ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଡ଼ିସେମ୍ବର ୧୦ରେ

ଯାଜପୁର, ୦୯ା୧୨(ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ, ଭୁବନେଶ୍ୱର ତରଫରୁ ଚଳିତ ଡ଼ିସେମ୍ବର ୧୦ରେ ୩୦ ଗୋଟି ଜିଲ୍ଲାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରଙ୍କାନ ପ୍ରତିଯୋଗିତା ଆୟୋଜିତ ହେଉଅଛି । ଏହି କ୍ରମରେ ସ୍ଥାନୀୟ ଏନ.ସି. ମହାବିଦ୍ୟାଳୟ ପ୍ରାଙ୍ଗଣରେ ବିଗ୍ୟାନ ବ୍ଲକରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଉକ୍ତ କାର୍ଯ୍ୟକ୍ରମ ଅଧିକ ଛାତ୍ରଛାତ୍ରୀ ଭାଗ ନେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ପିଲାମାନଙ୍କ ମଧ୍ୟରେ ଚିତ୍ରକଳା ପ୍ରତି ଆଗ୍ରହ ସୃଷ୍ଟି ଓ ସେମାନଙ୍କ ଆନ୍ତର୍ନିହିତ ପ୍ରତିଭାକୁ ବିକାଶ କ୍ଷେତ୍ରରେ ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ଏକ ଭିନ୍ନ ପ୍ରୟାସ । ଆଗ୍ରହୀ ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକମାନଙ୍କ ତତ୍ୱାବଧାନରେ ଆସି ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ନାମ ପଂଜିକରଣ ସକାଳ ୯ରୁ ଆରମ୍ଭ ହୋଇ୧୦ ଘଟିକା ରେ ଶେଷ ହେବ ଓ ପ୍ରତିଯୋଗିତା ସକାଳ ୧୦.୩୦ରେ ଆରମ୍ଭ ହେବ ଓ ଦୁଇଘଂଟା ଚାଲିବ । ପଂଜିକରଣ ସମୟରେ ପିଲାମାନେ କେଉଁ ଶ୍ରେଣୀରେ ପଢ଼ୁଛନ୍ତି ଓ ବୟସ ପ୍ରମାଣପତ୍ର ସମ୍ପୃକ୍ତ ବିଦ୍ୟାଳୟରୁ ଆଣିବା ପାଇଁ ପରାମର୍ଶ ଦିଆଯାଇଛି । ସାଧାରଣ ବର୍ଗରେ ୫ରୁ ୧୬ ବର୍ଷ ବୟସର ଛାତ୍ରଛାତ୍ରୀ ଭାଗ ନେଇ ପାରିବେ । ସେହିପରି ୫ରୁ ୧୮ ବର୍ଷ ବୟସ୍କ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close