ଜିଲ୍ଲା ପରିବେଶ ସମିତି ତଥା ଜାତୀୟ ସବୁଜ ବାହିନୀର କାର୍ଯ୍ୟ ନିର୍ବାହୀ ବୈଠକ ଅନୁଷ୍ଠିତ

ଯାଜପୁର,୦୪/୦୧(ଉ. ନ୍ୟୁଜ୍ ବ୍ୟୁରୋ):ଜିଲ୍ଲା ପରିବେଶ ସମିତି ତଥା ଜାତୀୟ ସବୁଜ ବାହିନୀର ମିଳିତ କାର୍ଯ୍ୟ ନିର୍ବାହୀ ସଦସ୍ୟ/ସଦସ୍ୟା ମାନଙ୍କର ଏକ ବୈଠକ ଜିଲ୍ଲାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ଚକ୍ରୱର୍ତୀ ସିଂହ ରାଠୋରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତଥା ସମିତିର ସହ ଅଧ୍ୟକ୍ଷ ଶ୍ରୀ ନବକ୍ରିଷ୍ଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ ଯୋଗଦେଇ ଜିଲ୍ଲା ପରିବେଶ ସମିତି କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବା ଦିଗରେ ଆଲୋକପାତ କରିଥିଲେ । ବୈଠକରେ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ସେମାନଙ୍କର ସଂକ୍ଷିପ୍ତ ପରିଚୟ ପ୍ରଦାନ କରିବା ସହ ବିଭିନ୍ନ ମତାମତ ପ୍ରଦାନ କରିଥିଲେ । ସଭାପତିଙ୍କ ଅନୁମତିକ୍ରମେ ସମିତିର ସଂପାଦକ ତଥା ଜିଲ୍ଲା କାର୍ଯ୍ୟକାରିଣୀ ମୂଲ୍ୟାୟନ କମିଟି ଜାତୀୟ ସବୁଜ ବାହିନୀର ଆବାହକ ଡଃ ଶରତ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଉକ୍ତ ବୈଠକରେ ଅଧିକ ଇକୋ କ୍ଳବ ଗଠନ, ବିଦ୍ୟାଳୟ ପରିସର ସପାଂ ସୁତୁରା, ସବୁଜିକରଣ ବିଶେଷତଃ ପ୍ଳାଷ୍ଟିକ ମୁକ୍ତ ରଖିବା ପ୍ରସ୍ତାବ ଊପରେ ଅତିରିକ୍ତ ଜିଲ୍ଲାପାଳ ଜେନା ପରାମର୍ଶ ପ୍ରଦାନ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣି, ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ସମ୍ମିଳନୀରେ ଏ ବିଷୟରେ ଆଲୋଚନା କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା । ସ୍କୁଲ ପରିଦର୍ଶନ ସମୟରେ ବିଦ୍ୟାଳୟ ପରିସର ସପାଂ ସୁତୁରା, ସବୁଜୀକରଣ ଓ ପ୍ଳାଷ୍ଟିକ ମୁକ୍ତ ଅଛି କି ନାହିଁ ତଦାରଖ କରିବାକୁ ନିଷ୍ପତି ନିଆଯାଇଥିଲା । ଜିଲ୍ଲା ସ୍ତରୀୟ ଏକ କମିଟି ଗଠନ କରାଯାଇ ଏ ବିଷୟରେ ତଦାରଖ କରାଯିବ । ମେଳା ଓ ଯାନିଯାତ୍ରା ମାନଙ୍କରେ ପରିବେଶକୁ ପ୍ରଦ୍ୟୁଷଣମୁକ୍ତ କରିବାପାଇଁ ସମ୍ପୃକ୍ତ ଯାନିଯାତ୍ରା କମିଟି ଏବଂ ସଂପୃକ୍ତ ଅଂଚଳର ବ୍ଳକ ପ୍ରଶାସନ ସହିତ ଏ ସମ୍ୱନ୍ଧରେ ଆଲୋଚନା କରାଯିବ । ପ୍ରତି ମାସରେ ସଂପୃକ୍ତ ବ୍ଳକର ଉତ୍କୃଷ୍ଟ ପରିବେଶ ବଜାୟ ରଖିଥିବା ଗୋଟିଏ ବିଦ୍ୟାଳୟକୁ ବ୍ଳ୍‌କ ଉନ୍ନୟନ ଅଧିକାରୀଙ୍କ ସୁପାରିଶ କ୍ରମେ ମିଳିତ ଜନ ଶୁଣାଣି ଦିବସରେ ଉକ୍ତ ବିଦ୍ୟାଳୟକୁ ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇ ଅନ୍ୟ ବିଦ୍ୟାଳୟ ମାନଙ୍କୁ ପରିବେଶ ସ୍ୱଚ୍ଚ୍ଥତା ପାଇଁ ପ୍ରେରଣା ପ୍ରଦାନ କରାଯିବ । ଜିଲ୍ଲା ପରିବେଶ ସମିତିକୁ ସୁଦୃଢ କରାଯିବା ପାଇଁ ଅଧିକରୁ ଅଧିକ ଆଜୀବନ ସଭ୍ୟ/ସଭ୍ୟା ଯୋଗଦାନ ପାଇଁ ଅଭିଯାନ ଚାଲୁ ରହିବ । ଆଜିର ବୈଠକରେ ସ୍ଥାୟୀ ସଦସ୍ୟ ଭାବେ ମୁଗୁପାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ନେହମୟୀ ଜେନା, ମହାବୀର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ତିକ ଚନ୍ଦ୍ର ସାହୁ, ନବଭାରତୀ ଉଚ୍ଚ ବିଦ୍ୟାଳୟର ଗିରିଶ ଚନ୍ଦ୍ର ମିଶ୍ର, ବିରଜା ମହିଳା ମହାବିଦ୍ୟାଳୟର ସଂଜୟ ସାମଲଙ୍କୁ ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ସ୍ଥାୟୀ ସଦସ୍ୟ/ସଦସ୍ୟା ଭାବେ ଗ୍ରହଣ କରାଗଲା । ଅନୁରୂପ ଭାବେ ବିଷ୍ଣୁ ଚରଣ ସାହୁ, ବନ୍ଦନା ପଣ୍ଡା, ପାବକ ମହାପାତ୍ର, ଊମାକାନ୍ତ ପରିଡାଙ୍କୁ ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉଦିପ୍ତ କୁମାର ତ୍ରିପାଠୀ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ପ୍ରଦୀପ କୁମାର ପଟ୍ଟନାୟକ, ତହସିଲଦାର, ସୁକିନ୍ଦା, ଦମୟନ୍ତୀ ସାହ, ପ୍ରଧାନ ଶିକ୍ଷକ ଆର୍ଯ୍ୟ ନାରାୟଣ ପଣ୍ଡା, ସ୍ୱେଚ୍ଚ୍ଥାସେବୀ ସଂଗଠନ, ଲୋକ ବିକାଶ ତଥା ମାଷ୍ଟର ଟ୍ରେନର, ଡିଆଇଏମ୍‌ସି, ସେକ୍ ଅବ୍‌ଦୁଲ ସପିଂକ, ପ୍ରଦ୍ୟୁଷଣ ନିୟନ୍ତ୍ରଣ କର୍ତୃପକ୍ଷ, କଳିଙ୍ଗନଗର ଊପ-ପରିବେଶ ଯନ୍ତ୍ରୀ ମହେଶ୍ୱର ବେହେରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ପରିବେଶ ସମିତି ଯୁଗ୍ମ ସଚିବ ମଳୟ କୁମାର ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close