ଜିଲ୍ଲା ସ୍ତରୀୟ ପୁସ୍ତକ ମେଳା – ୨୦୨୩ ସଂପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର, ତା ୦୪ା୧୨(ଉ.ନ୍ୟୁଜ ବ୍ୟୁରୋ): ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ସ୍ତରୀୟ ପୁସ୍ତକ ମେଳା – ୨୦୨୩ ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶୁଭେନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସାମଲ ସମସ୍ତଙ୍କୁ ସ୍ୱାଗତ କରିବା ସହ କହିଲେ ଯେ, ପୂର୍ବ ବର୍ଷ ଭଳି ଅଧିକରୁ ଅଧିକ ଲେଖକ, ପାଠକ ଓ ଜନସାଧାରଣ ଏହି ମେଳାକୁ ଆସି ଏହାର ଭରପୁର ସୁଯୋଗ ନେଇପାରିବେ, ସେଥିପ୍ରତି ପୁସ୍ତକ ମେଳା କମିଟିର ସଦସ୍ୟ ଓ କର୍ମକର୍ତା ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରିବେ । ଏହି ପୁସ୍ତକ ମେଳା ଆସନ୍ତା ଡିସେମ୍ୱର ୧୫ ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବା ସହ ସ୍ଥାନୀୟ ବାଳାଶ୍ରମ ପଡିଆରେ ଅନୁଷ୍ଠିତ ହେବ ବୋଲି ନିଷ୍ପତିି ନିଆଯାଇଅଚ୍ଥି ଏବଂ ବାଳାଶ୍ରମ ପଡିଆରେ ଉପଯୁକ୍ତ ସ୍ଥାନ ନିରୂପଣ ପାଇଁ ଅନନ୍ୟା ସାହିତ୍ୟ ସଂସଦ ସଭାପତି, ସହକାରୀ ଯନ୍ତ୍ରୀ, ଜଳ ସମ୍ପଦ ଏବଂ ସହକାରୀ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଚ୍ଥି । ପୁସ୍ତକ ମେଳାରେ ୮୦ ଗୋଟି ଷ୍ଟଲ ତିଆରି କରାଯିବ, ଯେଉଁଥିରେ ପୁସ୍ତକ ବିକ୍ରେତା, ପ୍ରକାଶକ ଏବଂ ଓରମାସ୍ ମିଶନ ଶକ୍ତି, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଉଦ୍ୟାନ କୃଷି ବିଭାଗ, ପଶୁ ଚିକିତ୍ସା ବିଭାଗ, ଆଂଚଳିକ ପରିବହନ ବିଭାଗମାନଙ୍କର ଷ୍ଟଲ ସହ ଖାଦ୍ୟ ଷ୍ଟଲ ନିର୍ମାଣ କରାଯିବା ପାଇଁ ନିଷ୍ପତି ନିଆଯାଇଅଚ୍ଥି । ଅସ୍ଥାୟୀ ପାଇଖାନାର ବ୍ୟବସ୍ଥା କରିବା ସହ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାନୀୟ ଜଳର ବ୍ୟବସ୍ଥା କରାଯିବ । ପୌର ପରିଷଦ ପକ୍ଷରୁ ପରିମଳ ବ୍ୟବସ୍ଥା ଏବଂ ନିରବଚ୍ଚ୍ଥିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଚ୍ଥି । ମେଳା ପରିସରରେ ଅଗି୍ନଶମ ବିଭାଗ ସଜାଗ ରହିବା ସଂଗେ ସଂଗେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୋଲିସ ପ୍ରଶାସନକୁ ଅନୁରୋଧ କରାଯାଇଚ୍ଥି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରାଥମିକ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ର ଖୋଲାଯିବ । ସେହିପରି ବିଦ୍ୟାଳୟ, ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳର ଯଥାକ୍ରମେ – ପ୍ରଧାନ ଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ନିଜ ନିଜ ଶିକ୍ଷାନୁଷ୍ଠାନ ପାଇଁ ପୁସ୍ତକ କ୍ରୟ କରିବାକୁ ଅନୁରୋଧ କରାଯିବା ସହ ସେମାନେ ନିଜ ଶିକ୍ଷାନୁଷ୍ଠାନର ଚ୍ଥାତ୍ରଚ୍ଥାତ୍ରୀମାନଙ୍କୁ ନିଜସ୍ୱ ଆୟୋଜନରେ ପୁସ୍ତକ ମେଳା ପରିଦର୍ଶନ କରାଇବାକୁ ନିର୍ଦ୍ଦେଶ ଦିଆଯାଇଚ୍ଥି । ପ୍ରତ୍ୟେକ ଦିନ ସଂଧ୍ୟାରେ ପୁସ୍ତକ ମେଳା ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବା ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ- ଜିଲ୍ଲାପାଳ ଗୋପୀନାଥ କୁଅଁର, ଯାଜପୁର ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସିଂହ, ସହକାରୀ ପରିଚାଳକ, ଟି.ପି.ଏନ୍‌.ଓ.ଡି.ଏଲ୍‌. ତାପସ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରା, ସହକାରୀ ଅଗ୍ନିଶମ ବିଭାଗ ଅଧିକାରୀ ସୁଶାନ୍ତ ସେଠୀ, ସହକାରୀ ଯନ୍ତ୍ରୀ, ଜଳ ସମ୍ପଦ ଇଂ ସୁଧାଂଶୁ ଶଙ୍କର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ମଂଜୁଲତା ନାୟକ, ଯାଜପୁର ପୁସ୍ତକ ମେଳାର ସଭାପତି ସନ୍ତୋଷ କୁମାର ନନ୍ଦ, ଉପସଭାପତି ବିଭୁତି ମହାପାତ୍ର ଏବଂ ସମ୍ପାଦକ କାହ୍ନୁ ଚରଣ ମିଶ୍ର, ମିଡିଆ ସଂଯୋଜକ ଆଦିତ୍ୟ ମହାନ୍ତିଙ୍କ ସମେତ ପୁସ୍ତକ ମେଳା କମିଟିର ସଦସ୍ୟ, ସଦସ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close