ରାସନ ଚାଉଳ ହଡ଼ପ ନେଇ ରେଖିଦେଇପୁର ଗାଁରେ ପହଂଚିଲେ ସତୀଶ ବିଶ୍ୱାଳ

ଯାଜପୁର, ୦୮ା୧୨(ଉ. ନ୍ୟୁଜ୍ ବ୍ୟୁରୋ): ଲୋକଙ୍କ ସହ ଥାଇ ଲୋକଙ୍କ ସମସ୍ୟା ସମାଧାନ ନେଇ ସର୍ବଦା ପ୍ରସଙ୍ଗ ଭିତିକ ଲଢେଇ କରୁଥିବା ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳ ରାସନ ହଡପ ଘଟଣାରେ ରେଖିଦେଇପୁର ଗାଁରେ ପହଂଚିଛନ୍ତି । ଏଥିନେଇ ସାଧାରଣ ଗରୀବ ଲୋକଙ୍କୁ ନିଶ୍ଚିନ୍ତ ନ୍ୟାୟ ପ୍ରଦାନ କରାଯିବ ବୋଲି ବୈଠକରେ ସତୀଶ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି । ଖବରରୁ ପ୍ରକାଶ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ରେଖିଦେଇପୁର ପଂଚାୟତର ବହୁ ସଂଖ୍ୟକ ଗରୀବ ଲୋକଙ୍କ ରାସନକାର୍ଡରେ ମିଳୁଥିବା ଶହ ଶହ କୁଇଂଟାଲ ଚାଉଳ ହଡପ ହୋଇଛି । ଗତ ଜୁନ ମାସରେ ସମସ୍ତ ହିତାଧିକାରୀଙ୍କ ଚାଉଳକୁ ସେ ସମୟରେ ଥିବା ରିଟେଲର ସଂପୂର୍ଣ୍ଣ ଭାବେ ହଡପ କରିଛନ୍ତି । ଗ୍ରାମର ଶତାଧିକ ଗରୀବ ରାସନକାର୍ଡ ଧାରୀମାନେ ଏଥିନେଇ ଯାଜପୁର ଉପଜିଲ୍ଲାପାଳ, ଧର୍ମଶାଳା ବି.ଡି.ଓ, ଧର୍ମଶାଳା ବ୍ଲକ ଯୋଗାଣ ଅଧିକାରୀଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ପ୍ରଦାନ କକରିଛନ୍ତି । ହେଲେ ଏହି ଅଭିଯୋଗ ନେଇ ଅଦ୍ୟାବଧି ଉକ୍ତ ମାସର ଚାଉଳ ସେମାନଙ୍କୁ ପ୍ରଦାନ କରାଯାଇ ନାହିଁ । ଏପରିକି ବ୍ଲକ ଯୋଗାଣ ଅଧିକାରୀ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ଏବଂ କ’ଣ କରିବାର ଅଛି କର ବୋଲି ଗ୍ରାମବାସୀଙ୍କୁ କହିଥିବାର ଗାଁର ଲୋକମାନେ ଏହି ବୈଠକରେ ସତୀଶଙ୍କ ନିକଟରେ ଅଭିଯୋଗ କରିଥିଲେ । ବହୁ ଗରୀବ ଲୋକ ଏବଂ ଭିନ୍ନକ୍ଷମଙ୍କ ଏକାଧିକ ମଙ୍କସର ଚାଉଳ ମଧ୍ୟ ହଡପ ହୋଇଥିବାର ଗାଁ ସର୍ବଶ୍ରୀ ରଥ ମଳିକ, ଯୁଗଳ କିଶୋର ଦାସ, ବଟକୃଷ୍ଣ ରାଉଳ, ଷେଣ୍ଡ ବଳ, ହରିହର ଦାସ, ଛାୟାକାନ୍ତ ବଳ, ପ୍ରମିଳା ଦାସ, ଅଜୟ ପରିଡା, ସାରଥୀ ସେଠୀ, ଠୁକୁରି ଦାସ, ସଂଜୁ ଦାସ ପ୍ରମୁଖ ବହୁ ଗରୀବ ହିତାଧିକାରୀ ଅଭିଯୋଗ କରିଛନ୍ତି । ଏଥିନେଇ ବିଭାଗୀୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସତୀଶ ପ୍ରତିେୃତି ଦେଇଛନ୍ତି । ସତୀଶ କହିଛନ୍ତି ଯେ, ସରକାର ଗରୀବ କଲ୍ୟାଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ ପ୍ରଶାସନ ସରକାରଙ୍କ ଲକ୍ଷର ଦୁରୁପଯୋଗ ଦଃୁର୍ଭାଗ୍ୟଜନକ । ଏହା ମଧ୍ୟ ଫାଇବ ଟି ବ୍ୟବସ୍ଥାର ସିଧା ସଳଖ ବିରୋଧାଚରଣ । ଆବଶ୍ୟକ ହେଲେ ଏଥିନେଇ ଗଣଧାରଣା ଦିଆଯିବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close