ଯାଜପୁର ଜିଲ୍ଲା ରୁ ଆତଙ୍କବାଦୀ ଗିରଫ l

 

ଯାଜପୁର (ଉ. ନ୍ୟୁଜ ବ୍ୟୁରୋ) :- ଓଡ଼ିଶାରେ ପୁଣି କାଶ୍ମୀର ଆତଙ୍କବାଦୀ l ଏହିପରି ଏକ ଖବର ମିଳିଛି ଯାଜପୁର ଜିଲ୍ଲାରୁ l କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ନିରାଟ ସତ କଥା l କ୍ରାଇମ ବ୍ରାଞ୍ଚ (STF) ହାତରେ ଆତଙ୍କବାଦୀ ଧରାପଡିଛି । କାଶ୍ମୀର ର ଆତଙ୍କବାଦୀ ଓଡ଼ିଶାର ଯାଜପୁର ଜିଲ୍ଲା ନେଉଳପୁର ରୁ ଗିରଫ ହୋଇଥିବା ସୂଚନା ମିଳିଛି । ଓଡିଶା ସମତେ ୬ଟି ରାଜ୍ୟରେ ବାହା ହୋଇଥିଲା ଏହି ଆତଙ୍କବାଦୀ । ଚଣ୍ଡିଖୋଲ ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମରୁ ଆତଙ୍କବାଦୀ ସୟଦ୍ ଇସାନ୍ ବୁଖାରିକୁ ଗିରଫ କରିଛି ଏସ୍. ଟି.ଏଫ୍ । କାଶ୍ମୀର ର କୋକୁଆଡା ଠାରେ ତାର ଘର ହୋଇଥିବା ବେଳେ ଓଡ଼ିଶାରେ ସେ ଆତ୍ମଗୋପନ କରିଥିବା ସୂଚନା ମିଳିଛି । ଉକ୍ତ ଆତଙ୍କବାଦୀ ନିକଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ନେଉଳପୁର ଅଞ୍ଚଳର ଜୈନିକ ମୁସଲିମ ଘରେ ସେ ଦୀର୍ଘ ଦିନ ଧରି ରହି ଆସୁଥିଲା।ଏପରିକି ନେଉଳପୁର ଅଂଚଳରେ ଜୈନିକ ବ୍ୟକ୍ତି ଉକ୍ତ ଆତଙ୍କବାଦୀ ସହ ଲିଙ୍କ ଥିବା ନେଇ ସୂଚନା ମିଳିଛି । ବିଭିନ୍ନ ବେଶ ବଦଳାଇ ବହୁରୂପୀ ଭଲି ରାଜ୍ୟ ରୁ ରାଜ୍ୟକୁ ସେ ଯିବା ଆସିବା ସହ ଓଡ଼ିଶାରେ ନିଜକୁ ପିଏମଓ, ବ୍ୟାଙ୍କ ପ୍ରତିନିଧି,ଏନଏଆଇ ଅଧିକାରୀ କହି ଲୋକଙ୍କୁ ଲୁଟୁଥିଲା।ଏହା ସହିତ ବିଭିନ୍ନ ନକଲି ୱେବ ସାଇଟ ପୋଟାଲ ଖୋଲି ଯୁବତୀ ମାନଙ୍କୁ ଜାଲରେ ଫସାଉଥିବାର କ୍ରାଇମବ୍ରାଞ୍ଚ ପ୍ରମାଣ ପାଇଛି । ବେଶ୍ ମଉଜ କରିବା ପରେ ଏବେ ଏସ୍. ଟି.ଏଫ୍ ହାତରେ ଆତଙ୍କବାଦୀ l ଆଗକୁ ତଦନ୍ତକାରୀ ସଂସ୍ଥା ବିଭିନ୍ନ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆଣିପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close