ଯାଜପୁର ଜିଲ୍ଳ୍‌। ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 

ଯାଜପୁର,୩୦ା୧୨: ଯାଜପୁର ଜିଲ୍ଳ୍‌ା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମିତ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅପରାହ୍ନ ଘ.୪.୩୦ମିନିଟ୍ ସମୟରେ ଜିଲ୍ଳ୍‌ା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଳ୍‌ାପାଳ ଏବଂ ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ତଥା ସାଧାରଣତନ୍ତ୍ର ଦିବସ ପାଳନ କମିଟି ଅଧ୍ୟକ୍ଷ ଶ୍ରୀ ଚକ୍ରବର୍ତୀ ସିଂହ ରାଠୋରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଶ୍ରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତା ଏବଂ ଅତିରିକ୍ତ ଜିଲ୍ଳ୍‌ାପାଳ (ପ୍ରଶାସନ) ଶ୍ରୀ ନବକୃଷ୍ଣ ଜେନା ଓ ଜିଲ୍ଳ୍‌ା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆଙ୍କ ସହ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପବିତ୍ର ଗଣତନ୍ତ୍ର ଦିବସକୁ ଶାନ୍ତିି, ଶୃଙ୍ଖଳା ଓ ସଂପ୍ରିତିର ସହ ପାଳନ ନିମିତ ଯେଉଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ତାହାକୁ ପ୍ରତ୍ୟେକ ନିଷ୍ଠାର ସହ ପାଳନ ପାଇଁ ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ସାମଲ ଅନୁରୋଧ କରିଥିଲେ । ପ୍ରାରମ୍ଭରେ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ସମସ୍ତଙ୍କୁ ସ୍ୱାଗତ କରିବା ସହ ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ବିବରଣୀ ପାଠ କରିଥିଲେ । ପରେ ସର୍ବସମ୍ମତି କ୍ରମେ ବିଭିନ୍ନ ପ୍ରସ୍ତାବ ମାନ ଗୃହୀତ ହୋଇଥିଲା । କୁସୁମା ସମ୍ମୁଖ ପଡିଆ ଠାରେ ଜିଲ୍ଳ୍‌ା ସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୪ ଅନୁଷ୍ଠିତ ହେବ । ଜାନୁୟାରୀ ୨୬ ତାରିଖ ପ୍ରତ୍ୟୁଷ ଘ.୪.୩୦ମିନିଟ୍ ସମୟରୁ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ରାମଧୂନ ପରିବେଷଣ କରାଯିବ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସକାଳ ଘ.୬.୩୦ମିନିଟ୍ ରେ ପ୍ରଭାତପେଂରି, ୭ଘ.୩୦ ମିନିଟ୍ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ମାନଙ୍କରେ ଜାତୀୟ ପତାକା ଉତୋଳନ କରାଯିବ । ସକାଳ ଘ.୮.୩୦ ମିନିଟ୍ ସମୟରେ କୁସୁମା ସମ୍ମୁଖ ପଡିଆ ଠାରେ ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ, ପ୍ୟାରେଡ ପରିଦର୍ଶନ, ପ୍ୟାରେଡ ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ପ୍ୟାରେଡର ଶ୍ରେଷ୍ଠ ଦଳ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିବେ । ପରେ ମୁଖ୍ୟ ଅତିଥି ଡାକ୍ତରଖାନାର ରୋଗୀ ମାନଙ୍କୁ ପଂଳ ବଣ୍ଟନ, ଜେଲର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ, କୁଷ୍ଠାଶ୍ରମରେ ମିଷ୍ଟାନ୍ନ ଏବଂ ବାଳାଶ୍ରମରେ ମିଷ୍ଟାନ୍ନ ବଂଟନର କାର୍ଯ୍ୟକ୍ରମ ସ୍ଥିର ହେଲା । ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଥମରୁ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଂଗୀତ ଓଡିଆ ବକ୍ତୃତା ପ୍ରତିଯୋଗିତା ଓ କ୍ୱିଜ୍ ପ୍ରତିଯୋଗିତା, ଷଷ୍ଠରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଏବଂ ସାଧାରଣ ମହିଳା ଓ ପୁରୁଷ ବିଭାଗରେ କ୍ୱିଜ୍ ପ୍ରତିଯୋଗିତା ଜିଲ୍ଳ୍‌ା ଶିକ୍ଷା ଅଧିକାରୀଙ୍କ ଦ୍ୱାରା କରାଯିବା ପାଇଁ ସ୍ଥିର କରାଗଲା । ସେହିପରି ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଗଲା । ଅଭ୍ୟାସ ପ୍ୟାରେଡ଼ ଜାନୁୟାରୀ ୨୨ ଓ ୨୩ ତାରିଖ ଅପରାହ୍ନ ଘ.୨.୩୦ମିନିଟ୍ ସମୟ ଓ ୨୪ ତାରିଖ ପୂର୍ବାହ୍ନ ଘ.୮.୩୦ମିନିଟ୍ ସମୟରେ କୁସୁମା ସମ୍ମୁଖ ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହେଲା । ଏହି ଜାତୀୟ ଦିବସରେ ପ୍ରତ୍ୟେକ କାର୍ଯ୍ୟାଳୟ ଗୁଡିକୁ ଆଲୋକ ମାଳାରେ ସଜ୍ଜିତ କରିବାକୁ ପରାମର୍ଶ ଦିଆଗଲା । ସେହିପରି ପ୍ରତ୍ୟେକ ବ୍ୟକ୍ତି ନିଜ ଗୃହକୁ ଉକ୍ତ ଦିନ ଆଲୋକରେ ସଜ୍ଜିତ କରିବାକୁ ଅନୁରୋଧ କରାଗଲା । ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ସତ୍ୟବ୍ରତ ଲେଙ୍କା ମଂଚାସୀନ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ପୂର୍ତ, ଯାଜପୁର ଶ୍ରୀ ଭଗବାନ ସାହୁ, ଊପ-ଆରକ୍ଷୀ ଅଧିକ୍ଷକ, ଡି.ଆଇ.ବି. ଶ୍ରୀ ପ୍ରଭାତ କୁମାର ବିଶ୍ୱାଳ, ଟାଉନ ଥାନା ଆଇ.ଆଇ.ସି. ଶ୍ରୀ ବିଲ୍ୱମଙ୍ଗଳ ସେଠୀ, ଜିଲ୍ଳ୍‌ା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରା, ଜିଲ୍ଳ୍‌ା କ୍ରୀଡା ଅଧିକାରୀ ଶ୍ରୀ ପଂକୀର ମୋହନ ଟୁଡୁ, ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଶ୍ରୀ ଦିଲିପ କୁମାର ଭୂୟାଁ, ଜିଲ୍ଳା କଳା ସଂସ୍କୃତି ସଂଘ ଉପସଭାପତି ଶ୍ରୀ ମୋହନ ଚରଣ ମଲ୍ଳିକ, ଡିପିଏଚ୍‌ଓ ଡା. ସୁଧାଂଶୁ ଶେଖର ବଳ, ନିର୍ବାହୀ ଅଧିକାରୀ, ପୈାର ପରିଷଦ, ଯାଜପୁର ଶ୍ରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ଅତିରିକ୍ତ ଜିଲ୍ଳ୍‌ା ଶିକ୍ଷା ଅଧିକାରୀ ଶ୍ରୀ ଶଶିଧର ସିଂ, ବୁଦ୍ଧିଜିବୀ ଶ୍ରୀ ସୁବାଷ ଚନ୍ଦ୍ର ମହାପାତ୍ର, ବରିଷ୍ଠ ନାଗରିକ ଦିଗମ୍ୱର କର, ବିମ୍ୱାଧର ଧଳ, ବିଭିନ୍ନ ବିଭାଗର ଅଧିକାରୀ, ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟକ୍ଷ, ଅଧ୍ୟକ୍ଷା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

ପରିଶେଷରେ ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଳ୍‌ାପାଳ(ପ୍ରଶାସନ) ଶ୍ରୀ ନବକୃଷ୍ଣ ଜେନା ଓ ଜିଲ୍ଳ୍‌ା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ ପବିତ୍ର ୭୫ ତମ ଯାଜପୁର ଜିଲ୍ଳ୍‌ା ସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ଶାନ୍ତି, ମୈତ୍ରୀ, ସଂପ୍ରୀତି, ଭାଇଚାରା ଏବଂ ଜାତୀୟ ଏକତା ଓ ସଂଘତି ବଜାୟ ରଖି ଆନନ୍ଦ ଊଲ୍ଳାସରେ ପାଳନ କରିବାକୁ ଜିଲ୍ଳ୍‌ାବାସୀଙ୍କୁ ବାର୍ତା ପ୍ରଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close