ଯାଜପୁର ଜିଲ୍ଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ

ଯାଜପୁର,୦୫/୦୧(ଉ. ନ୍ୟୁଜ୍ ବ୍ୟୁରୋ): ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଏକ ଅଭିନବ ଯୋଜନା ଅଟେ । ବରିଷ୍ଠ ନାଗରିକମାନେ ବିନା ଖର୍ଚ୍ଚରେ ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ଭାରତର ବିଭିନ୍ନ ଏøତିହ୍ୟ ଓ ସଂସ୍କୃତି ସଂପନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବାର ଏକ ସୁବର୍ଣ୍ଣ ସୁଯୋଗ ଅଟେ । ୪ ତାରିଖ ଅପରାହ୍ନରେ ଯାଜପୁର ଜିଲ୍ଲାରୁ ୯୦ ଜଣ ଏକକ ତୀର୍ଥ ଯାତ୍ରୀ ଓ ୪୪ ଗୋଟି ଦମ୍ପତି ତୀର୍ଥ ଯାତ୍ରୀ ମାନଙ୍କର ପରିଭ୍ରମଣ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ ପତାକା ଦେଖାଇ ୪ ଗୋଟି ବସ୍‌ରେ ବାଲେଶ୍ୱର ଅଭିମୁଖେ ସ୍ୱତନ୍ତ୍ର ରେଳରେ କେନ୍ଦ୍ର ଭାରତର ଉଜ୍ଜୟିନୀ ଏବଂ ଓମ୍‌କାରେଶ୍ୱର ଯାଉଥିବା ଯାତ୍ରୀ ମାନଙ୍କ ବସକୁ ଶୁଭାରମ୍ଭ କରି ତୀର୍ଥ ଯାତ୍ରୀ ମାନଙ୍କ ତୀର୍ଥ ଦର୍ଶନର ଶୁଭ କାମନା କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଳ୍‌ାର ତୀର୍ଥ ଯାତ୍ରୀ ମାନଙ୍କର ସପଂଳ ତୀର୍ଥ ଯାତ୍ରା ପରିଭ୍ରମଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜ୍ଞାନ ରଂଜନ ବେହେରା, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଧର୍ମଶାଳା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଅରୁଣ କୁମାର ସାହୁ, ଶିକ୍ଷକ ସଂଜୟ ମିଶ୍ର, ସୁବାଷ ଚନ୍ଦ୍ର ଦାସ ୪ ଜଣଙ୍କୁ ତଦାରଖ ନିମନ୍ତେ ଏସ୍କର୍ଟ ଅପିଂସର ଭାବେ ନିୟୋଜନ କରାଯାଇଛି । ସେହିପରି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର କର୍ମଚାରୀ ଦୟାନିଧି ବେହେରାଙ୍କୁ ମଧ୍ୟ ତୀର୍ଥ ଯାତ୍ରୀ ମାନଙ୍କର ଯତ୍ନ ନେବାକୁ ସାମିଲ କରାଯାଇଛି । ଯାଜପୁର ଜିଲ୍ଲାକୁ ମିଶାଇ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୁରଭଞ୍ଜକୁ ନେଇ ୫ ଗୋଟି ଜିଲ୍ଲାର ୯୭୦ ଜଣ ଯାତ୍ରୀ ସାମିଲ ହୋଇଥିବା ବେଳେ ଯାଜପୁର ଜିଲ୍ଲାର ୧୭୮ ଜଣ ତୀର୍ଥଯାତ୍ରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଆଜି ପୂର୍ବାହ୍ନ ୧୦ ଘଟିକା ସମୟରୁ ସମସ୍ତ ତୀର୍ଥ ଯାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଯାଂଚ କରାଯାଇ ବାଲେଶ୍ୱରରୁ ସ୍ୱତନ୍ତ୍ର ରେଳରେ ଯାତ୍ରା କରିବା ପାଇଁ ଊପ-ନିର୍ଦ୍ଦେଶିକା, ପର୍ଯ୍ୟଟନ ତଥା ଭାରପ୍ରାପ୍ତ ପର୍ଯ୍ୟଟନ ଅଧିକାରୀ ହିମାଳୟା ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆସନ୍ତା କାଲି ବାଲେଶ୍ୱର ରେଳ ଷ୍ଟେସନରୁ ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆଭାଷୀ ମାଧ୍ୟମରେ ଶୁଭାରମ୍ଭ କଲାପରେ ସ୍ୱତନ୍ତ୍ର ରେଳ ଯାତ୍ରୀ ମାନଙ୍କୁ ଧରି ଊଜ୍ଜୟିନୀ ଓ ଓମ୍‌କାରେଶ୍ୱର ଅଭିମୁଖେ ଯାତ୍ରା କରିବ । ତୀର୍ଥଯାତ୍ରୀମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟପେୟ ଏବଂ ଚିକିତ୍ସା ସହ ସମସ୍ତ ସୁବିଧା ରେଳରେ ଉପଲବ୍ଧ ପାଇଁ ତୀର୍ଥ ଭ୍ରମଣ କରି ୧୧ ତାରିଖ ଦିନ ଯାଜପୁରରେ ପହଂଚିଲା ପରେ ନିଜ ନିଜ ଘରକୁ ପ୍ରତ୍ୟାବର୍ତନ କରିବେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର ଯାଜପୁର ଜିଲ୍ଲାର ସମସ୍ତ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମାନେ ବିନା ବାଧାବିଘ୍ନରେ ତୀର୍ଥ ଭ୍ରମଣ କରି ଯାଜପୁରକୁ ପେଂରି ଆସିବାକୁ ମା ବିରଜାଙ୍କ ନିକଟରେ ପ୍ରାର୍ଥନା କରିବା ସହସମସ୍ତ ୧୭୮ ଜଣ ତୀର୍ଥ ଯାତ୍ରୀମାନଙ୍କର ଶୁଭ କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close