ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରେଇବା ଦାବúରେ ଜାନୁୟାରୀ ୧୭ରେ ମୌନ ସତ୍ୟାଗ୍ରହ 

ପୁରୀ:  ପୁରୀ ଜିଲ୍ଲାର ବେଲଦଳ ଠାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଚାଷନେତା ତଥା ସଭାପତି ଦାମୋଦର ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ବୈଠକରେ ବେଦାନ୍ତ ବିଶ୍ଵ ବିଦ୍ୟାଳୟ ଜମି ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟ ସଂପର୍କରେ ଆଲୋଚନା କରାଯାଇଥିଲା । ଦୀର୍ଘ ଆଠ ମାସ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ସୁପ୍ରିମ କୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରେଇବା, ଅଧିଗୃହୀତ ମହାପ୍ରଭୂଙ୍କ ଅମୃତ ମଣୋହି ଜମି ଓ ଚାଷୀଙ୍କ ଚାଷ ଜମି ନ ଫେରେଇବା ଯୋଗୁଁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶକୁ ସରକାର ବେଖାତିର କରୁଛନ୍ତି ଓ ପୁଣି ବେଦାନ୍ତକୁ ଜମି ଦେବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ମତ ପ୍ରକାଶ ପାଇଥିଲା । 

      ଗୋଟିଏ ପଟେ ରାଜ୍ୟ ସରକାର ବେଦାନ୍ତ କମ୍ପାନୀର ସ୍ବାର୍ଥ ପାଇଁ ପୁରୀ ବାସୀଙ୍କ ଜୀବନ ଜୀବିକା ନଷ୍ଟ କରୁଥିଲା ବେଳେ, କମ୍ପାନୀମାନଙ୍କ ବ୍ୟବସାୟିକ ସ୍ୱାର୍ଥରେ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ ମଠ ମନ୍ଦିର ସଂସ୍କୃତିକୁ ଧ୍ଵଂସ କରିବା ପାଇଁ ଚାଲିଥିବା ପ୍ରକ୍ରିୟାକୁ ବିରୋଧ କରାଯାଇଥିଲା ଓ ଏହା ଏକ ରାଜନୈତିକ ଚାଲବାଜି ବୋଲି ମତ ପ୍ରକାଶ ପାଇଥିଲା। ଶ୍ରୀ ମନ୍ଦିର ପରିକ୍ରମା ରାସ୍ତା ନିର୍ମାଣର ଶୁଭାରମ୍ଭ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବା ବ୍ୟବସ୍ଥା ସରକାରୀ ଅର୍ଥର ଅପଚୟ ବୋଲି ସମସ୍ତେ ମତ ଦେଇଥିଲେ । ନବୀନ ସରକାରର ସ୍ୱେଚ୍ଛାଚାରି ଶାସନ, ବେଦାନ୍ତ ପ୍ରୀତି ବିରୁଦ୍ଧରେ ଲଢେଇ ପାଇଁ ନିଷ୍ପତ୍ତି ହୋଇଥିଲା।

ବେଦାନ୍ତ ବିଶ୍ବ ବିଦ୍ୟାଳୟ ପାଇଁ ଅଧିଗୃହୀତ ଜମି ତୁରନ୍ତ ଫେରାଇ ବା ଦାବିରେ ଜାନୁୟାରୀ ୧୭ତାରିଖରେ ବେଦାନ୍ତ ବିଶ୍ଵ ବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ତରଫରୁ ମୌନ ସତ୍ୟାଗ୍ରହ ବ୍ରତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ବେଲଦଳରୁ ଏକ ଶୋଭାଯାତ୍ରା ସକାଳ ୮ ଘଣ୍ଟା ସମୟରେ ବାହାରି ଶରଧାବାଲିରେ ପହଞ୍ଚିବ । ସେଠାରେ ସମସ୍ତେ ଧାରଣାରେ ବସିବେ । ଦୁଇ ହଜାର ଚାଷୀ, ସାମାଜିକ କର୍ମୀ, ବୁଦ୍ଧିଜୀବୀ ସାମିଲ ହେବେ ବୋଲି ସମିତିର ଆବାହକ ଉମା ବଲ୍ଲଭ ରଥ କହିଛନ୍ତି । ଆଜିର ଏହି ବୈଠକରେ ନବ ନିର୍ମାଣ କୃଷକ ସଂଘର ଶ୍ରୀ ଅକ୍ଷୟ କୁମାର, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ମଧୁ ସୁଧନ ରାଉତରାୟ, ଦାମୋଦର ମହାପାତ୍ର, କୈଳାସ ଜେନା, ମଙ୍ଗୁ ପ୍ରଧାନ, ଅପର୍ତ୍ତି ପଲେଇ, ଗଙ୍ଗାଧର ପ୍ରଧାନ, ରାଜ କିଶୋର ସ୍ବାଇଁ, ବାବନ ଜେନା, ଲୋକନାଥ ପ୍ରଧାନ, ଅରୁଣ ପ୍ରଧାନ,କୈଳାଶ ସ୍ବାଇଁ, ଦାମୋଦର ନାୟକ, ଜିତେନ୍ଦ୍ର ସାହୁ, ଶିବ ବେହେରା, ହର ପ୍ରସାଦ ଜେନା, ପର୍ଶୁରାମ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ପ୍ରବୀର ପ୍ରଧାନ, ବବି ପ୍ରଧାନ, ବ୍ରଜ ବେହେରା, ଉପସ୍ଥିତ ଥିଲେ । ବିଷ୍ଣୁ ପ୍ରସାଦ ମିଶ୍ର ସଭା ପରିଚାଳନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close