କୁହିକାରେ “ନୂଆ ଓ” ଯୁବ ଓଡ଼ିଶା,ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ l

ସୁକିନ୍ଦା (ଉ. ନ୍ୟୁଜ ବ୍ୟୁରୋ) :- ସୁକିନ୍ଦା ବ୍ଲକ ଅନ୍ତର୍ଗତ କୁହିକା ମହାଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେ “ନୂଆ ଓ” ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ହୋଇଥିଲା । କ୍ରୀଡ଼ା ଏବଂ ସଂସ୍କୃତି ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ନିମନ୍ତେ ସରକାରଙ୍କ ଏହି ଉତ୍ତମ ପଦକ୍ଷେପରେ ଅନେକ ଛାତ୍ର ଛାତ୍ରୀ କ୍ରିଡା କ୍ଷେତ୍ରରେ ଅନେକ ଉନ୍ନତି ଆଣିପାରିଛି । “ନୂଆ ଓ”ଯୁବ ଓଡ଼ିଶା,ନବୀନ ଓଡ଼ିଶା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଓ ସମ୍ମାନିତ ଅତିଥି ଭାବରେ ସୁକିନ୍ଦା ବ୍ଲକ ଅଦକ୍ଷ ଦିବ୍ୟରଞ୍ଜନ ବରାଳ , ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, ଆଇନଜୀବୀ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିବେକାନନ୍ଦ ବୋଷ , ୩୭ ନଂ ଜୋନ୍ ଜିଲ୍ଲାପରିଷଦ ଜେମାଚାଖି ପ୍ରମୁଖ ଉପସ୍ଥିତ ଥିଲେ l ସଭା ପରିଚାଳନା କରିଥିଲେ ମହାଗିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସତପଥି । ବିଚାରପତି ଭାବରେ ଖେଳ ଶିକ୍ଷକ ରଘୁନାଥ ଟୁଡୁ ଙ୍କ ଦ୍ବାରା ପୁରସ୍କାର ବିତରଣ ବିବରଣୀ ପାଠ କରାଯାଇଥିଲା । ଖେଳ ବିଭାଗରେ କବାଡି ଉଭୟ ବାଳକ ଓ ବାଳିକା , କ୍ରିକେଟ୍ ରେ ବାଳକ , ଖୋ ଖୋ ରେ ଉଭୟ ବାଳକ ଓ ବାଳିକା , ଫୁଟବଲ ରେ ବାଳକ ବିଭାଗରେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ଖେଳାଳିଙ୍କୁ ପୁରସ୍କାର ଦିଆଯାଇଥିଲା ସେହିପରି ଆଥଲେଟିକ୍ସ ରେ ସଟ୍ ଫୁଟ୍ ରେ ବାଳକ , ୧୦୦ ମିଟର ଦୈଡରେ ବାଳକ ଓ ବାଳିକା , ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ବିଦ୍ୟାଳୟର ଅଧ୍ୟାପକ ସନ୍ତୋଷ କୁମାର ମଲ୍ଲିକ, ଲିମା ପରିଡା, ବୈଶାଳୀ ବେହେରା ,ବୈଜୟନ୍ତି ମାଝି , ଲିପିକା ପ୍ରିୟଦର୍ଶନୀ ଗୁରୁ , ପୃଥୀରାଜ ସାହୁ , ନିର୍ମଳା ନାୟକ,ଦିପ୍ତିମୟୀ ଲେଙ୍କା, ଦିପ୍ତିମୟୀ ଦୋରା, ଭାନୁପ୍ରିୟା ମାଝି, ଅନିଲ୍ କାନ୍ତ ବେହେରା , ମୋହନ କିଶ୍ବର ମହାନ୍ତ, ଅଭୟ ପାତ୍ର, ଗଣେଶ୍ୱର ରଣା, ନିଳେନ୍ଦ୍ରି ମହାନ୍ତ, ସରୋଜିନୀ ମାଝି, ଶ୍ରୀଧର ସାହୁ , ଆଶୁତୋଷ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close