ଦାନଗଦି ମିଲିଟାରୀ ଛକ ବନ ଦୁର୍ଗା ଗ୍ୟାରେଜରୁ ଯାଜପୁରରୋଡ଼ ଶ୍ରମ ବିଭାଗ ଦ୍ୱାରା ବାଳ ଶ୍ରମିକ ଉଦ୍ଧାର

ଦାନଗଦି ୦୬ା୧୨(ଉ. ନ୍ୟୁଜ୍ ବ୍ୟୁରୋ) : ଯାଜପୁରରୋଡ଼ର କୋର୍ଟ ଛକ ନିକଟରେ ଅବସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ସଂଜୀତ୍ କୁମାର ଦେଓଙ୍କ ନେତୃତ୍ୱରେ ଗଠିତ ଟାକ୍ସ ଫୋର୍ସ କୈାଣସି ସୂତ୍ରରୁ ଖବର ପାଇ ଅଚାନକ ଦାନଗଦି ନିକଟସ୍ଥ ମିଲିଟାରୀ ଛକରେ ଥିବା ‘ବନ ଦୁର୍ଗା ୱାର୍କସପ୍‌’ ନାମକ ଏକ ମୋଟର ସାଇକେଲ ଗ୍ୟାରେଜରେ ଚଢ଼ଉ କରି ସେଠାରେ କାମ କରୁଥିବା ବ୍ୟାସନଗର ପୈାର ପରିଷଦର ୦୭ନଂ. ୱାର୍ଡ଼ର ସୋବରା ଗ୍ରାମର ରୁନା ସିଂହଙ୍କ ୧୩ ବର୍ଷର ନାବାଳକ ପୁଅ ପପୁନିକୁ ଉଦ୍ଧାର କରି ଶ୍ରମ କାର୍ଯ୍ୟାଳୟକୁ ଆଣିଥିଲେ । ତାଙ୍କ ସଂଗରେ ବରିଷ୍ଠ ଅଧିକାରିଣୀ ଦେବଶ୍ରୀ ପଣ୍ଡା ଯାଇଥିଲେ । ଶ୍ରମ କାର୍ଯ୍ୟାଳୟରେ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ତାଙ୍କୁ ପଚରା ଉଚରା କରିଥିଲେ । ପରେ ପପୁନିକୁ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା କମିଟି ଜିମା ଦିଆଯାଇଛି । ସୂଚନାଯୋଗ୍ୟ, ଜିଲ୍ଲା ଶ୍ରମ ବିଭାଗ ତରଫରୁ ଜିଲ୍ଲାକୁ ଶିଶୁ ଶ୍ରମିକମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇ ସବୁ ସମୟରେ ଏହା ଉପରେ କୁହାଯାଉଛି । ହେଲେ କିଛି ବ୍ୟକ୍ତି ଏହାକୁ ଜାଣିଶୁଣି ବେଖାତିର କରୁଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନସ୍ୱରୂପ ଏଭଳି ରେଡ଼ କରାଯାଉଥିବାର କୁଯାହାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close