ଫେରୋକ୍ରୋମ ପ୍ଲାଂଟ, ଓଏମସି ଲିମିଟେଡ଼, ଘରେ ନ ପଶୁଣୁ ଚାଳ ବାଜିଲାଣି (୧)

ବ୍ୟାସନଗର, ୦୩ା୦୧(ଉ. ନ୍ୟୁଜ୍ ବ୍ୟୁରୋ): ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୰ ବିଜୁପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଗଠିତ ‘ଆଇଡିସି’ ମାତ୍ରାଧିକ ଦୁର୍ନୀତି, ପ୍ରିୟାପ୍ରୀତିତୋଷଣ, ଅନିୟମିତତା ଆଦି କାରଣରୁ ବିଲୀନ ପ୍ରାୟ ଅବସ୍ଥାକୁ ଚାଲିଯାଇଥିବା ବେଳେ ୧୯୬୮ ମସିହାରୁ ଯାଜପୁରରୋଡ଼ରେ ସ୍ଥାପିତ ‘ଫେରୋକ୍ରୋମ ପ୍ଲାଂଟ’ ଏକଦା ଭଲ ଲାଭ କରି ରେକର୍ଡ଼ ପ୍ରତିଷ୍ଠା କରିଥିଲା । ପରେ ସଂପୂର୍ଣ୍ଣ ସବସିଡିଆରୀ ୟୁନିଟ୍ ଭାବେ ‘ଇଡ଼କଲ ଫେରୋକ୍ରୋମ ଆଣ୍ଡ ଆଲୟେଜ୍ ଲିମିଟେଡ଼’, ‘ଇଫ୍‌କାଲ’ରେ ପରିଣତ ହୋଇଥିଲା । ବହୁ ଘାତ ପ୍ରତିଘାତ ମଧ୍ୟରେ ‘ଇଫ୍‌କାଲ’ ଗତି କରି ନିଗମର ବଡ଼ପଣ୍ଡାଙ୍କ ଅଦୂରଦର୍ଶୀ ପଦକ୍ଷେପ ଯୋଗୁ କାରଖାନା ଉତ୍ପାଦନ ବନ୍ଦ ରଖି କର୍ମଚାରୀମାନଙ୍କୁ ଦୀର୍ଘଦିନ ଦରମା ଦେଇଚାଲିଥିଲା । ତଳଙ୍ଗୀ ଖଣି ବନ୍ଦ ପରେ ଓର ପାଇବାରେ ଅସୁବିଧା ଦେଖାଦେଇଥିଲା । ତେଣୁ ଅନ୍ୟୋପାୟ ହୋଇ ‘ଓଡ଼ିଶା ଖଣି ନିଗମ’, ଓଏମସିକୁ ଏହା ହସ୍ତାନ୍ତରିତ କରାଯାଇଥିଲା । ଓଏମସିକୁ କାରଖାନା ସରେଣ୍ଡର କରାଯିବାକୁ ଦୀର୍ଘଦିନ ସମୟ ଲାଗିଯାଇଥିଲା, ଯାହା କାରଖାନାର ଅଧିକାଂଶ କର୍ମଚାରୀ, ଅଧିକାରୀ ଏବଂ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ବ୍ୟଥିତ କରିଥିଲା । ଖାଲି ଜାଗାକୁ ଅକ୍ତିଆର କରିବାରେ ସିନା ବହୁ ପଦକ୍ଷେପ ନେଇଥିଲେ ହେଲେ କାରଖାନାର କ୍‌ôାଟରଗୁଡିକୁ ତାଡ଼ି ନେବା, କାରଖାନା ପରିସରରୁ ବିଳମ୍ବିତ ରାତ୍ରୀରେ ମୋହରମ ଚୋରିକରିବାକୁ ପଦକ୍ଷେପ ନ ନେଇ ଚୋରଙ୍କୁ ଅନୁକମ୍ପା ଦେଇଚାଲିଛନ୍ତି! କିଛି କର୍ମଚାରୀ ଏହା ମଧ୍ୟରେ ପ୍ରଚାର ପ୍ରସାର କରି ୟୁନିଟ୍ ମୁଖ୍ୟଙ୍କ କାର୍ଯ୍ୟକ୍ରମ ଉପରେ କହିବୁଲୁଛନ୍ତି ।
ସୂଚନାଯୋଗ୍ୟ, ୟୁନିଟ୍ ମୁଖ୍ୟଙ୍କ ତାଗିଦ୍‌ରେ କାରଖାନାରେ ଦୀର୍ଘଦିନ ଧରି ଏଜିଏମ (ଏଚଆରଡି) ଭଳି ଗୁରୁ ଦାୟିତ୍ୱ ସମ୍ଭାଳିଥିବା ବି ଏନ ପ୍ରଧାନ ମହାଶୟ କ୍ଷୁବ୍ଧ ହୋଇ ଭିଆରଏସ ମାଗିଛନ୍ତି । ତାଙ୍କର ବ୍ୟବହାର ତାଙ୍କୁ ବଡ଼ ଅସହ୍ୟ ହୋଇଥିବାର ଚର୍ଚ୍ଚା ଯୋର ଧରିଛି । ଏଣେ ସିକୁରିଟି ଦାୟିତ୍ୱରେ ଥିବା ମୁଖ୍ୟ ରବୀନ୍ଦ୍ର କୁମାର ଦାସ ତାଙ୍କ ଏଜେନ୍ସି ଗାର୍ଡ଼ମାନଙ୍କୁ ଖାଇବା ଥାଳିରୁ ଉଠାଇ ଦେଇ ମାନବିକତାର ବିକଳ ଉଦାହରଣ ସୃଷ୍ଟି କରିଛନ୍ତି । ଓଏମସି ଇଂରାଜୀ ନୂଆବର୍ଷ ୨୦୨୪ର ଅବ୍ୟବହିତ ପୂର୍ବରୁ ଲକ୍ଷାଧିକ ଟଙ୍କା ବ୍ୟୟ କରି ଭୋଜିଭାତ କରିଥିଲା । ୭୦ ପାଖାପାଖି କର୍ମଚାରୀଙ୍କ ସହ ୪୦ ଜଣରୁ କମ ସଂଖ୍ୟକ ଅଧିକାରୀଙ୍କ ସମେତ ଏଜେନ୍ସି ସିକୁରିଟି ଗାର୍ଡ ଆଦି ମୋଟ ୨୦୦ଜଣ ପାଖାପାଖିଙ୍କ ପାଇଁ ଗତ ୩୦/୧୨/୨୦୨୩ ଶନିବାର ଭୋଜିର ଆୟୋଜନ କରାଯାଇଥିଲା । ୪୦ଜଣ ପାଖାପାଖି ଗାର୍ଡ ଷ୍ଟ୍ରାଟର ଖାଇବା ଆରମ୍ଭ କଲା ମାତ୍ରେ କାହାର ପରାମର୍ଶରେ କେଜାଣି ରବି ବାବୁ ଆସି ତାଙ୍କ ଗାର୍ଡମାନଙ୍କୁ ଖାଇବା ସ୍ଥାନ ଛାଡି ପଳାଇଯିବାକୁ ତାଗିଦ୍ କରିଥିଲେ । ଏହାପରେ ଛୁଆପିଲା ଧରି ଆସିଥିବା ଗାର୍ଡମାନେ ଅନ୍ୟୋପାୟ ହୋଇ ସ୍ଥାନ ଛାଡିଥିଲେ । ରାତ୍ରୀରେ ରୋଷେଇ ନ କରି ଯାଇଥିବା ଏହି ଗାର୍ଡ଼ମାନେ ହନ୍ତସନ୍ତ ହୋଇଥିଲେ । ଏଣେ କାରଖାନାରେ ନୂଆ ଟେଣ୍ଡର ପାଇଥିବା କେ ସି ନାଥ ନାମକ ଏକ ସଂସ୍ଥାର କର୍ମଚାରୀଙ୍କୁ ଏଠାରେ ଆପାୟିତ କରାଯାଇଥିବାର ପରିଲକ୍ଷିତ ହୋଇଥିଲା । ହେଲେ ବୁଝି ହୋଇ ନ ଥିଲା ଯେ, ଓଏମସି ଏତେ ଟଙ୍କା ଖର୍ଚ୍ଚ କରିବା ପରେ ବି ଗାର୍ଡଙ୍କୁ ବିଦା କରାଗଲା ଓ ୭୦ ଜଣ କର୍ମଚାରୀଙ୍କୁ ଛାଡି ଏ ଭୋଜିରେ କାହା କାହାକୁ ଖାଇବାକୁ ଡ଼କାଯାଇଥିଲା ଓ କାହାର ପରାମର୍ଶରେ…….! ଏଭଳି ଘଟଣା ଏବେ କାରଖାନା ପରିସର ଓ ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଏହା ମଧ୍ୟରେ କାରଖାନାରେ ବହୁ ଘଟଣା ଘଟିଗଲାଣି ଏବଂ କେତେକ ବୁଦ୍ଧିଜୀବୀ କହୁଛନ୍ତି ଯେ, କାରଖାନାର ଏହା ପୁରୁଣା ରୋଗ! ଅନିୟମିତତା ଓ ପାତରଅନ୍ତର ଏଠି ଏମିତି ଘଟୁଥିବ……..ଆଉ ‘ଏଠି ଓଏମସି ଘରେ ନ ପଶୁଣୁ ଚାଳ ବାଜିଲାଣି…….!

     କାରଖାନାର ଏଜିଏମ (ଏଚଆରଡି) ବି.ଏନ ପ୍ରଧାନ ମହୋଦୟ ଇତିମଧ୍ୟରେ ତାଙ୍କର ଭି.ଆର.ଏସ ଦରଖାସ୍ତ ପ୍ରତ୍ୟାହାର କରିନେଇଥିବାର କୁହାଯାଉଛି । ତାଙ୍କ ଉପରେ ଉପର ମହଲରୁ ଚାପ ପଡୁଥିବାର ଶୁଣାଯାଉଥିବା ବେଳେ ଆଉ ୦୫ ମାସ ବାକି ଚାକିରୀ ସମୟ ଯେନତେନ ଭାବେ ଆଡଜଷ୍ଟ କରି ଶେଷ କରିବାକୁ କେତେକ ଭୁବନେଶ୍ୱରର ଉଚ୍ଚ ଅଧିକାରୀ କୁଆଡ଼େ ତାଙ୍କୁ ପରାମର୍ଶ ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close