ଝାଡ଼େଶ୍ୱର ଜୁନିୟର କଲେଜରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ଦାନଗଦି, ୦୧/୧୨(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଟୋଲକାନୀ ଠାରେ ଥିବା ‘ଝାଡ଼େଶ୍ୱର ଜୁନିୟର କଲେଜ’ରେ ଆଜି ଶୁକ୍ରବାର ପୂର୍ବାହ୍ନରେ ‘ବିଶ୍ୱ ଏଡ୍‌ସ ଦିବସ’ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଯୁଗଳ କିଶୋର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋବର୍ଦ୍ଧନପୁର ଚିକିତ୍ସାଳୟର ଅଧିକାରୀ ଡ଼ା. ସଂଜୀବ କୁମାର ବେହେରା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିôବା ବେଳେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ବକ୍ତା ଭାବେ ଓ ସମ୍ମାନିତ ଅତିଥି ଭାବେ କଲେଜର ପ୍ରତିଷ୍ଠାତା ସଂପାଦକ ବରିଷ୍ଠ ଶିକ୍ଷାବିତ୍ ଦୀନବନ୍ଧୁ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଏଚ.ଆଇ.ଭି ସଂକ୍ରମଣ ଜନିତ ବିଶ୍ୱ ମହାମାରୀ ‘ଏଡ୍ସ’ର ଭୟାବହତା ଉପରେ ଚିନ୍ତାପ୍ରକଟ କରି ଏହାର ଦୂରୀକରଣ ନିମନ୍ତେ ଜନସଚେତନତାକୁ ସର୍ବାଗ୍ରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । କଲେଜ ଓ ବିଶ୍ୱ ବିଦ୍ୟୃାଳୟ ସ୍ତରରେ ଏଥି ନିମନ୍ତେ ଛାତ୍ରଛାତ୍ରୀମାନେ ଆତ୍ମ ସଂଯମତା ରକ୍ଷା କରିବା ସହ ସମାଜରେ ଜନସଚେତନତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କଲେ ଏହି ରୋଗକୁ ଅନେକାଂଶରେ ପ୍ରଶମିତ କରାଯାଇପାରିବ ବୋଲି ବକ୍ତାମାନେ ଆଶାପ୍ରକଟ କରିଥିଲେ । ଏହି ମହାମାରୀକୁ ସମୂଳ ଉତ୍ପାଟନ କରିବା ପାଇଁ ଏଠାରେ ଶପଥ ପାଠ କରାଯାଇଥିଲା । ସଚେତନତା ଦ୍ୱାରା ଏହି ମହାମାରୀକୁ ଅନେକାଂଶରେ ପ୍ରଶମିତ କରାଯାଇ ପାରିବ ଏବଂ ସରକାର ଏ ଦିଗରେ ଯତ୍ନଶୀଳ ଉଦ୍ୟମ ଜାରୀ ରଖିଥିବା ଏବଂ ଏହି ବିଷୟକୁ ପାଠ୍ୟ ଖସଡ଼ାରେ ସ୍ଥାନିତ କରିବାକୁ ମତପ୍ରକାଶ ପାଇଥିଲା । ଓଡ଼ିଶାରେ ପ୍ରତି ୦୪ ବର୍ଷରେ ରୋଗର ସଂକ୍ରମଣ ଦ୍ୱିଗୁଣିତ ହୋଇ ଚାଲିଥିବା ବେଳେ ରାଜ୍ୟର ୦୬ଟି ଜିଲ୍ଳା ଯଥା-ଅନୁଗୁଳ, ଖୋର୍ଦ୍ଧା, କଟକ, ଗଂଜାମ, କୋରାପୁଟ, ସମ୍ବଲପୁର ଆଦି ଏଡ୍ସ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ ହୋଇଛି । ରାଜ୍ୟରେ ୮୦ ହଜାରରୁ ଉର୍ଦ୍ଧ ଏଥିରେ ସଂକ୍ରମିତ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ସର୍ବାଧିକ ୩୯% ସଂକ୍ରମିତ ଅଛନ୍ତି । ବିଶ୍ୱରେ ପ୍ରତିଦିନ ୦୯ ହଜାରରୁ ଉର୍ଦ୍ଧ ଅମୂଲ୍ୟ ଜୀବନ ଏହି ରୋଗରେ ଯାଉଥିବାର ପରିସଂଖ୍ୟାନରୁ ଜଣାଯାଇଛି । ତେଣୁ ଅଧିକ ସଂକ୍ରମଣ ନ ହେବା ପାଇଁ ସରକାର, ସ୍ୱେଚ୍ଛାସ୍ୱେବୀ ସଂଗଠନ, ଶିକ୍ଷାନୁଷ୍ଠାନ, ବେସରକାରୀ ସଂଗଠନ ଆଦି ଯେଝାଯେଝା ସ୍ତରରେ ଉଦ୍ୟମ ଜାରୀ ରଖିବା ଉଚିତ ବୋଲି ଅତିଥିମାନେ ମତପୋଷଣ କରିଥିଲେ । କଲେଜର ଛାତ୍ରୀମାନେ ଦେଶାତ୍ମବୋଧକ ସଂଗୀତ ଗାନ କରିଥିବା ବେଳେ ଶିକ୍ଷା ବିଭାଗର ଅଧ୍ୟାପକ ଡ଼ଃ. କ୍ଷୀରୋଦ ଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଯୁବ ରେଡ଼କ୍ରସ କାଉନସେଲର ତଥା ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ଏଡ଼୍‌ସ ରୋଗ ସଂକ୍ରମଣର ଆରମ୍ଭ, ସାମ୍ପ୍ରତିକ ସ୍ଥିତି ସର୍ବୋପରି ଏହାର ନିରାକରଣ ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି ଅପରିହାର୍ଯ୍ୟ ବୋଲି ପରିସଂଖ୍ୟାନ ସହ ତଥ୍ୟମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ମୀରାମ୍ବିକା ସାହୁ, ପ୍ରଣତି ମହାନ୍ତି, ନିତୁ ସାହୁ, ଈତିଶ୍ରୀ ମଲ୍ଲିକ, ଅଧ୍ୟାପକ ପ୍ରସନ୍ନ ସେନାପତି, ଖଗେଶ ଜେନା, ରଂଜନ କୁମାର ସାହୁ, ତୋଫାନ ଜେନା, ଲକ୍ଷ୍ମୀଧର ବେହେରା, ପାରିଜାତ ମହାନ୍ତି, ବାଇଧର ସାହୁ, କୃଷ୍ଣଚନ୍ଦ୍ର ସାହୁ, ସମାଜସେବୀ ଅରୁଣ ଦାସ, କଲେଜର କର୍ମଚାରୀ ଯଥା-ମୁଖ୍ୟ କରିଣୀ ସୁକାନ୍ତ କୁମାର ସାହୁ, ଅବନି ମହାରଣା, ନାରାୟଣ ଚନ୍ଦ୍ର ସାହୁ, ସୁଶାନ୍ତ ପଣ୍ଡା, ସତ୍ୟଭାମା ସାହୁ, ଡି.ଇ.ଓ ସୁଷମାରାଣୀ ପୃଷ୍ଟି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଅଧ୍ୟାପକ ରଂଜନ କୁମାର ଖଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close