ସପ୍ତାହ ବ୍ୟାପୀ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ରାଲି ଉଦ୍‌ଘାଟିତ


ଯାଜପୁର,୦୨/୨୪: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସଡକ ସୁରକ୍ଷା ସପ୍ତାହ ଜାନୁଆରୀ ୧ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରରେ ପାଳନ କରାଯିବା ପାଇଁ ରାଜ୍ୟ ପରିବହନ ବିଭାଗ ସମସ୍ତ ଆଂଚଳିକ ପରିବହନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଳ୍‌ା ତରଫରୁ ଜିଲ୍ଳ୍‌ାପାଳ ଏବଂ ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ତଥା ଅଧ୍ୟକ୍ଷ, ସଡକ ସୁରକ୍ଷା ସମିତି ଚକ୍ରୱର୍ତୀ ସିଂହ ରାଠୋର, ଆଜି ପୂର୍ବାହ୍ନରେ ଏକ ସଡ଼କ ସୁରକ୍ଷା ସଚେତନତା ରଥ ଓ ରାଲିକୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଉଦ୍‌ଘାଟନ କରିଛନ୍ତି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଂଚଳିକ ପରିବହନ ଅଧିକାରୀ, ଯାଜପୁର ନୀଳକଣ୍ଠ ପ୍ରଧାନ, ସହ-ଆଂଚଳିକ ପରିବହନ ଅଧିକାରୀ ଦୀପକ ସେଠୀ, ରଜତ ଶତପଥୀ ଓ ପ୍ରଦୀପ୍ତ କିଶୋର ବେହେରାଙ୍କ ସମେତ ଆଂଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ, ସ୍କାଉଟ ଗାଇଡ୍‌, ମହିଳା ସ୍ୱେଚ୍ଚ୍ଥାସେବୀ ସଂଗଠନ “ସୁରକ୍ଷା” ର ସଦସ୍ୟା, ବିଭିନ୍ନ ଯାନ ବ୍ୟବସାୟୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଲିରେ ଯୋଗ ଦେଇଥିଲେ । ଗୈାତମ ବୁଦ୍ଧ ସଂସ୍କୃତି ଭବନରୁ ଏହି ବିରାଟ ସଚେତନତା ରାଲି ବିଭିନ୍ନ ସଚେତନତା ବାର୍ତା ସ୍ଲୋଗାନ ଦେଇ ସହର ମଧ୍ୟ ଦେଇ ବିରଜା ମହିଳା ମହାବିଦ୍ୟାଳୟ ପରିସରରେ ପହଂଚିଥିଲା । ଏହି ଉପଲକ୍ଷେ ସଚେତନତା ଅଭିମୁଖେ ବାହାରିଥିବା ସଚେତନତା ରଥ ଜଲ୍ଳ୍‌ାର ବିଭିନ୍ନ ଅଂଚଳ ପରିକ୍ରମା କରି ସଡ଼କ ସୁରକ୍ଷା ଜୀବନ ରକ୍ଷାର ବାର୍ତା ପ୍ରଚାର ପ୍ରସାର କରିବ ।
ପ୍ରକାଶ ଥାଉ କି ସପ୍ତାହ ବ୍ୟାପୀ ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ବ୍ଲକରେ ଆୟୋଜନ ପାଇଁ ସ୍ଥିରୀକୃତ କରାଯାଇଅଛି । ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମସ୍ତ ଜୀବନ ମୂଲ୍ୟବାନ ଉଥାପନ କରି ସଡକ ସୁରକ୍ଷା, ନିଜ ପରିବାରର ରକ୍ଷାବାର୍ତା ଜିଲ୍ଳ୍‌ାବାସୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳ୍‌ାପାଳ ଏବଂ ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ତଥା ଯାଜପୁର ଜିଲ୍ଳ୍‌ା ସଡ଼କ ସୁରକ୍ଷା ସମିତି ଅଧ୍ୟକ୍ଷ ରାଠୋର ପ୍ରକାଶ କରିଛନ୍ତି । ସେହିପରି ଆଂଚଳିକ ପରିବହନ ଅଧିକାରୀ, ଯାଜପୁର ଯାନ ଚଳାଇବା ସମୟରେ ଟ୍ରାପିଂକର ସମସ୍ତ ନିୟମ ମାନିବାକୁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close