ୱର ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାଁ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ । ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ରାଠୋର ଏବଂ ଆରକ୍ଷୀ ଅଧିକ୍ଷକ ଭୀନିତ ଅଗ୍ରୱାଲ ସାଧାରଣ ନିର୍ବାଚନ -୨୦୨୪ ଉପଲକ୍ଷେ ମୋବାଇଲ୍‌, ଇଭିଏମ୍ ଓ ଭିଭିପାର୍ଟ ପ୍ରଦର୍ଶନୀ ଭ୍ୟାନକୁ ବ୍ଳକ ପରିସରରେ ଉଦ୍‌ଘାଟନ କରିଥିଲେ । ପ୍ରକାଶ ଥାଉ କି, ଏହି ମୋବାଇଲ୍‌, ଇଭିଏମ୍ ଓ ଭିଭିପାର୍ଟ ପ୍ରଦର୍ଶନୀ ରଥ ଜନସାଧାରଣମାନଙ୍କୁ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିବାକୁ ଜିଲ୍ଲାରେ ସଚେତନ କରାଇବ । ଆଜିର ଅଭିଯୋଗ ପ୍ରକୋଷ୍ଠରେ ସମୁଦାୟ ୬୦ ଗୋଟି ଅଭିଯୋଗ ପଂଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୧୫ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୪ ଗୋଟି ସମୁହ ଅଭିଯୋଗ ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୧୩ ଗୋଟି ଅଭିଯୋଗ ଥିବାବେଳେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଜନିତ ୨୦ ଗୋଟି ଅଭିଯୋଗ ଆସିଥିଲା । ଶିବିର ପ୍ରକୋଷ୍ଠରେ ୩୭ ଗୋଟି ଅଭିଯୋଗର ଜିଲ୍ଲାପାଳ ଶ୍ରୀ ରାଠୋର ତ୍ୱରିତ ସମାଧାନ କରିଥିଲେ । ପଂଜିକୃତ ହୋଇଥିବା ଅଭିଯୋଗ ମଧ୍ୟରୁ ୦୮ ଗୋଟି ଅଭିଯୋଗର ଅଭିଯୋଗକାରୀମାନେ ଅଭିଯୋଗ ସ୍ଥଳରେ ଅନୁପସ୍ଥିତ ଥିଲେ । ପ୍ରକାଶ ଥାଉକି, ଜାନୁୟାରୀ ମାସ ୨୨ ତାରିଖ ସୋମବାର ଦଶରଥପୁର ବ୍ଳ୍‌କ କାର୍ଯ୍ୟାଳୟଠାରେ, ୨୯ ତାରିଖ ସୋମବାର ଧର୍ମଶାଳା ବ୍ଳ୍‌କ କାର୍ଯ୍ୟାଳୟଠାରେ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ପୂର୍ବାହ୍ନ ୧୦ ଘଟିକାଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଉକ୍ତ ଅଭିଯୋଗ ଶୁଣାଣି ଶିବିରମାନଙ୍କରେ ଜିଲ୍ଲାର ବରିଷ୍ଠ ପଦାଧିକାରୀ ବୃନ୍ଦ, ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟର ବରିଷ୍ଠ ଯନ୍ତ୍ରୀ ଏବଂ ସଂପୃକ୍ତ ବ୍ଳକର ବି.ଡି.ଓ. ଏବଂ ତହସିଲଦାରମାନେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗଗୁଡିକର ତ୍ୱରିତ ସମାଧାନ ଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ ପ୍ରଦାନ କରିବେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close