ଆଦିବାସୀ ପାରମ୍ପାରିକ ହୋ’ ଭାଷା ସାଂସ୍କୃତି ଇତିହାସ କୁ ମନେ ପକାଇ ପାଳିଲେ ନୂତନ ବର୍ଷ l

 

ଯାଜପୁର(ଉ. ନ୍ୟୁଜ ବ୍ୟୁରୋ ) :- ଜିଲ୍ଲା ର ଦାନଗଦି ବ୍ଲକ ରଣାଗୁଣ୍ଡି ପଞ୍ଚାୟତ କୈବଲ୍ୟ ଗାଡିଆ ଠାରେ ହୋ’ ସମ୍ପ୍ରଦାୟର ନୂତନ ବର୍ଷ ମହାଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି । ଆାଦିବାସୀ ସାନ୍ତାଳି ଜନ ଜାତି ର ରୀତିନୀତିରେ ପ୍ରଥମେ. ମା’ ବସୁଧା ଙ୍କୁ ପୂଜା କରାଯାଇଥିଲା ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା l କଳିଙ୍ଗନଗର ରଣାଗୁଣ୍ଡି ପଞ୍ଚାୟତ କୈବଲ୍ୟ ଗାଡିଆ ଠାରେ ଆଦିବାସୀ ପାରମ୍ପାରିକ ହୋ’ ଭାଷା ବୁଡି ଯାଇଥିବାରୁ ତାକୁ ପୁନର୍ବାର ଜୀବତ କରିବା ପାଇଁ ନୂତନ ବର୍ଷ ଉପଲକ୍ଷେ ଆଦିବାସୀ ସମାଜର ମହାସମାବେଶ ଅନୁଷ୍ଠିତ ହୋଇଛି। ଏହି ମହାସମାବେଶରେ ଆଦିବାସୀ ପରମ୍ପରିକ ନୃତ୍ୟ ଗୀତ ଓ ହୋ’ ଭାଷା ସାଂସ୍କୃତି କ୍ୟାଲେଣ୍ଡର, ପୁସ୍ତକ ଆଦି ପ୍ରଦର୍ଶିତ ହୋଇଥିଲା l ଅଦିମ ଅଧିବାସୀ ଆଦିବାସୀ ମାନଙ୍କର ପର୍ବ ପର୍ବାଣୀ କେମିତି ପାଳନ କରିବେ ହୋ’ ଭାଷା ର କ୍ୟାଲେଣ୍ଡର ବାର ମାସର ତେର ପର୍ବ କୁ ଗଣନା କରିବା ଓ ଆଦିବାସୀ ସମାଜର ସମସ୍ତ ସୁବିଧା ସୁଯୋଗ କୁ ଅନୁସରଣ କରିବାକୁ ଏହି ମହାସମାବେଶରେ ବରେଣ୍ଯ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ । ଏହି ଆଦିବାସୀ ପାରମ୍ପାରିକ ମହାସମାବେଶର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସିଂ ଭୂମି ଝାଡ଼ଖଣ୍ଡ ଠାରୁ କଳିଙ୍ଗନଗର ପର୍ଯ୍ୟନ୍ତ ଲମ୍ବିଥିବା ଏହି ହୋ’ ସମାଜ କୁ ବଞ୍ଚେଇବା ପାଇଁ ଓ ଆଦିବାସୀମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା । ବର୍ଷରେ ଥରେ ଏକଜୁଟ୍ ହୋଇ ଆଦିବାସୀ ଜନଜାତି ଲୋକମାନେ ତାଙ୍କର ନିଜ ନିଜ ଭିତରେ ଭାଇଚାରା କୁ ଅତୁଠ ରଖିବା, ଆଦିବାସୀ ପାରମ୍ପାରିକ ନୃତ୍ୟ ଗୀତ ଓ ବନ୍ଧୁମିଳନ ହେଲେ ଆଦିବାସୀ ସମାଜ ଆଗକୁ ଆହୁରି ବଢିବ। ସାରା ବିଶ୍ୱରେ ବିଭିନ୍ନ ରାଷ୍ଟ୍ରର ଭାଷା ଭିନ୍ନ ଭିନ୍ନ ହୋଇଥିବା ବେଳେ ହୋ’ ଭାଷା ସେହିପରି ଏକ ଭଷା ଯାହାର ଲିପି ମଧ୍ଯ ଉପଲବ୍ଧ ଅଛି । ପ୍ରତ୍ୟେକ ବର୍ଷ ଡିସେମ୍ବର ମାସରେ ନୂତନ ବର୍ଷ ଉପଲକ୍ଷେ ଆଦିବାସୀ ପାରମ୍ପାରିକ ମହାସମାବେଶ ଅନୁଷ୍ଠିତ ହେବ ଏବଂ ଆଦିବାସୀମାନେ ଏହାକୁ ନେଇ ଗର୍ବିତ ରହିବେ ବୋଲି ଆଦିବାସୀ ସଭାପତି କହିଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ ମାନଙ୍କର ପାରମ୍ପରିକ ଖାଦ୍ୟ, ବସ୍ତ୍ର, ପୁସ୍ତକ, ସାଜସଜା ଉପକରଣ, ପାରମ୍ପରିକ ଅସ୍ତ୍ରଶସ୍ତ୍ର, ହସ୍ତତନ୍ତ ପ୍ରଦର୍ଶିତ ହୋଇଥିଲା l ଯାଜପୁର ଜିଲ୍ଲାର ଦାନଗଦି ଓ ସୁକିନ୍ଦା ବ୍ଲକ ଏବଂ ପଡୋଶୀ ଜିଲ୍ଲା ଓ ରାଜ୍ୟର ସମସ୍ତ ଆଦିବାସୀ (ସାନ୍ତାଳି ଜନ ଜାତି) ର ଆବାଳବୃଦ୍ଧବନିତା ଏକତ୍ରୀତ ହୋଇଥିବା ଦେଖିବାକୁ ମିଳିଥିଲା l _ଜିତେନ୍ ଜାମୁଦା (ରାଜ୍ୟ ସଭାପତି ଜନଜାତି ) ସ୍ୱାଧୀନି ସାମାଡ (ଝାଡ଼ଖଣ୍ଡ IASCSS), ଜଗନ୍ନାଥ ହାସାଦା (ଝାଡ଼ଖଣ୍ଡ ର ଓଡିଶା ଉପସଭାପତି) ପ୍ରମୁଖ ଉପସ୍ଥିତ ଥିଲେ l(ରିପୋର୍ଟ ଉମାକାନ୍ତ ମହାପାତ୍ର)

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close