ନବୀନ ଓ ତାମିଲ ହଟାଅ, ଓଡ଼ିଶା ବଂଚାଅ ଅଭିଯାନ ଆରମ୍ଭ କରିବ ଆଇ.ସି.ପି

ଭୁବନେଶ୍ୱର୧୮/୧୨: ଆଗାମୀ ଡିସେମ୍ବର ୨୫ ତାରିଖ ଠାରୁ ନୂତନ ରାଜନୈତିକ ଦଳ ଆଇ.ସି.ପି ଓଡ଼ିଶାରୁ ନବୀନ-ତାମିଲ ହଟାଅ ଏବଂ ଓଡ଼ିଶା ବଂଚାଅ ଅଭିଯାନ ଆରମ୍ଭ କରିବ ବୋଲି ଦଳର ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତିରେ ଘୋଷଣା କରିଛନ୍ତି । କେତେକ କୁଚକ୍ରୀ ତାମିଲ ଦୀର୍ଘ ଦିନର ଚକ୍ରାନ୍ତ ଏବଂ କୁମନ୍ତ୍ରଣା କରି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହାତବାରିସୀ ଏବଂ ଖେଳନା କଣ୍ଢେଇ କରି ଓଡ଼ିଶା ଶାସନ କଳକୁ ଦଖଲ କରିବାକୁ ଊଦ୍ୟମ ଆରମ୍ଭ କରିଛନ୍ତି ଏବଂ ତାହାକୁ ପ୍ରତିହତ କରିବା ପାଇଁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି(ଆଇ.ସି.ପି)ର ସଭାପତି ରମେଶ ଚନ୍ଦ୍ର ରାଉତ । ଏହି ପରିପ୍ରେକ୍ଷୀରେ ଆଗାମୀ ଡିସେମ୍ବର ୨୫ ତାରିଖ ଦିନ ଭୁବନେଶ୍ୱର ଠାରେ ଆଇ.ସି.ପିର କର୍ମକର୍ତାମାନେ ଅଭିଯାନର ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ ବୋଲି ଶ୍ରୀ ରାଉତ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close